ETV Bharat / state

Odisha Cabinet meeting: କ୍ୟାବିନେଟ ନିଷ୍ପତ୍ତିକୁ 662 କଲେଜ ସଂଘର ବିରୋଧ, ଆନ୍ଦୋଳନ ଚେତାବନୀ

author img

By

Published : Jan 22, 2023, 7:36 AM IST

କ୍ୟାବିନେଟ ନିଷ୍ପତ୍ତିର ତୀବ୍ର ପ୍ରତିବାଦ କଲା 662 ବର୍ଗ କଲେଜ ସଂଘ । ନିଷ୍ପତ୍ତି ପରିବର୍ତ୍ତନ ନହେଲେ ଆନ୍ଦୋଳନ ଚେତାବନୀ । ଅଧିକ ପଢ଼ନ୍ତୁ

odisha cabinet
ରାଜ୍ୟ କ୍ୟାବିନେଟ
କ୍ୟାବିନେଟ ନିଷ୍ପତ୍ତିକୁ 662 ବର୍ଗ କଲେଜ ସଂଘର ବିରୋଧ

ଭୁବନେଶ୍ବର: କ୍ୟାବିନେଟ ବୈଠକରେ ଅଧ୍ୟାପକ ଓ କର୍ମଚାରୀମାନଙ୍କ ପାଇଁ ସ୍ଥିରୀକୃତ ପଦ୍ଧତିକୁ ତୀବ୍ର ବିରୋଧ କରିଛି ନିଖିଳ ଓଡ଼ିଶା 662 ବର୍ଗ ବେସରକାରୀ କଲେଜ ଅଧ୍ୟାପକ କର୍ମଚାରୀ ସଂଘ । ସମାନ ପଦ୍ଧତିରେ ଚାକିରି କରିଥିବା ଦୁଇ ଗୋଷ୍ଠୀର ଅଧ୍ୟାପକଙ୍କୁ ଗତ କ୍ୟାବିନେଟ ସମାନ ଦରମା ଦେଇଥିବା ବେଳେ 488 ବର୍ଗ ବେସରକାରୀ କଲେଜ ଅଧ୍ୟାପକଙ୍କ ଦରମା ବୃଦ୍ଧି କରାଯାଇଛି । ଯାହାକୁ ଦୃଢ଼ ନିନ୍ଦା କରିଛି 662 ବର୍ଗ ବେସରକାରୀ କଲେଜ ଅଧ୍ୟାପକ କର୍ମଚାରୀ ସଂଘ । ନିଷ୍ପତ୍ତି ପରିବର୍ତ୍ତନ ନହେଲେ ଆନ୍ଦୋଳନ ଲାଗି ସଂଘ ଚେତାବନୀ ଦେଇଛି ।

ନିଖିଳ ଓଡ଼ିଶା 662 ବର୍ଗ ବେସରକାରୀ କଲେଜ ଅଧ୍ୟାପକ କର୍ମଚାରୀ ସଂଘ କହିବା ଅନୁଯାୟୀ, ଦୀର୍ଘ 30 ବର୍ଷ ଧରି ପାଠ ପଢାଇ ଜଣେ ଖାଲି ହାତରେ ବିଦାୟ ନେବା ଯେତିକି ଦୁଃଖ ଦାୟକ, ତାଠାରୁ ଅଧିକ ଦୁଃଖ ଦାୟକ ହେଉଛି ଅସମ୍ମାନରେ ବଞ୍ଚିବା । ଜଣେ ଗ୍ରନ୍ଥାଗାର, ଖେଳ ଶିକ୍ଷକ ଓ ଡେମୋନଷ୍ଟ୍ରୋଟରଙ୍କ ଠାରୁ ଜଣେ ଅଧ୍ୟାପକ କମ ଦରମା ପାଇବା, ରାଜ୍ୟ ସରକାରଙ୍କ ସ୍ୱଚ୍ଛତାକୁ ସ୍ପଷ୍ଟ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ସମାନ ପଦ୍ଧତିରେ ଚାକିରି କରିଥିବା ଦୁଇ ଗୋଷ୍ଠୀର ଅଧ୍ୟାପକଙ୍କୁ ଗତ କ୍ୟାବିନେଟ ସମାନ ଦରମା ଦେଇଥିବା ବେଳେ ଏବେ କଣ ପାଇଁ ଏତେ ଟଙ୍କାର ବ୍ୟବଧାନ କରାଗଲା ?

ରାଜ୍ୟର ଶାସନ ଦାୟିତ୍ବ ନେଇଥିବା ମୁଖ୍ୟ ସଚିବ କାହାର କେଉଁଭଳି ନିଯୁକ୍ତି ନ ଜାଣିବା ଅତ୍ୟନ୍ତ ଦୁଃଖ ଦାୟକ ବିଷୟ ଅଟେ । ତେଣୁ ଏକ ଭୁଲ କଥାକୁ ଆଧାର କରି ଏ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ଅଯୁକ୍ତିକ ଓ ଅନ୍ୟାୟ ବୋଲି କହିଛି ସଂଘ । ଏହାର ପୁନଃ ବିଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ସିଧାସଳଖ ହସ୍ତକ୍ଷେପ ଲୋଡିଛି ସଂଘ ଏବଂ ନ୍ୟାୟ ନିଶ୍ଚୟ ଫେରି ପାଇବାକୁ ଆଶା ଅଛି ବୋଲି କହିଛନ୍ତି ସଂଘ ସଭାପତି ଗୋଲକ ନାୟକ ।

ସୂଚନା ଅନୁଯାୟୀ, କ୍ୟାବିନେଟ ନିଷ୍ପତ୍ତିରେ କିଛି କର୍ମଚାରୀ ଓ ଅଧ୍ୟାପକମାନଙ୍କୁ ପ୍ରାୟ 10 ହଜାର ଟଙ୍କାର ଦରମା ତାରତମ୍ୟ ଘୋଷଣା କରାଯାଇଛି । ଏପରିକି 4200 ଗ୍ରେଡ ପେ ପାଉଥିବା 488 ବର୍ଗର ପିଇଟି ଲାଇବ୍ରେରୀଆନମାନଙ୍କ ଠାରୁ 4600 ଗ୍ରେଡ ପେ ପାଉଥିବା 662 କଲେଜ ବର୍ଗର ଅଧ୍ୟାପକଙ୍କୁ କମ୍ ଦରମା ଦିଆଯିବ । ନିଯୁକ୍ତିରେ ବରିଷ୍ଠ ଓ ସମାନ ପଦ୍ଧତିରେ ନିଯୁକ୍ତି ପାଇଥିଲେ ମଧ୍ୟ 662 ବର୍ଗର ଅଧ୍ୟାପକ ଓ କର୍ମଚାରୀଙ୍କୁ ଅଣଦେଖା କରାଯାଉଥିବା ସଂଘ ଅଭିଯୋଗ କରିଛି । ମୁଖ୍ୟ ଶାସନ ସଚିବଙ୍କ ଏଭଳି ନିଷ୍ପତ୍ତି ନେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦାଜନକ ବୋଲି କହିଛି ସଂଘ ।

ଏହି ପ୍ରସଙ୍ଗରେ ଯଥାଶୀଘ୍ର ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ ଏବଂ ଏହାର ଯଥାଶୀଘ୍ର ସମାଧାନ କରାଯାଉ । ଯଦି ନିଷ୍ପତ୍ତି ଶୀଘ୍ର ପରିବର୍ତ୍ତନ ନହୁଏ ତେବେ ଫେବୃୟାରୀ ଆରମ୍ଭରୁ ବିଶାଳ ଆନ୍ଦୋଳନ କରାଯିବ । ଏପରିକି ଆମରଣ ଅନଶନ ଭଳି କଠୋର ନିଷ୍ପତ୍ତି ନିଆଯିବ । ଏହାସହ କଳା ବ୍ୟାଚ ପିନ୍ଧି ଅଧ୍ୟାପକ ଓ କର୍ମଚାରୀମାନେ କଲେଜରେ କାର୍ଯ୍ୟ କରିବେ । ଜାନୁୟୀରୀ 25 ତାରିଖରେ ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯିବ । ଫେବୃୟାରୀ 3 ତାରିଖରେ ମହାସମାବେଶ ଆନ୍ଦୋଳନ ଓ ଆମରଣ ଅନଶନ ଆରମ୍ଭ କରାଯିବ । ପରବର୍ତ୍ତୀ ସମୟରେ ଆବଶ୍ୟକ ସ୍ଥଳେ ଯୁକ୍ତ ଦୁଇ ଓ ଯୁକ୍ତ ତିନି ପରୀକ୍ଷାରେ ଅସହଯୋଗ ଓ ମୂଲ୍ୟାୟନ ବର୍ଜନ କରାଯିବ ବୋଲି ସଂଘ ଚେତାବନୀ ଦେଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.