ETV Bharat / state

ଲକ୍ଷ ଲକ୍ଷ ଟଙ୍କା ନେଇ ଶିକ୍ଷକ ଛୁ - ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଞ୍ଚଳ

ଲକ୍ଷ ଲକ୍ଷ ଟଙ୍କା ନେଇ ଫେରାର ହେଲା ଶିକ୍ଷକ । ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଞ୍ଚଳରେ । ଅଧିକ ପଢନ୍ତୁ

Looter teacher: ଲକ୍ଷ ଲକ୍ଷ ଟଙ୍କା ଲୁଟ କରି ଶିକ୍ଷକ ଫେରାର

author img

By

Published : Nov 27, 2021, 11:41 AM IST

Updated : Nov 27, 2021, 11:50 AM IST

ଖୋର୍ଦ୍ଧା: ଲକ୍ଷ ଲକ୍ଷ ଟଙ୍କା ନେଇ ଫେରାର ହେଲେ ଶିକ୍ଷକ । ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଞ୍ଚଳରେ । ବଡ଼ବେରଣା ନୋଡାଲ ସ୍କୁଲରେ ସହକାରୀ ଶିକ୍ଷକ ଭାବେ ନିଯୁକ୍ତି ପାଇଥିବା କୋଲୁହାପାଟଣା ଗ୍ରାମର ବ୍ରଜବନ୍ଧୁ ସାହୁ, ବେଗୁନିଆର କିଛି ଲୋକଙ୍କଠାରୁ ଏଗ୍ରିମେଣ୍ଟ କରି ପ୍ରାୟ ଏକ କୋଟିରୁ ଊର୍ଦ୍ଧ୍ବ ଟଙ୍କା ନେଇ ଛୁ ମାରିଥିବା ବେଗୁନିଆ ଥାନାରେ ଅଭିଯୋଗ କରିଛନ୍ତି ଲୋକେ ।

Looter teacher: ଲକ୍ଷ ଲକ୍ଷ ଟଙ୍କା ଲୁଟ କରି ଶିକ୍ଷକ ଫେରାର

ଏମିତି କି ଲୋକଙ୍କ ନିକଟରେ ବିଶ୍ବାସ ଜନ୍ମାଇବା ପାଇଁ ବ୍ରଜବନ୍ଧୁ ବ୍ୟାଙ୍କ ଚେକ ମଧ୍ୟ ଦେଇଛନ୍ତି । କିନ୍ତୁ ଆକାଉଣ୍ଟରେ ଟଙ୍କା ନଥିବା ଅଭିଯୋଗ ହୋଇଛି । ସେହିପରି ବଡ଼ବେରଣା ନୋଡାଲ ସ୍କୁଲରୁ ନିଜ ସ୍ବାସ୍ଥ୍ୟ ସମସ୍ୟା ଦେଖାଇ ବ୍ରଜବନ୍ଧୁ ୧୭ ନଭେମ୍ବର ୨୦୨୦ରୁ ଅନୁପସ୍ଥିତ ଥିବା ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ କହିଛନ୍ତି । ସେପଟେ ଏତେଦିନ ଅନୁପସ୍ଥିତ ରହିଥିବା ବେଳେ କାହିଁକି ତାଙ୍କ ବିରୁଦ୍ଧରେ ବେଗୁନିଆ ଶିକ୍ଷା ଅଧିକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି ତାକୁ ନେଇ ଉଠିଛି ପ୍ରଶ୍ନ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Nov 27, 2021, 11:50 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.