ETV Bharat / state

ଛାତ୍ର ସଂସଦ ନିର୍ବାଚନ ବାତିଲକୁ ବିରୋଧ କଲା ଏବିଭିପି, ଉଠାଇ ନେଲା ପୋଲିସ

ରାଜ୍ୟରେ ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ରଦ୍ଦ କରିବାକୁ ଗତକାଲି (ଗୁରୁବାର) ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଯାହାକୁ ବିରୋଧ କରି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ବିଭାଗୀୟ ମନ୍ତ୍ରୀଙ୍କ ବାସଭବନ ଘେରାଉ କରାଯାଇଛି ।

ଛାତ୍ର ସଂସଦ ନିର୍ବାଚନକୁ ରଦ୍ଦକୁ ଏବିଭିପିର ବିରୋଧ
author img

By

Published : Aug 23, 2019, 4:35 PM IST

ଭୁବନେଶ୍ବର: ସରକାର ଅଗଣତାନ୍ତ୍ରିକ ଭାବେ ଲକ୍ଷଲକ୍ଷ ଛାତ୍ରଛାତ୍ରୀଙ୍କୁ ଧୋକା ଦେବା ସହ ସେମାନଙ୍କ ଅଧିକାରକୁ ଛଡାଇ ନେଉଛି ବୋଲି ଏବିଭିପି ଅଭିଯୋଗ କରିଛି । ବିଭିନ୍ନ କ୍ୟାମ୍ପସରେ ସରକାରୀ ଦଳର ସ୍ଥିତି ଦୁର୍ବଳ ଓ ଅମାନତା ହରାଇବା ଭୟରେ ଚଳିତ ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ କରାଯାଇଥିବା ଏବିଭିପିର ସଦସ୍ୟ ମାନେ ଅଭିଯୋଗ କରିଛନ୍ତି ।

ଛାତ୍ର ସଂସଦ ନିର୍ବାଚନକୁ ରଦ୍ଦକୁ ଏବିଭିପିର ବିରୋଧ

ସରକାର ନେଇଥିବା ନିଷ୍ପତିକୁ ପ୍ରତ୍ୟାହାର କରିବା ଦାବିରେ ଏକାଧିକ ଛାତ୍ରଛାତ୍ରୀ ମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନ ଘେରାଉ ଉଦ୍ୟମ କରିଥିଲେ । କିନ୍ତୁ ଆଗରୁ ସତର୍କ ରହିଥିବା ପୋଲିସ ସେମାନଙ୍କୁ ଅଟକାଇବା ସହ ମନ୍ତ୍ରୀଙ୍କ ବାସଭବନ ପୂର୍ବରୁ ଉଠାଇ ନେଇ ଗିରଫ କରିଛି ।

ସରକାରଙ୍କ ଏଭଳି ମନମାନିକୁ ଆଗାମୀ ଦିନରେ ସଂଗଠନ ପକ୍ଷରୁ ସାରା ରାଜ୍ୟରେ ବ୍ୟାପକ କରାଯିବ ବୋଲି ପରିଷଦର ଜାତୀୟ ସମ୍ପାଦକ ଅଭିଳାଷ ପଣ୍ଡା କହିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ ଇଟିଭି ଭାରତ

Intro:ରାଜ୍ୟରେ ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ରଦ୍ଦ କରିବା ନେଇ ଗତକାଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା।ଯାହାକୁ ବିରୋଧ କରି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ବିଭାଗୀୟ ମନ୍ତ୍ରୀଙ୍କ ବାସଭବନ ଘେରାଉ କରାଯାଇଛି।

Body:ସରକାର ଅଗଣତାନ୍ତ୍ରିକ ଭାବେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଧୋକା ଦେବା ସହ ସେମାନଙ୍କ ଅଧିକାରକୁ ଛିନ୍ନ କରିଥିବା ବିଦ୍ୟାର୍ଥୀ ପରିଷଦ ଅଭିଯୋଗ କରିଛି।ସରକାରୀ ଦଳ ବିଭିନ୍ନ କ୍ୟାମ୍ପସ ରେ ନିଜର ସ୍ଥିତି ଦୁର୍ବଳ ଥିବାରୁ ଏଥର ଛାତ୍ର ସଂସଦ ନିର୍ବାଚନରେ ଅମାନତ ହରାଇବା ସୂଚନା ପାଇ ଏଥର ନିର୍ବାଚନ କୁ ବାତିଲ କରିଥିବା ଅଭିଯୋଗ କରିଛନ୍ତି।ତେଣୁ ସରକାର ଙ୍କ ଏଭଳି ଅଗଣତାନ୍ତ୍ରିକ ନିଷ୍ପତିର ପ୍ରତ୍ୟାହାର କରିବା ଦାବିରେ ଏକାଧିକ ଛାତ୍ରଛାତ୍ରୀ ମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନ ଘେରାଉ ଉଦ୍ୟମ କରିଥିଲେ।କିନ୍ତୁ ଆଗରୁ ସତର୍କ ରହିଥିବ ପୋଲିସ ସେମାନଙ୍କୁ ପ୍ରତିରୋଧ କରିବା ସହ ମନ୍ତ୍ରୀଙ୍କ ବାସଭବନ ପୂର୍ବରୁ ଉଠାଇ ନେଇ ଗିରଫ କରିଛି।ଯାହାକୁ ଆଗାମୀ ଦିନରେ ସଂଗଠନ ପକ୍ଷରୁ ସରାରାଜ୍ୟରେ ବ୍ୟାପକ କରାଯିବ ବୋଲି ପରିଷଦ ର ଜାତୀୟ ସମ୍ପାଦକ ଅଭିଳାଷ ପଣ୍ଡା ପ୍ରକାଶ କରିଛନ୍ତି।
ବାଇଟ-ଶଶିକାନ୍ତ ମିଶ୍ର-ରାଜ୍ୟ ସମ୍ପାଦକ
ବାଇଟ-ଅଭିଳାଷ ପଣ୍ଡା,ଜାତୀୟ ସମ୍ପାଦକ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.