ଖୋର୍ଦ୍ଧା: ମତଦାନ ପୂର୍ବରୁ ଅଘଟଣ । ପୁଲିଂ ବୁଥ୍ରେ ନିୟୋଜିତ ଥିବା ଜଣେ ଗ୍ରାମରକ୍ଷୀଙ୍କ ହୃଦଘାତ୍ରେ ମୃତ୍ୟୁ ଘଟିଛି । ମୃତକ ହେଲେ ଖୋର୍ଦ୍ଧା ଜିଲ୍ଲା ବୋତଳମା ପଞ୍ଚାୟତ କମାଗୁଡୁ ଗାଁର କୂଳମଣି ବାରିକ। ସେ ଜଟଣୀ ନିର୍ବାଚନ ମଣ୍ଡଳୀର ଗଉଡପୁଟ ପୋଲିଂ ବୁଥ୍ରେ ନିୟୋଜିତ ଥିଲେ । ସୋମବାର ରାତିରେ ହୃଦଘାତରେ ପ୍ରାଣ ହରାଇଥିବା ସୂଚନା ରହିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ