ETV Bharat / state

ଉଲ୍ଲେଖନୀୟ, ବିଶିଷ୍ଟ ସେବା ଓ ସାହସିକତା ପାଇଁ ୭୪ ଜଣଙ୍କୁ ପଦକ

author img

By ETV Bharat Odisha Team

Published : Aug 25, 2023, 10:38 PM IST

୨୦୨୦ ସାଧାରଣତନ୍ତ୍ର ଦିବସ ପାଇଁ ବିଶିଷ୍ଟ ସେବା ନିମନ୍ତେ ୨ ଜଣଙ୍କୁ ‘ରାଷ୍ଟ୍ରପତି ପୋଲିସ ପଦକ’ ଓ ୧୦ ଜଣଙ୍କୁ ଉଲ୍ଲେଖନୀୟ ସେବା ନିମନ୍ତେ ‘ରାଷ୍ଟ୍ରପତି ପୋଲିସ ପଦକ’ ପ୍ରଦାନ କରାଯାଇଛି । ସେହିପରି ଉଲ୍ଲେଖନୀୟ ସେବା ନିମନ୍ତେ ୧୫ ଜଣଙ୍କୁ ‘ରାଜ୍ୟପାଳ ପୋଲିସ ପଦକ’ ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ

ଉଲ୍ଲେଖନୀୟ, ବିଶିଷ୍ଟ ସେବା ଓ ସାହସିକତା ପାଇଁ ୭୪ ଜଣଙ୍କୁ ପଦକ
ଉଲ୍ଲେଖନୀୟ, ବିଶିଷ୍ଟ ସେବା ଓ ସାହସିକତା ପାଇଁ ୭୪ ଜଣଙ୍କୁ ପଦକ
ଉଲ୍ଲେଖନୀୟ, ବିଶିଷ୍ଟ ସେବା ଓ ସାହସିକତା ପାଇଁ ୭୪ ଜଣଙ୍କୁ ପଦକ

ଭୁବନେଶ୍ବର: ରାଜ୍ୟ ପୋଲିସ ସେବା, ଅଗ୍ନିଶମ ସେବା, ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ସେବା ଏବଂ କାରାଗାର ଓ ସଂସ୍କାର ସେବାର ଅଧିକାରୀଙ୍କୁ ପଦକ ପ୍ରଦାନ । ୭୪ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ସେମାନଙ୍କ ଉଲ୍ଲେଖନୀୟ, ବିଶିଷ୍ଟ ସେବା ଓ ସାହସିକତା ନିମନ୍ତେ ପଦକ ପ୍ରଦାନ କରାଯାଇଛି । ରାଷ୍ଟ୍ରପତି, ରାଜ୍ୟପାଳ ଏବଂ ସାହସିକତା ପଦକ ପ୍ରଦାନ କରାଯାଇଛି । ଲୋକସେବା ଭବନ କନଭେନସନ ହଲରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହି ପଦକ ପ୍ରଦାନ କରିଛନ୍ତି ।

୨୦୨୦ ସାଧାରଣତନ୍ତ୍ର ଦିବସ ପାଇଁ ବିଶିଷ୍ଟ ସେବା ନିମନ୍ତେ ୨ ଜଣଙ୍କୁ ‘ରାଷ୍ଟ୍ରପତି ପୋଲିସ ପଦକ’ ଓ ୧୦ ଜଣଙ୍କୁ ଉଲ୍ଲେଖନୀୟ ସେବା ନିମନ୍ତେ ‘ରାଷ୍ଟ୍ରପତି ପୋଲିସ ପଦକ’ ପ୍ରଦାନ କରାଯାଇଛି । ସେହିପରି ଉଲ୍ଲେଖନୀୟ ସେବା ନିମନ୍ତେ ୧୫ ଜଣଙ୍କୁ ‘ରାଜ୍ୟପାଳ ପୋଲିସ ପଦକ’ ପ୍ରଦାନ କରାଯାଇଛି । ଅନୁରୂପ ଭାବେ ୨୦୨୦ ସ୍ଵାଧୀନତା ଦିବସ ପାଇଁ ବିଶିଷ୍ଟ ସେବା ନିମନ୍ତେ ୨ ଜଣଙ୍କୁ ‘ରାଷ୍ଟ୍ରପତି ପୋଲିସ ପଦକ’ ଏବଂ ଉଲ୍ଲେଖନୀୟ ସେବା ପାଇଁ ୧୧ ଜଣଙ୍କୁ ‘ରାଷ୍ଟ୍ରପତି ପୋଲିସ ପଦକ’ ପ୍ରଦାନ କରାଯାଇଛି । ୨୦୨୦ ସାଧାରଣତନ୍ତ୍ର ଦିବସ ପାଇଁ ୨ ଜଣ ଅଗ୍ନିଶମ ଅଧିକାରୀଙ୍କୁ ‘ରାଷ୍ଟ୍ରପତିଙ୍କ ବିଶିଷ୍ଟ ଅଗ୍ନିଶମ ସେବା ପଦକ’ ପ୍ରଦାନ କରାଯାଇଛି । ୪ ଜଣଙ୍କୁ ‘ପ୍ରଶଂସନୀୟ ସେବା ପଦକ’ ପ୍ରଦାନ କରାଯାଇଛି । ୨୦୨୦ ସାଧାରଣତନ୍ତ୍ର ଦିବସ ପାଇଁ ଗୃହରକ୍ଷୀ ସେବା ନିମନ୍ତେ ଜଣଙ୍କୁ ‘ରାଷ୍ଟ୍ରପତିଙ୍କ ବିଶିଷ୍ଟ ପଦକ’ ଏବଂ ଜଣଙ୍କୁ ‘ରାଷ୍ଟ୍ରପତି ପ୍ରଶଂସନୀୟ ସେବା ପଦକ’ ପ୍ରଦାନ କରାଯାଇଛି ।

ଏହାବି ପଢନ୍ତୁ- ପୋଲିସ ପଦକ ଘୋଷଣା: ଓଡ଼ିଶାର ୧୩ଜଣଙ୍କୁ ମିଳିବ ମେଡାଲ୍

ସେହିପରି ବେସାମରିକ କ୍ଷେତ୍ରରେ ପ୍ରଶଂସନୀୟ ସେବା ନିମନ୍ତେ ୨ ଜଣଙ୍କୁ ରାଷ୍ଟ୍ରପତି ପଦକ ଦିଆଯାଇଛି । ୨୦୨୦ ସ୍ଵାଧୀନତା ଦିବସ ପାଇଁ ଅଗ୍ନିଶମ ସେବା କ୍ଷେତ୍ରରେ ସାହସିକତା ପାଇଁ ଜଣଙ୍କୁ ‘ରାଷ୍ଟ୍ରପତିଙ୍କ ସାହସିକତା ପଦକ’ ପ୍ରଦାନ କରାଯାଇଥିବାବେଳେ ୨ ଜଣଙ୍କୁ ‘ରାଷ୍ଟ୍ରପତିଙ୍କ ବିଶିଷ୍ଟ ଅଗ୍ନିଶମ ସେବା ପଦକ’ ପ୍ରଦାନ କରାଯାଇଛି । ଅନୁରୂପ ଭାବରେ ୬ ଜଣଙ୍କୁ ‘ପ୍ରଶଂସନୀୟ ଅଗ୍ନିଶମ ସେବା ପଦକ’ ପ୍ରଦାନ କରାଯାଇଛି । ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ସେବାରେ ପ୍ରଶଂସନୀୟ ସେବା ନିମନ୍ତେ ୨୦୨୦ ସ୍ଵାଧୀନତା ଦିବସ ପାଇଁ ୪ ଜଣଙ୍କୁ ପଦକ ପ୍ରଦାନ କରାଯାଇଛି । ବେସାମରିକ ପ୍ରତିରକ୍ଷା କ୍ଷେତ୍ରରେ ଜଣଙ୍କୁ ବିଶିଷ୍ଟ ସେବା ନିମନ୍ତେ ‘ରାଷ୍ଟ୍ରପତି ପଦକ’ ପ୍ରଦାନ କରାଯାଇଛି । ୨୦୨୦ ସାଧାରଣତନ୍ତ୍ର ଦିବସ ପାଇଁ ୩ ଜଣ କାରାଗାର ଅଧିକାରୀଙ୍କୁ ‘ରାଷ୍ଟ୍ରପତିଙ୍କ ବିଶିଷ୍ଟ ସେବା ପଦକ’ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ୧୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଓ ମାନପତ୍ର ପ୍ରଦାନ କରାଯାଇଛି ।

ସେହିପରି ୨୦୨୦ ସାଧାରଣତନ୍ତ୍ର ଦିବସ ପାଇଁ ୩ ଜଣ କାରାଗାର ଅଧିକାରୀଙ୍କୁ ‘ରାଷ୍ଟ୍ରପତିଙ୍କ ସଂସ୍କାର ସେବା ପଦକ’ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ୫ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଏବଂ ମାନପତ୍ର ପ୍ରଦାନ କରାଯାଇଛି । ୨୦୨୦ ସ୍ଵାଧୀନତା ଦିବସ ଅବସରରେ ୨ ଜଣ କାରାଗାର ଅଧିକାରୀଙ୍କୁ ‘ରାଷ୍ଟ୍ରପତିଙ୍କ ବିଶିଷ୍ଟ ସେବା ପଦକ’ ସହ ରାଜ୍ୟ ସରକାରଙ୍କ ପକ୍ଷରୁ ୧୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ଏବଂ ମାନପତ୍ର ପ୍ରଦାନ କରାଯାଇଛି । ସେହିପରି ୨ ଜଣଙ୍କୁ ‘ରାଷ୍ଟ୍ରପତିଙ୍କ ସଂସ୍କାର ସେବା ପଦକ’ ସହ ରାଜ୍ୟ ସରକାରଙ୍କ ପକ୍ଷରୁ ୫ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଏବଂ ମାନପତ୍ର ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତ ବେହେରା, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂହ, ପୋଲିସ ଡିଜି ସୁନୀଲ କୁମାର ବଂଶଲ, ଅଗ୍ନିଶମ, ହୋମଗାର୍ଡ ଓ ବେସାମରିକ ପ୍ରତିରକ୍ଷା ଡିଜି ଡ. ସୁଧାଂଶୁ କୁମାର ଷଡଙ୍ଗୀ, ଜେଲ ଓ ସଂସ୍କାର ସେବା ଡିଜି ମନୋଜ କୁମାର ଛାବ୍ରାଙ୍କ ସହ ଗୃହ ବିଭାଗର ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.