ETV Bharat / state

କାମ ଦେଲାନି କର୍ପୋରେଟରଙ୍କ ଲବି ! ବନ୍ଧା ହେଲା ନାବାଳିକା ଦୁଷ୍କର୍ମକାରୀ

୪ର୍ଥ ଶ୍ରେଣୀର ନାବାଳିକାକୁ ଦୁଷ୍କର୍ମ କରି ବନ୍ଧା ହେଲା ପଡୋଶୀ । ଏନେଇ ମାମଲାକୁ ରଫାଦଫା କରିଦେବାକୁ ସ୍ଥାନୀୟ କର୍ପୋରେଟର ଚେଷ୍ଟା କରିଥିଲେ ମଧ୍ୟ ଗଣମାଧ୍ୟମକୁଖବର ଆସିବା ପରେ ବାଧ୍ୟ ହୋଇ ଅପରାଧୀକୁ ଗିରଫ କରିଛି ପୋଲିସ । ଅଧିକ ପଢ଼ନ୍ତୁ

ନାବାଳିକାକୁ ଦୁଷ୍କର୍ମ କରି ବନ୍ଧା ହେଲା ପଡୋଶୀ

author img

By

Published : Mar 14, 2023, 8:56 PM IST

ନାବାଳିକାକୁ ଦୁଷ୍କର୍ମ କରି ବନ୍ଧା ହେଲା ପଡୋଶୀ

ଭୁବନେଶ୍ବର: ରାଜଧାନୀରେ ଲଜ୍ଜ୍ୟା । ୪ର୍ଥ ଶ୍ରେଣୀର ନାବାଳିକାକୁ ଦୁଷ୍କର୍ମ କଲା ୪୦ ବର୍ଷୀୟ‌ ପଡୋଶୀ । ମଞ୍ଚେଶ୍ବର ଥାନା ଅଞ୍ଚଳର ଏକ ବସ୍ତିରେ ନାବାଳିକା ଖେଳୁଥିବା ବେଳେ ଅଭିଯୁକ୍ତ ପଡୋଶୀ ଡାକି ନେଇଥିଲା ଏକାକୀ ସ୍ଥାନକୁ । ସେଠାରେ ନାବାଳିକା ସହ ଦୁଷ୍କର୍ମ କରିଥିଲା । ପିଲାଟି ଜୋରରେ କାନ୍ଦୁଥିବା ଦେଖି ଆଉ କିଛି ପଡୋଶୀ ସେଠାରେ ପହଞ୍ଚିଥିଲେ । ଯାହାକୁ ନେଇ ନାବାଳିକାକୁ ପଚାରି ଜାଣିବାକୁ ପାଇଥିଲେ ଯେ ତାଙ୍କ ସହ‌ ଦୁଷ୍କର୍ମ ହୋଇଛି । ଗତ ରବିବାର ସନ୍ଧ୍ୟାରେ ଏମିତି କିଛି ଘଟଣା ଦେଖିବାକୁ ମିଳିଥିଲା ।

ସୂଚନା ଅନୁସାରେ ନାବାଳିକାଙ୍କ ବାପା ଡାଲି ଫ୍ୟାକ୍ଟ୍ରିରୁ କାମ କରୁଥିବାରୁ ସେ ଘରେ ନଥିଲେ । ଏନେଇ ଖବର ପାଇବା ପରେ ସେ ବୌଦ୍ଧରୁ ଭୁବନେଶ୍ବର ଆସିଥିଲେ । ସୋମବାର ସକାଳେ ଏନେଇ ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଥିଲେ । ତେବେ ଅଭିଯୁକ୍ତ ସ୍ଥାନୀୟ ଅଞ୍ଚଳରେ ୱେଲ୍‌ଡିଂ ମ୍ୟାନ ଭାବେ କାମ କରୁଥିବା ଯୁଧିଷ୍ଠିର ସୋରେନ (୪୦) ନାଁରେ ଅଭିଯୋଗ କରିଥିଲେ ପୀଡ଼ିତା ନାବାଳିକାଙ୍କ ବାପା । ହେଲେ ଘଟଣାର ତଦନ୍ତ ଧିମେଇ ଦେଇଥିଲା ପୋଲିସ । ଜଣେ କର୍ପୋରେଟର ଆସି ଏନେଇ ଥାନାରେ ମାମଲା ରଫାଦଫା ପାଇଁ ଚାପ ପକାଇଥିବା ଅଭିଯୋଗ ହୋଇଥିଲା । ଯାହାକୁ ନେଇ ଦୁଷ୍କର୍ମ ମାମଲାକୁ ରଫାଦଫା କରିବା ପାଇଁ ଯୋଜନା ଚାଲିଥିଲା । ହେଲେ ଏନେଇ ଶେଷରେ ଗଣମାଧ୍ୟମରେ ଖବର ପହଞ୍ଚିବା ପରେ ପୋଲିସ ବାଧ୍ୟ ହୋଇ ଦୁଷ୍କର୍ମ ମାମଲା ରୁଜୁ କରିଥିଲା । ପରେ ଅଭିଯୁକ୍ତ ଯୁଧିଷ୍ଠିର ସୋରେନକୁ ଗିରଫ କରିଛି ପୋଲିସ୍ ।

ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଗିରଫ ପରେ କୋର୍ଟଚାଲାଣ କରାଯିବ ବୋଲି କହିଛନ୍ତି ଜୋନ ୫ ଏସିପି ସଞ୍ଜୀବ ଶତପଥି । ତେବେ ଏଠାରେ ପ୍ରଶ୍ନ ଉଠିଛି, ନାବାଳିକା ଦୁଷ୍କର୍ମ ଭଳି ଏକ ସଙ୍ଗୀନ ମାମଲାକୁ ଏତେ ହାଲୁକା କାହିଁକି ନିଆଯାଉଛି ? ଯେତେବେଳେ ପୀଡିତାର ପରିବାର ଆସି ଥାନାରେ ଅଭିଯୋଗ କରୁଛନ୍ତି, ଏକୁଟିଆ ମାଆ ସହ ରହୁଥିବା ନାବାଳିକା ଯେତେବେଳେ ଦୁଷ୍କର୍ମର ଶିକାର ହୋଇ ପରିବାର ସହ ଥାନାକୁ ଆସୁଛି, ସେଠାରେ ପୋଲିସ ସହାନୁଭୂତି ବଦଳରେ ମାନସିକ ଚାପ ପକାଉଥିବା ଅଅଭିଯୋଗ ଆସୁଛି । ତେବେ ରାଜନୈତିକ ଚାପ କିଏ ପକାଇଥିଲା ? କାହିଁକି ଜଣେ ଲୋକ ପ୍ରତିନିଧି ଭାବେ ଜଣେ କର୍ପୋରେଟର ଆସି ଜେଣେ ଅପରାଧୀ ପାଇଁ ଥାନାରେ ଲବି ଚଳାଇଥିଲେ‌ ? ପୀଡିତାର ଡାକ୍ତରୀ ମାଇନା କାହିଁକି ବିଳମ୍ବରେ ହେଲା ? ଏଭଳି ତମାମ ପ୍ରଶ୍ନ ପୋଲିସର ନିଷ୍କ୍ରିୟତା ମନୋଭାବ ଓ ଲୋକଙ୍କ ପ୍ରତି ଅବହେଳାକୁ ଏବେ ପଦାରେ ପକାଇଛି ।

କମିଶନରେଟ ପୋଲିସ କିଭଳି ନିରିହ‌ ଲୋକଙ୍କୁ ନ୍ୟାୟ ପାଇଁ ତତ୍ପରତା ପ୍ରକାଶ କରିବାରେ ସହାୟକ ହେଉନାହିଁ, ତାହା ଏବେ ଆଲୋଚନାର ବିଷୟ ପାଲଟିଛି । ଯାହାକୁ ନେଇ ସାଧାରଣ ଲୋକଟିଏ ଥାନାରେ ରିପୋର୍ଟ ଦେବା ପରେ ମଧ୍ୟ ତାକୁ ଭୟ ଲାଗୁଛି । ଏହି ଦିଗରେ ସିନିୟର୍ ଅଫିସର ଦୃଷ୍ଟି ଦେବାର ଆବଶ୍ୟକତା ରହିଛି । ତେବେ ଏଭଳି ଘଟଣାରେ ପୀଡିତାଙ୍କ ପରିବାରର ପ୍ରତିକ୍ରିୟା କ୍ୟାମେରା ସାମ୍ନାରେ ଦେଖାଇବାରେ ଅସମର୍ଥ ଯୋଗୁଁ ଏଭଳି ଘଟଣା ଏବେ ପରିପ୍ରକାଶ ହୋଇପାରୁନାହିଁ । ଏପରିସ୍ଥଳେ ଏପରି ଦାୟିତ୍ବହୀନ ଅଫିସର ଓ ଥାନା କର୍ମଚାରୀଙ୍କ ଅପରିପକ୍ବ ଅଭିଜ୍ଞତା ପାଇଁ ଯେ କମିଶନରେଟ ପୋଲିସ ବଦନାମ ନହେଉ, ଏନେଇ ବେଳ ଥାଉଁ ସିନିୟର୍ ଅଫିସ୍ ଉଚିତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ନଚେତ ପୁରା ଡିପାର୍ଟମେଣ୍ଟ ଏମାନଙ୍କ ପାଇଁ ବଦନାମ ହେବ । ପୁରା ସରକାର କିମ୍ବା ପୋଲିସ ବିଭାଗ ଏନେଇ ନିନ୍ଦା ଅପବାଦ ମୁଣ୍ଡାଇବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.