ETV Bharat / state

GI TAG: ବିଶ୍ୱ ଦରବାରରେ ପରିଚୟ ପାଇବ ଓଡ଼ିଆ ଖାଦ୍ୟ, ମିଳିପାରେ ଜିଆଇ ମାନ୍ୟତା

ଓଡ଼ିଶାର ଆଉ ୯ଟି ଖାଦ୍ୟକୁ ମିଳିପାରେ ଜିଆଇ ଟ୍ୟାଗ (GI Tag) । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ୬ ଜଣିଆ ପ୍ରତିନିଧି ଭୁବନେଶ୍ବର ଆସି ଏହି ମୂଲ୍ୟାୟନ କରିଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

GI TAG: ବିଶ୍ବ ଦରବାରରେ ପରିଚୟ ପାଇବ ଓଡ଼ିଆ ଖାଦ୍ୟ, ମିଳିପାରେ ଜିଆଇ ମାନ୍ୟତା

author img

By

Published : Dec 10, 2022, 10:07 PM IST

ବିଶ୍ୱ ଦରବାରରେ ପରିଚୟ ପାଇବ ଓଡ଼ିଆ ଖାଦ୍ୟ

ଭୁବନେଶ୍ବର: ଓଡ଼ିଶାର ଖାଦ୍ୟ ଏବେ ବିଶ୍ବ ଦରବାରରେ ପାଇବ ନୂଆ ପରିଚୟ । ଖୁବଶୀଘ୍ର ୯ଟି ଖାଦ୍ୟ ସାମଗ୍ରୀକୁ ମିଳିପାରେ ଜିଆଇ ଟ୍ୟାଗ । ଓଡ଼ିଆ ସଂସ୍କୃତି ପରମ୍ପରା ମହାନ ସହ ଆମ ଖାଦ୍ୟର ରହିଛି ଅନେକ ସ୍ବତନ୍ତ୍ରତା । ଏହାକୁ ନେଇ ବିଶ୍ବ ଦରବାରରେ ମଧ୍ୟ ଓଡ଼ିଶା ପରିଚିତ। ସେହି ସ୍ବତନ୍ତ୍ରତାକୁ ନେଇ ଓଡ଼ିଶାର ଖାଦ୍ୟ ଏବେ ବିଶ୍ବ ଦରବାରରେ ପାଇବ ନୂଆ ପରିଚୟ । ଆଉ ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ଖାଦ୍ୟ ସାମଗ୍ରୀର ମୂଲ୍ୟାଙ୍କନ ପାଇଁ ଚେନ୍ନାଇରୁ ଏକ ୬ ଜଣିଆ ପ୍ରତିନିଧି ଭୁବନେଶ୍ବର ଆସି ଏହି ମୂଲ୍ୟାୟନ କରିଥିବା ଜଣାପଡ଼ିଛି ।

ଏହି ଖାଦ୍ୟ ଗୁଡ଼ିକ ମଧ୍ୟରେ ରହିଛି ମୟୂରଭଞ୍ଜର କାଇ ଚଟଣୀ, ଢେଙ୍କାନାଳର ମଗଜ ଲଡୁ (Magaji ladu of Dhenkanal), କେନ୍ଦ୍ରାପଡାର ରସାବଳୀ (Kendrapara Rasabali ), ଗଜପତିର ଖଜୁରାଗୁଡ଼, କୋରାପୁଟର କଳାଜିରା ଚାଉଳ, ନୟାଗଡ଼ର କଣ୍ଟେଇମୁଣ୍ଡି ବାଇଗଣ, ଲାଞ୍ଜିଆ ସୌରା କଳା, ଡଙ୍ଗରିଆ କନ୍ଧ ବୁଣା ଶାଲ ଓ କଟକ ରୂପା ତାରକସୀକୁ ଜିଆଇ ଟ୍ୟାଗ ମିଳିବା ନେଇ ମୂଲ୍ୟାୟନ କରିଛନ୍ତି ଜି ଆଇ ବିଶେଷଜ୍ଞ । ଜିଆଇ ଟ୍ୟାଗ ପାଇଁ ୯ ସାମଗ୍ରୀର ମୂଲ୍ୟାୟନ କରାଯାଇଛି । ଚେନ୍ନାଇରୁ ଏକ ୬ ଜଣିଆ ପ୍ରତିନିଧି ଆସି ଏହି ମୂଲ୍ୟାୟନ କରିଛନ୍ତି । ୯ଟି ସାମଗ୍ରୀ ମଧ୍ୟରେ ୪ଟି ଖାଦ୍ୟଜନିତ ସାମଗ୍ରୀ ରହିଥିବା ବେଳେ ଦୁଇଟି କୃଷିଜାତ ଏବଂ ତିନୋଟି ହସ୍ତତନ୍ତ ସାମଗ୍ରୀ ରହିଛି । ଉତ୍ପାଦନକାରୀ ନିଜ ସାମଗ୍ରୀର ବିସ୍ତୃତ ତଥ୍ୟ ଦେଇଥିବା ପରେ ଏହାର ଅନୁଧ୍ୟାନ କରିଛନ୍ତି ବିଶେଷଜ୍ଞ ଦଳ ।

ଏହା ବି ପଢନ୍ତୁ- ରାଜଧାନୀରେ ୩ଦିନିଆ ଜାତୀୟ କୁକୁର ପ୍ରଦର୍ଶନୀ, ମନ ଜିଣିଲା ଲାବ୍ରାଡର ପ୍ରଜାତିର କୁକୁର

ଅନ୍ୟପଟେ ୨୦୨୦ ମସିହାରେ ଓଡ଼ିଶା ପ୍ରଯୁକ୍ତିବିଦ୍ୟା ବିଶ୍ଵବିଦ୍ୟାଳୟ ବା ଓୟୁଏଟି ଖାଦ୍ୟ ସାମଗ୍ରୀ ବର୍ଗରେ କାଇଚଟଣି ଓ ମଗଜି ଲଡୁ ନୟାଗଡ଼ର କଣ୍ଟେଇମୁଣ୍ଡି ବାଇଗଣକୁ ନେଇ ତଥ୍ୟ ସଂଗ୍ରହ ସହ ପରୀକ୍ଷା କରିଥିଲେ । ଆଉ ଏହାକୁ ଜିଆଇ ମାନ୍ୟତା ମାନେ ଆବେଦନ କରାଇଥିଲେ । ଏହି ୩ଟିର ତଥ୍ୟକୁ ନେଇ ବିଶେଷଜ୍ଞ ଦଳ ସନ୍ତୁଷ୍ଟ ରହିଛନ୍ତି । ତେଣୁ ଏହାର ପ୍ରକ୍ରିୟାକରଣକୁ ଆଗକୁ ବଢାଇଛନ୍ତି । ଗବେଷଣା ହୋଇଥିବା ଏହି ୩ ସାମଗ୍ରୀ ଜିଆଇ ମାନ୍ୟତା ପାଇପାରେ ବୋଲି କହିଛନ୍ତି ଓୟୁଏଟି ପ୍ରଯୁକ୍ତିବିଦ୍ୟା ପରିଚାଳନା କମିଟିର ଆବାହକ ଦୟାନିଧି ମିଶ୍ର । ଖାଲି ସେତିକି ନୁହେଁ ଏହି ସାମଗ୍ରୀର ଗୁଣବତା ଓ ମନର ପ୍ରମାଣ ବି ଇତିହାସରେ ବିଶେଷଜ୍ଞ ମାନେ ପାଇଛନ୍ତି । ଏହାର ବ୍ୟବହାରକାରୀ ବା ଅନୁଭଵୀଙ୍କ ଠାରୁ ସାମଗ୍ରୀର କଥାକୁ ହୃଦୟଙ୍ଗମ କରିଛନ୍ତି ବୋଲି କହିଛନ୍ତି ଦୟାନିଧି ମିଶ୍ର।

ଜିଆଇ ମାନ୍ୟତା ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଖୁବ କମ ଦିନ ଭିତରେ ମୂଲ୍ୟାଙ୍କନ ପ୍ରକ୍ରିୟାର ତଥ୍ୟ ବିଶ୍ଳେଷଣ ଶେଷ ହେବ । କାରଣ ପ୍ରକ୍ରିୟା ମୁତାବକ ଚେନ୍ନାଇରୁ ଆସିଥିବା ଜାତୀୟସ୍ତରର ବିଶେଷଣଜ୍ଞ ଏହି ଗବେଷଣାରେ ବେଶ ଖୁସି ହୋଇଛନ୍ତି । ତେଣୁ ଖୁବଶୀଘ୍ର ଏହି ସାମଗ୍ରୀକୁ ମିଳିବ ଜିଆଇ ଟ୍ୟାଗ୍ । ଆଉ ଓଡ଼ିଆ ଖାଦ୍ୟର ସ୍ବତନ୍ତ୍ରତା ବିଶ୍ବ ଦରବାରରେ ମାନବର୍ଦ୍ଧନ କରିବ । ଯାହା ପ୍ରତିଟି ଓଡ଼ିଆଙ୍କ ପାଇଁ ହେବ ଏକ ନିଆରା ପରିଚୟ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.