ନୂଆପଡା: ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ମଲିପୁର ପଞ୍ଚାୟତର ନୂଆପଡା ଗ୍ରାମରୁ ୫ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ପରେ ସରପଞ୍ଚ ବିଜୟ କୁମାର ଦାସ ଜିଲାପାଳ କ୍ଷମତା ପ୍ରୟୋଗ କରି ବୁଧବାର ସନ୍ଧ୍ୟା ୭ଟାରୁ ଶନିବାର ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ୭୨ଘଣ୍ଟା ଲାଗି ସଟଡାଉନ ଘୋଷଣା କରିଛନ୍ତି ।
ଗ୍ରାମବାସୀଙ୍କ ସୁରକ୍ଷା ଓ ଜନସ୍ୱାସ୍ଥ୍ୟ ଦୃଷ୍ଟିରୁ ଉକ୍ତ ଅଞ୍ଚଳକୁ ସଟଡାଉନ ଘୋଷଣା କରାଯାଇଛି ବୋଲି ସରପଞ୍ଚ ଦାସ କହିଛନ୍ତି । ଏହି ଗ୍ରାମର କୌଣସି ଗ୍ରାମବାସୀ ବିନା କାରଣରେ ଘରୁ ନବାହାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବାହାର ଲୋକେ ଏହି ଗ୍ରାମ ମଧ୍ୟକୁ ପ୍ରବେଶ କରିବେ ନାହିଁ । ଏଥିସହିତ କୌଣସି ସାମାଜିକ, ସାଂସ୍କୃତିକ ଏବଂ ଏକାଠି ହୋଇ ପାରିବେ ନାହିଁ ବୋଲି ସରପଞ୍ଚ ଦାସ ନିର୍ଦେଶନାମା ଜାରି କରିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ