ETV Bharat / state

BSKY ରେ ୬.୩୧ ଲକ୍ଷ ଲୋକଙ୍କୁ ମିଳିଲାଣି ଦେୟମୁକ୍ତ ଚିକିତ୍ସା - BSKY ରେ ୬ ଲକ୍ଷ ଲୋକଙ୍କୁ ମିଳିଲାଣି ଦେୟମୁକ୍ତ ଚିକିତ୍ସା

BSKY ଚଳିତ ବର୍ଷ ଜାନୁଆରୀ ୧ ତାରିଖରୁ ଡ଼ିସେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ପ୍ରାୟ ୬.୩୧ ଲକ୍ଷ ଲୋକ ବିଭିନ୍ନ ଘରୋଇ ହସ୍ପିଟାଲରେ ଉଚ୍ଚମାନର ଦେୟମୁକ୍ତ ଚିକିତ୍ସା ପାଇଛନ୍ତି । ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାର ଲୋକ BSKYରେ ଚିକିତ୍ସା ସୁବିଧା ପାଇଛନ୍ତି । ଚିକିତ୍ସା ପାଇଁ ଆସିଥିବା ଶତ ପ୍ରତିଶତ ରୋଗୀଙ୍କୁ ୧୦୪ କଲସେଣ୍ଟର ମାଧ୍ୟମରେ କାଉସେଲିଂ କରାଯାଇଛି । ଅଧିକ ପଢନ୍ତୁ

BSKY ରେ ୬.୩୧ ଲକ୍ଷ ଲୋକଙ୍କୁ ମିଳିଲାଣି ଦେୟମୁକ୍ତ ଚିକିତ୍ସା

author img

By

Published : Dec 27, 2022, 10:09 AM IST

ଭୁବନେଶ୍ବର: BSKYରେ ୬.୩୧ ଲକ୍ଷ ଲୋକଙ୍କୁ ମିଳିଲାଲାଣି ଦେୟମୁକ୍ତ ଚିକିତ୍ସା । ଚିକିତ୍ସା ଖର୍ଚ୍ଚ ବାବଦକୁ ରାଜ୍ୟ ସରକାର ପୈଠ କରିଛନ୍ତି ୧୩୮୯ କୋଟି ଟଙ୍କା । ସେବା ମନୋବୃତ୍ତିରେ କାର୍ଯ୍ୟ କରିବାକୁ ସ୍ବାସ୍ଥ୍ୟ ମିତ୍ରମାନଙ୍କୁ ପରାମର୍ଶ ଦିଆଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବ ଶାଳିନୀ ପଣ୍ଡିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରୁ ଏହା ଜଣାପଡିଛି ।

BSKY ଚଳିତ ବର୍ଷ ଜାନୁଆରୀ ୧ ତାରିଖରୁ ଡ଼ିସେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ପ୍ରାୟ ୬.୩୧ ଲକ୍ଷ ଲୋକ ବିଭିନ୍ନ ଘରୋଇ ହସ୍ପିଟାଲରେ ଉଚ୍ଚମାନର ଦେୟମୁକ୍ତ ଚିକିତ୍ସା ପାଇଛନ୍ତି । ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାର ଲୋକ BSKYରେ ଚିକିତ୍ସା ସୁବିଧା ପାଇଛନ୍ତି । ଚିକିତ୍ସା ପାଇଁ ଆସିଥିବା ଶତ ପ୍ରତିଶତ ରୋଗୀଙ୍କୁ ୧୦୪ କଲ୍‌ ସେଣ୍ଟର ମାଧ୍ୟମରେ କାଉସେଲିଂ କରାଯାଇଛି । BSKYରେ ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ ୨୦୫୬ଟି ଚିକିତ୍ସା ଓ ନିଦାନ ପ୍ୟାକେଜ କରାଯାଇଛି ।

ରୋଗୀମାନଙ୍କୁ ସେମାନଙ୍କର ରୋଗ ଅନୁସାରେ ଉପଯୁକ୍ତ ପ୍ୟାକେଜ ଅନ୍ତର୍ଭୁକ୍ତ କରି ସମ୍ପୃକ୍ତ ହସ୍ପିଟାଲରେ ଚିକିତ୍ସା କରିଛନ୍ତି । ବିଶେଷତଃ ଗଜପତି, କନ୍ଧମାଳ, ସୋନପୁର, ନୂଆପଡ଼ା, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ ଓ ମାଲକାନାଗିରି ଆଦି ଜିଲ୍ଲା ରହିଛି । ଯଦି BSKY କାର୍ଡ଼ର ବ୍ୟବହାର ବା ଦେୟମୂକ୍ତ ଚିକିତ୍ସା ବାବଦରେ କୌଣସି ଅସୁବିଧା ହେଲେ ୧୫୫୩୬୯ ଟୋଲ ଫ୍ରି ନମ୍ବରକୁ ଫୋନକରି ଜଣାଇବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.