ETV Bharat / state

ରାଜ୍ୟରେ ୯ ଜିଲ୍ଲା ହେବ ଫାଇଲେରିଆ ମୁକ୍ତ - ସ୍ବାସ୍ଥ୍ୟ ବିଭାଗର ସ୍ଵତନ୍ତ୍ର ଶାସନ ସଚିବ ଅଜିତ ମହାନ୍ତି

ଓଡି଼ଶାରେ ୯ ଜିଲ୍ଲା ହେବ ଫାଇଲେରିଆ ମୁକ୍ତ । ଘୋଷଣା କରିବାକୁ କେନ୍ଦ୍ରକୁ ପ୍ରସ୍ତାବ ଦେଲା ସ୍ୱାସ୍ଥ୍ୟ ବିଭାଗ । ଅଧିକ ପଢନ୍ତୁ

ରାଜ୍ୟରେ ୯ ଜିଲ୍ଲା ଫାଇଲେରିଆ ମୁକ୍ତ ହେବ
ରାଜ୍ୟରେ ୯ ଜିଲ୍ଲା ଫାଇଲେରିଆ ମୁକ୍ତ ହେବ
author img

By

Published : Feb 10, 2023, 7:55 AM IST

ରାଜ୍ୟରେ ୯ ଜିଲ୍ଲା ଫାଇଲେରିଆ ମୁକ୍ତ ହେବ

ଭୁବେନେଶ୍ବର: ରାଜ୍ୟର ୯ ଜିଲ୍ଲା ହେବ ଫାଇଲେରିଆ ମୁକ୍ତ । ଏନେଇ ଘୋଷଣା କରିବାକୁ କେନ୍ଦ୍ରକୁ ପ୍ରସ୍ତାବ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ପୁରୀ, ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ଗଜପତି, କେନ୍ଦ୍ରାପଡା, ବୌଦ୍ଧ, ଜଗତସିଂହପୁର, ଦେବଗଡ଼ ଫାଇଲେରିଆ ମୁକ୍ତ ହେବ । ଅନ୍ୟ ୨୧ଟି ଜିଲ୍ଲାରେ ଫାଇଲେରିଆ ନିରାକରଣ ପାଇଁ ଫାଇଲେରିଆ ନିରାକରଣ ଅଭିଯାନ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ୧୦ଟି ଜିଲ୍ଲାରେ ଏହି ଅଭିଯାନ କରାଯିବ । ପରବର୍ତ୍ତୀ ସମୟରେ ବାକି ୧୧ଟି ଜିଲ୍ଲାରେ ଏହି ଅଭିଯାନ ଆରମ୍ଭ ହେବ।

ପ୍ରଥମ ୧୦ଟି ଜିଲ୍ଲାରେ ଡିଇସୀ, ଆଲବେନଣ୍ଡାଜଲ୍ ଟାବଲେଟ ଲୋକଙ୍କୁ ଦିଆଯିବ । ଅନ୍ୟ ଜିଲ୍ଲାରେ ଏହି ଦୁଇ ଟାବଲେଟ ସହ ଆଇଭ୍ରମେକଟିନ୍ ଟାବଲେଟ ଦିଆଯିବ । ଏହିଭଳି ନିୟମିତ ବ୍ୟବଧାନରେ ଔଷଧ ସେବନ କଲେ ଖୁବଶୀଘ୍ର ରାଜ୍ୟ ଫାଇଲେରିଆ ମୁକ୍ତ ହେବ ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି । ଏନେଇ କର୍ମଶାଳାରେ ସ୍ବାସ୍ଥ୍ୟ ବିଭାଗର ସ୍ଵତନ୍ତ୍ର ଶାସନ ସଚିବ ଡାକ୍ତର ଅଜିତ କୁମାର ମହାନ୍ତି କହିଛନ୍ତି ଯେ, ଏମଡିଏ ପର୍ଯ୍ୟାୟରେ ଦଶଟି ଜିଲ୍ଲାରେ ଲୋକମାନେ ଯେଭଳି ସ୍ୱାସ୍ଥ୍ୟକର୍ମୀଙ୍କ ଉପସ୍ଥିତିରେ ଫାଇଲେରିଆ ନିରୋଧୀ ଔଷଧ ନିଶ୍ଚିତ ଖାଇବେ ସେଥିପାଇଁ ପଦକ୍ଷେପ ନିଆଯିବ । ୨ ବର୍ଷରୁ କମ୍‌ ବୟସର ଶିଶୁ, ଗର୍ଭବତୀ ମହିଳା ଏବଂ ଗୁରୁତର ଭାବରେ ଅସୁସ୍ଥ ଥିବା ଲୋକଙ୍କ ବ୍ୟତୀତ ଅନ୍ୟ ସମସ୍ତେ ଏହି ଔଷଧ ତାଲିମପ୍ରାପ୍ତ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଉପସ୍ଥିତିରେ ସେବନ କରିବେ । ଏହି କାର୍ଯ୍ୟକ୍ରମ ଅଧୀନରେ ଗୋଷ୍ଠୀଗୁଡିକର ଅଂଶଗ୍ରହଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର, କହିଛନ୍ତି, ''ଫାଇଲେରିଆ ଏକ ସାଂଘାତିକ ଜନସ୍ୱାସ୍ଥ୍ୟ ସମସ୍ୟା । ଯାହା ମଶା କାମୁଡିବା ଦ୍ୱାରା ବ୍ୟାପିଥାଏ । ବିଶ୍ୱବ୍ୟାପୀ ଦୀର୍ଘକାଳୀନ ଶାରୀରିକ ଅକ୍ଷମତାର ଅନ୍ୟତମ ମୁଖ୍ୟ କାରଣ ଫାଇଲେରିଆସିସ୍‌ । ସାଧାରଣତଃ ପିଲାଦିନେ ଏହା ସଂକ୍ରମିତ ହେଉଥିବାବେଳେ ପ୍ରାପ୍ତ ବୟସ୍କ ଅବସ୍ଥାରେ ଏହାର ଲକ୍ଷଣ ପ୍ରକାଶ ପାଏ ।

ଏହି ସଂକ୍ରମଣ ଶରୀରର ଲିମ୍ଫାଟିକ ବ୍ୟବସ୍ଥାକୁ ନଷ୍ଟ କରିଦିଏ ଏବଂ ତାହାର ଚିକିତ୍ସା କରାନଗଲେ ଏହା ଶରୀରର ବିଭିନ୍ନ ଅଂଶରେ ଫୁଲା ସୃଷ୍ଟିକରେ, ଯାହା ଆରୋଗ୍ୟସାଧ୍ୟ ନୁହେଁ । ଫାଇଲେରିଆସିସରେ ଆକ୍ରାନ୍ତ ଲୋକମାନେ ଅନେକ ସମୟରେ ହାଇଡ୍ରୋସିଲ (ଅଣ୍ଡକୋଷ ଫୁଲିବା), ଲିମ୍ଫୋଡେମା (ଅଙ୍ଗ ପ୍ରତ୍ୟଙ୍ଗ ଫୁଲିବା) ଏବଂ କାଇଲୁରିଆ (ଇଷତ ଧଳା ରଙ୍ଗର ପରିସ୍ରା) ଭଳି ଅନେକ ଗୁରୁତର ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଏଭଳି ଲକ୍ଷଣ ଏଲ୍‌ଏଫ୍‌ରେ ଆକ୍ରାନ୍ତ ଲୋକଙ୍କର ଜୀବିକା, ସେମାନଙ୍କ ପାଖରେ ଥିବା ସୁଯୋଗ ଏବଂ କାର୍ଯ୍ୟଦକ୍ଷତାକୁ ପ୍ରଭାବିତ କରିଥାଏ । ସେମାନେ ଅନେକ ସମୟରେ ସାମାଜିକ ଲାଞ୍ଛନାର ଶିକାର ହୋଇଥାନ୍ତି ।''

ଏଠାରେ ସୂଚନାଯୋଗ୍ୟ ଯେ, ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମର ଅଭିଯାନ ପର୍ଯ୍ୟାୟରେ ୧୦ଟି ଜିଲ୍ଲାରେ ୧,୩୬,୦୬,୯୪୮ଜଣ ହିତାଧିକାରୀଙ୍କୁ ଔଷଧ ଖୁଆଇବା ସୁନିଶ୍ଚିତ କରିବା ପାଇଁ ୫୧,୩୭୧ ଜଣ ତାଲିମପ୍ରାପ୍ତ ଔଷଧ ପ୍ରଦାନକାରୀ ଘରକୁ ଘର ଗସ୍ତ କରିବେ । କାର୍ଯ୍ୟକ୍ରମ ତଦାରଖ କରିବା ନିମନ୍ତେ ୫୧୧୧ ଜଣ ସୁପରଭାଇଜରମାନଙ୍କୁ ନିୟୋଜିତ କରାଯାଉଛି ଯଦ୍ବାରା କାର୍ଯ୍ୟକ୍ରମର ମାନ ବଜାୟ ରଖାଯାଇପାରିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.