ETV Bharat / state

ମାଗାଣା ବିଦ୍ୟୁତ୍‌ ଯୋଗାଇବା ଦାବି, ରାଜଧାନୀରେ ଆପର ବିକ୍ଷୋଭ ପ୍ରଦର୍ଶନ - ପ୍ରତ୍ୟେକ ପରିବାରକୁ ଦୁଇ ଶହ ୟୁନିଟ ମାଗଣା ବିଦ୍ୟୁତ

ରାଜ୍ୟରେ ମାଗାଣା ବିଦ୍ୟୁତ ସେବା ଯୋଗାଇବାକୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କଲା ଆପ । ରାଜଧାନୀରେ ଆପର ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ

aap demanding free electricity in odisha

author img

By

Published : Jun 9, 2023, 1:32 PM IST

aap demanding free electricity in odisha

ଭୁବନେଶ୍ବର: ରାଜ୍ୟରେ ପ୍ରତ୍ୟେକ ପରିବାରକୁ ଦୁଇ ଶହ ୟୁନିଟ ମାଗଣା ବିଦ୍ୟୁତ ପ୍ରଦାନ ନେଇ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କଲା ଆମ ଆଦମି ପାର୍ଟି । ମାଗଣା ବିଦ୍ୟୁତ୍‌ ପ୍ରଦାନ ନେଇ ରାଜ୍ୟ ସରକାରଙ୍କ ନିକଟରେ 5 ଲକ୍ଷ ଲୋକଙ୍କର ଦସ୍ତଖତ ସମ୍ବଳିତ ଦାବିପତ୍ର ଦେଲା ଆପ । କିନ୍ତୁ ଦାବିପତ୍ର ଗ୍ରହଣ କଲେ ନାହିଁ ମୁଖ୍ୟମନ୍ତ୍ରୀ । ଆଗକୁ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଦଳ ପକ୍ଷରୁ ଘୋଷଣା କରାଯାଇଛି ।

ଗୁରୁବାର ଭୁବନେଶ୍ୱର ଲୋୱର ପିଏମଜିରେ ଆମ ଆଦମୀ ପାର୍ଟି ତରଫରୁ ପ୍ରତିବାଦ କରାଯାଇଥିଲା । ସାରା ରାଜ୍ୟରୁ ଆପ ନେତା ଓ କର୍ମୀ ମାନେ ଏକାଠି ହୋଇ ନବୀନ ନିବାସ ଅଭିମୁଖେ ବାହାରିଥିଲେ । ଏହି ସମୟରେ ଅଶୋକ ନଗର ଛକରେ ପୋଲିସ ଆପକର୍ମୀ ମାନଙ୍କୁ ଅଟକାଇଲା । ପରେ ପ୍ରତି ଜିଲ୍ଲାର ପ୍ରତିନିଧି ମାନେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯାଇ ଦାବି ପ୍ରଦାନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତାଙ୍କର ପ୍ରତିନିଧି ତଥା OSDଙ୍କୁ ଏହି ଦାବିପତ୍ର ପ୍ରଦାନ କରାଯାଇଥିଲା । କିନ୍ତୁ ସେ ଏହାର ପ୍ରାପ୍ତି ସ୍ବୀକାର ନ କରିବାରୁ ଦଳର କର୍ମକର୍ତ୍ତା ଆଉ ସମର୍ଥକମାନେ ଦାବିପତ୍ର ଧରି ଫେରିଆସିଥିଲେ ।

ଏହାପରେ ଆପ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଥିଲା । ଯେଉଁଠାରେ ଓଡ଼ିଶାରେ 200 ୟୁନିଟ ଦେୟମୁକ୍ତ ବିଜୁଳି ଦେବାକୁ ସାମ୍ବାଦିକ ସମ୍ମିଳନୀରେ ଦାବି କରିଥିଲା ଆମ ଆଦମୀ ପାର୍ଟି । ଶକ୍ତି ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ସବୁବେଳେ ବଳକା ରାଜ୍ୟ। ନବୀନ ପଟ୍ଟନାୟକଙ୍କ ସରକାର ଏତେ ଯୋଜନା କରିଛନ୍ତି, ସେହିଭଳି 200 ୟୁନିଟ ମାଗଣା ବିଜୁଳି ମଧ୍ୟ ରାଜ୍ୟବାସୀଙ୍କୁ ଦିଅନ୍ତୁ । ଆମ ସରକାର ଦିଲ୍ଲୀରେ ଘର ପିଛା 200 ୟୁନିଟ ବିଜୁଳି ମାଗଣାରେ ଦେଉଛନ୍ତି । 400 ୟୁନିଟରୁ ଅଧିକ ହେଲେ ଅଧା ଦାମରେ ଦେଉଛନ୍ତି। ପଞ୍ଜାବରେ ଆପ ସରକାର 300 ୟୁନିଟ ମାଗଣା ବିଜୁଳି ଦେଉଛନ୍ତି । 80 ପ୍ରତିଶତ ଘରେ ବିଜୁଳି ବିଲ ଶୂନ ଆସୁଛି ବୋଲି ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଆପ ସାଂସଦ ସଞ୍ଜୟ ସିଂହ ।

ଓଡ଼ିଶାର ସବୁ ଜିଲ୍ଲାରୁ 5 ଲକ୍ଷ ଦସ୍ତଖତ ସମ୍ମିଳିତ ହୋଇଛି । ଏହି ଦସ୍ତଖତ ଦିଲ୍ଲୀକୁ ପଠାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ଭୁବନେଶ୍ୱର ଲୋୱର ପିଏମଜିରେ ଆମ ଆଦମୀ ପାର୍ଟି ଆୟୋଜିତ ପ୍ରତିବାଦରେ ସାରା ରାଜ୍ୟରୁ 20 ହଜାର ଆପ କର୍ମୀ ଏକାଠି ହୋଇଥିଲେ । ଏଥିରେ ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ରଙ୍କ ସମେତ ଓଡିଶା ପ୍ରଭାରୀ ବିରେନ୍ଦ୍ର ସିଂ କାଡିଆନ ଯୋଗ ଦେଇଥିଲେ । ପ୍ରଥମେ ଗାନ୍ଧୀ ମାର୍ଗରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ତା ପରେ ନବୀନ ନିବାସ ଅଭିମୁଖେ ଯାଇଥିଲେ ଆପ ନେତା ଓ କର୍ମୀ ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ପ୍ରତ୍ୟେକ ଘରକୁ ଟିକସମୁକ୍ତ ମାସିକ ୨ ଶହ ୟୁନିଟ୍ ମାଗଣା ବିଜୁଳି ଯୋଗାଣ ଲାଗି ଆମ୍ ଆଦମୀ ପାର୍ଟି ପକ୍ଷରୁ ଗତ ୨୦୨୧ ଏପ୍ରିଲ ମାସରେ ଦାବି ହୋଇଥିଲା । ସେହି ସମୟରେ ରାଜ୍ୟ ସଂଯୋଜକ ନିଶିକାନ୍ତ ମହାପାତ୍ର ୧୦ ଦିନ ଯାଏ ଅନଶନରେ ବସିଥିଲେ । ଏହି ସମୟରେ ବିଭିନ୍ନ ବର୍ଗର ଲୋକେ ନିଶିକାନ୍ତଙ୍କୁ ସମର୍ଥନ କରିଥିଲେ । କିନ୍ତୁ ସେତେବେଳେ ରାଜ୍ୟରେ କୋଭିଡର ପ୍ରାଦୁର୍ଭାବ ଥିବାରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନିର୍ଦ୍ଦେଶରେ ଉକ୍ତ ସତ୍ୟାଗ୍ରହକୁ ସ୍ଥଗିତ ରଖାଯାଇଥିଲା । ଏହାପରେ ଦଳର ନେତା ଆଉ କର୍ମୀମାନେ ରାଜ୍ୟସାରା ଘରକୁ ଘର ବୁଲି ଏହି ଦାବି ସପକ୍ଷରେ ଦସ୍ତଖତ ସଂଗ୍ରହ ଅଭିଯାନ ଚଳାଇଥିଲେ । ଦେୟମୁକ୍ତ ମାଗଣା ବିଜୁଳି ଯୋଗାଣ ସପକ୍ଷରେ ଏପରି ସତ୍ୟାଗ୍ରହ ଏବଂ ଦସ୍ତଖତ ସଂଗ୍ରହ କରିବାରେ ଆମ୍ ଆଦମୀ ପାର୍ଟି ରାଜ୍ୟ ଶାଖା ହେଉଛି ରାଜ୍ୟରେ ପ୍ରଥମ ରାଜନୈତିକ ଦଳ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.