ETV Bharat / state

ଉଦଯାପିତ ହେଲା ସପ୍ତମ ଜାତୀୟ ମିଡିଆ କକ୍ଲେଭ

author img

By ETV Bharat Odisha Team

Published : Nov 23, 2023, 10:54 PM IST

ସପ୍ତମ ଜାତୀୟ ମିଡ଼ିଆ କନକ୍ଲେଭ ୨୦୨୩ ର ଉଦଯାପନୀ ଉତ୍ସବ ଶେଷ ହୋଇଯାଇଛି । ଇନଷ୍ଟିଚ୍ୟୁଟ ଫର ମିଡ଼ିଆ ଷ୍ଟଡିଜ ଏବଂ ଉତ୍କଳ ବିଶ୍ଵବିଦ୍ୟାଳୟ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମ ନଭେମ୍ବର ୨୧ ରୁ ୨୩ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ଆଜିର ସମୟରେ ଡିଜିଟାଲ ଟେକ୍ନୋଲୋଜି , ମିଡ଼ିଆ ଓ ଡେମୋକ୍ରେସି ଭଳି ବିଷୟକୁ ନେଇ ଏହି କାର୍ଯ୍ୟକ୍ରମରେ ବିଶେଷ ଆଲୋଚନା ହୋଇଥିଲା । ଅଧିକ ପଢନ୍ତୁ

ଉଦଯାପିତ ହେଲା  ସପ୍ତମ ଜାତୀୟ ମିଡିଆ କକ୍ଲେଭ
ଉଦଯାପିତ ହେଲା ସପ୍ତମ ଜାତୀୟ ମିଡିଆ କକ୍ଲେଭ

ଉଦଯାପିତ ହେଲା ସପ୍ତମ ଜାତୀୟ ମିଡିଆ କକ୍ଲେଭ

ଭୁବନେଶ୍ବର: ଆଜିର ଯୁଗ ଡିଜିଟାଲ ଯୁଗ । ଏ ସମୟରେ ଡିଜିଟାଲ ମିଡିଆ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଡିଜିଟାଲ ମିଡ଼ିଆର ବହୁଳ ବ୍ୟବହାର ଯୋଗୁଁ ଖବର ହାତ ପାଆନ୍ତାରେ ପହଞ୍ଚିଛି । ଡିଜିଟାଲ ମିଡିଆ ଖାଲି ରାଜ୍ୟ ନୁହେଁ ସମଗ୍ର ଦେଶରେ ଏବେ ଏକ ବଡ଼ ଅସ୍ତ୍ର ଭାବେ ଉଭା ହୋଇଛି । ରାଜନୀତି ପୂର୍ବରୁ ଜଣେ ସାମ୍ବାଦିକ ଭାବେ କାର୍ଯ୍ୟ କରୁଥିଲି । ପ୍ରତିଦିନ ଖବର ଅନ୍ବେଷଣରେ ବାହାରୁ ଥିଲି। ହେଲେ ଦିନ ଆସିଲା ମୁଁ ସିଧାସଳଖ ରାଜନିତୀରେ ପ୍ରବେଶ କଲି । ସପ୍ତମ ଜାତୀୟ ମିଡିଆ କକ୍ଲେଭ 2023 ଉଦଯାପନୀ ଉତ୍ସବରେ ଯୋଗ ଦେଇ ଏହା କହିଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ।

ସପ୍ତମ ଜାତୀୟ ମିଡ଼ିଆ କନକ୍ଲେଭ ୨୦୨୩ ର ଉଦଯାପନୀ ଉତ୍ସବ ଶେଷ ହୋଇଯାଇଛି । ଇନଷ୍ଟିଚୟୁଟ ଫର ମିଡ଼ିଆ ଷ୍ଟଡିଜ ଏବଂ ଉତ୍କଳ ବିଶ୍ଵବିଦ୍ୟାଳୟ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମ ନଭେମ୍ବର ୨୧ ରୁ ୨୩ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ଆଜିର ସମୟରେ ଡିଜିଟାଲ ଟେକ୍ନୋଲୋଜି, ମିଡ଼ିଆ ଓ ଡେମୋକ୍ରେସି ଭଳି ବିଷୟକୁ ନେଇ ଏହି କାର୍ଯ୍ୟକ୍ରମରେ ବିଶେଷ ଆଲୋଚନା ହୋଇଥିଲା । ଆଜି ପ୍ରଥମ ସେସନରେ ଲିଙ୍ଗଗତ ସମାନତା ଓ ସାମ୍ବାଦିକତା କ୍ଷେତ୍ରରେ ମହିଳାଙ୍କ ବିଷୟରେ ଆଲୋଚନା ହୋଇଥିଲା । ଆଜି ଏହି ଉଦଯାପନୀ ସମାବେଶରେ ମୁଖ୍ୟ ଅତିଥି ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ସମ୍ମାନିତ ଅତିଥି ଭାବେ ସୂଚନା ଲୋକ ସମ୍ପର୍କ ମନ୍ତ୍ରୀ ପ୍ରଦୀପ ଅମାତ ଯୋଗ ଦେଇଥିଲେ ।

ଅଧିକ ପଢନ୍ତୁ- ଡିଜିଟାଲ ମିଡିଆ ମାର୍ଗଦର୍ଶିକା: ସୋସିଆଲ ମିଡିଆ ଉପରେ ରହିବ ସରକାରଙ୍କ ନିୟନ୍ତ୍ରଣ, ଜାରି ହେଲା ନୂଆ ବିଜ୍ଞପ୍ତି

ଏହି ମିଡ଼ିଆ ମହାକୁମ୍ଭ ସମସ୍ତଙ୍କୁ ରାସ୍ତା ଦେଖାଇବ ବୋଲି କହିଛନ୍ତି ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ସେହିପରି ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ମିଡ଼ିଆ ରିସର୍ଚ୍ଚ କରି ପବ୍ଲିସ ହୋଇଥିବା ଲେଖକ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ସେହିପରି ମଣିପାଲ ବିଶ୍ବବିଦ୍ୟାଳୟର ମିଡ଼ିଆ ଓ ମାସ କମ୍ୟୁନିକେସନର ରିସର୍ଚ ପବ୍ଲିକେସନ ପାଇଁ ଡକ୍ଟର ଫକୀର ମୋହନ ନାହାକ ଏହି ପୁରସ୍କାର ଗ୍ରହଣ କରିବା ସହିତ ଏପରି ଆୟୋଜନ ସାମ୍ବାଦିକଙ୍କ କ୍ଷେତ୍ରରେ ବେଶ ସହାୟକ ହେବ ବୋଲି ମତ ଦେଇଥିଲେ।

ସେହିଭଳି କନକ୍ଲେଭରେ ଅନ୍ୟତମ ଅତିଥୀ ତଥା ସୂଚନା ଓ ଲୋକସମ୍ପର୍କ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ ଆଜିର ଆଧୁନିକ ଯୁଗରେ ଡିଜିଟାଲ ମିଡ଼ିଆର ପ୍ରଭାବ ସବୁ ସ୍ଥାନରେ ରହିଛି ବୋଲି କହିଥିଲେ । ପ୍ରାୟ 120ରୁ ଅଧିକ ପିଏଚଡି ସ୍କଲାର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେମାନେ ବିଭିନ୍ନ ସନ୍ଦର୍ଭ ଉପରେ ନିଜ ନିଜର ବିଷୟ ଉପସ୍ଥାପନା କରିଥିଲେ । ସେମାନଙ୍କ ମଧ୍ୟ ପ୍ରାୟ 6 ଜଣ ପୁରସ୍କୃତ ହୋଇଥିଲେ । ସାରା ଦେଶରୁ 200ରୁ ଅଧିକ ପ୍ରତିନିଧୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.