ETV Bharat / state

୯୧ ବର୍ଷରେ ବି ଛାଡ଼ିନି ବହି ପଢ଼ିବା ନିଶା, ବିନା ଚଷମାରେ ନିର୍ଭୁଲ ବହି ପଢୁଛନ୍ତି - old women read book without using glass

91 ବର୍ଷ ବୟସର ଜଣେ ବୃଦ୍ଧ ମହିଳା ସତ୍ଯଭାମା ରଥ । ସେ ବିନା ଚଷମାରେ ନିର୍ଭଲ ଭାବେ ଅକ୍ଷର ପଢୁଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଅଧିକ ପଢ଼ନ୍ତୁ

ବିନା ଚଷମାରେ ନିର୍ଭୁଲ ଭାବେ ବହି ପଢୁଛନ୍ତି ୯୧ ବର୍ଷୀୟ ସତ୍ୟଭାମା

author img

By ETV Bharat Odisha Team

Published : Sep 14, 2023, 3:45 PM IST

ବିନା ଚଷମାରେ ନିର୍ଭୁଲ ଭାବେ ବହି ପଢୁଛନ୍ତି ୯୧ ବର୍ଷୀୟ ସତ୍ୟଭାମା

ଭୁବନେଶ୍ବର: ବିନା ଚଷମାରେ ନିର୍ଭୁଲ ଭାବେ ଲକ୍ଷାଧିକ ବହି ପଢୁଛନ୍ତି ୯୧ ବର୍ଷୀୟା ସତ୍ୟଭାମା ରଥ । ବୟସର ଅପରାହ୍ନରେ ସେ ଥକିଯାଇନାହାନ୍ତି କି ନିଜକୁ ଦୁର୍ବଳ ଭାବିନାହାନ୍ତି । ସେଥିପାଇଁ ତ ସେ ବିନା ଚଷମାରେ ନିର୍ଭୁଲ ଭାବେ ବହି ପଢୁଛନ୍ତି । ପଟିଆ କାନନ ବିହାରର ସତ୍ୟଭାମା ରଥ ଯାହାଙ୍କ ବୟସ 91 ଛୁଇଁଲାଣି । ହେଲେ ଆଖିକୁ ସବୁ ସ୍ପଷ୍ଟ ଦେଖାଯାଉଛି । ବହିର ଅକ୍ଷର ସବୁକୁ ସ୍ପଷ୍ଟ ପଢି ପାରୁଛନ୍ତି ସତ୍ୟଭାମା ।

ଛୋଟ ବେଳଠୁ ସେ ବହି ପଢ଼ିବାରେ ସବୁବେଳେ ବ୍ରତୀ ଥାଆନ୍ତି । ତେଣୁ ଆଜି ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲେ ହେଁ ସେ ଥକିଯାଇନାହାନ୍ତି କି ଆଖିକୁ ଥକିବାକୁ ଦେଇନାହାନ୍ତି । ବିନା ଚଷମାରେ କେତେ ଯେ ବହି ପଢ଼ି ସମାପ୍ତ କରି ସାରିଲେଣି ତାହାର ହିସାବ ନାହି । ସେ ଫକୀର ମୋହନ ହୁଅନ୍ତୁ ଅବା ପ୍ରତିଭା ରାୟ ନୂଆ ଓ ପୁରୁଣା କବିମାନଙ୍କ ପୁସ୍ତକ ସହ ଭଗବାନଙ୍କ ଗାଥା କହୁଥିବା ପୁସ୍ତକଗୁଡ଼ିକୁ ପଢି ଚାଲିଥାଆନ୍ତି । ବହି ପଢ଼ିବାର ନିଶାକୁ ନେଇ ରାତି କେତେବେଳେ ପାହିଯାଏ ସେ ଜାଣିପାରନ୍ତି ନାହିଁ । ତେଣୁ ଏଭଳି ଏକ ଆଶ୍ଚର୍ଯ୍ୟ କଥାକୁ ନେଇ ସ୍ଥାନୀୟ ଲୋକେ ମଧ୍ୟ ତାଙ୍କୁ ବେଶ ପ୍ରସଂଶା କରିଛନ୍ତି ।

ସାଧାରଣତଃ ୪୦ ବର୍ଷ ଅତିକ୍ରମ କରିବା ପରେ ଧୀରେଧୀରେ ଆଖିର ଦୃଷ୍ଟି ଶକ୍ତି କାମ ହୋଇଥାଏ । ଯେଉଁଥି ପାଇଁ ଆମକୁ କମ୍ ଦେଖାଯାଇଥାଏ । ପରିଣତ ବୟସରେ ବୟସ ସାଥ ଦେଉନଥିବା ବେଳେ ଆଖିକୁ ମଧ୍ୟ ସେତେ ସ୍ପଷ୍ଟ ଭାବରେ ଦେଖାଯାଇ ନଥାଏ । ତେଣୁ ଜଣେ ବୃଦ୍ଧ ବା ବୃଦ୍ଧକୁ ଅନ୍ୟର ସାହାରା ନେଇ କୌଣସି କାର୍ଯ୍ୟ କରିବାକୁ ପଡ଼େ । ହେଲେ ସତ୍ୟଭାମାଙ୍କ କ୍ଷେତ୍ରରେ କିଛି ଅଲଗା । ବୟସ 91 ହୋଇଥିଲେ ବି ବିନା ଚଷମାରେ ସେ ନିର୍ଭୁଲ ଭାବେ ବହି ପଢ଼ୁଛନ୍ତି । ସତ୍ୟଭାମାଙ୍କ କ୍ଷେତ୍ରରେ ବୟସ ଫେଲ୍‌ ମାରିଛି ।

ଏହି ବି ପଢନ୍ତୁ....ବୟସର ଅପରାହ୍ନରେ ଏକଦମ୍ ଫିଟ ଦଣ୍ଡପାଣି, ବଡି ବିଲ୍ଡିଂ ପାଇଁ ସାଜିଛନ୍ତି ଉଦାହରଣ

ଆଜି ବି ନିଜ କାମ ନିଜେ କରୁଛନ୍ତି ସତ୍ୟଭାମା । ବହିକୁ ନିଜର ବନ୍ଧୁ ବୋଲି ଭାବିଥାଆନ୍ତି । ବହି ପ୍ରତି ଥିବା ଏହି ଭଲପାଇବାକୁ ନେଇ ସେ ଆଜି ସମସ୍ତଙ୍କର ଚର୍ଚ୍ଚାରେ ବିଷୟ ପାଲଟିଛନ୍ତି । ସତରେ ଆଜିର ସମାଜ ପାଇଁ ଜଣେ ପାଇଁ ନିଆରା ବ୍ୟକ୍ତିତ୍ବ । ଜୀବନର ଶେଷ ନିଶ୍ବାସ ଯାଏଁ ବହି ପଢିବା ବୋଲି କହିଛନ୍ତି ସତ୍ୟଭାମା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.