ETV Bharat / state

କ୍ୟାପିଟାଲ ହସପିଟାଲରେ ୫ଟି ସଚିବ, ଭିତ୍ତିଭୂମି ରୋଗୀସେବା ବ୍ୟବସ୍ଥାର କଲେ ସମୀକ୍ଷା

କ୍ୟାପିଟାଲ ହସ୍ପିଟାଲ ବୁଲି ଦେଖିଲେ 5T ସଚିବ ଭି କେ ପାଣ୍ଡିଆନ । ହସ୍ପିଟାଲ ପରିସରରେ କିପରି ଚାଲିଛି ରୋଗୀ ଚିକିତ୍ସା ତାହାକୁ ନେଇ କଲେ ସମୀକ୍ଷା । ଅଧିକ ପଢ଼ନ୍ତୁ

author img

By

Published : Jun 17, 2023, 9:44 PM IST

କ୍ୟାପିଟାଲ ହସ୍ପିଟାଲ ବୁଲି ଦେଖିଲେ 5T ସଚିବ ଭି କେ ପାଣ୍ଡିଆନ

ଭୁବନେଶ୍ବର: କ୍ୟାପିଟାଲ ହସପିଟାଲ ବୁଲି ଦେଖିଲେ 5T ସଚିବ ଭିକେ ପାଣ୍ଡିଆନ । ହସ୍ପିଟାଲ ପରିସରରେ କିପରି ଚାଲିଛି ରୋଗୀ ଚିକିତ୍ସା ତାହାକୁ ନେଇ କଲେ ଅନୁଧ୍ୟାନ । ପ୍ରଥମେ ହସ୍ପିଟାଲର ସ୍କେଚ ଦେଖିଲେ । ତାପରେ ପଞ୍ଜିକରଣ କେନ୍ଦ୍ର ଓ ଔଷଧ ବିତରଣ କେନ୍ଦ୍ରର ବ୍ୟବସ୍ଥା ପଚାରି ବୁଝିଲେ । ପରେ ବିଶ୍ରାମ କକ୍ଷରେ ଥିବା ଆମ ହସ୍ପିଟାଲ ର ମାଷ୍ଟର ପ୍ଲାନ୍ ଦେଖିଲେ । ହସ୍ପିଟାଲ ଏ ପ୍ରବେଶ ପଥର ଅନୁଧ୍ୟାନ କରିବା ସହ ବହିର୍ବିଭାଗ , ହୃଦରୋଗ ବିଭାଗରେ କିପରି ଚିକିତ୍ସା ଚାଲିଛି ତାହାର ଅନୁଧ୍ୟାନ କଲେ । ଅନ୍ୟପଟେ ହୃଦରୋଗ ବିଭାଗରେ ଶୌଚାଳୟ ବ୍ୟବସ୍ଥା କିପରି ରହିଛି ତାହାକୁ ବୁଲି ଦେଖିଛନ୍ତି 5T ସଚିବ । ରୋଗୀ ସେବା ନେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସବିଶେଷ ବିବରଣୀ ପ୍ରଦର୍ଶିତ ହେଉଛି କି ନାହିଁ ତାହାର ମଧ୍ୟ ତଦାରଖ କରିଛନ୍ତି ।

ସ୍ବାସ୍ଥ୍ୟ ସଚିବ ସାଲିନି ପଣ୍ଡିତ ହସ୍ପିଟାଲର ରୋଗୀସେବା ବ୍ୟବସ୍ଥା ବିଷୟରେ ଅବଗତ କରାଇଛନ୍ତି । ଆମ ହସ୍ପିଟାଲ ମାଧ୍ୟମରେ କ୍ୟାପିଟାଲ ହସ୍ପିଟାଲକୁ ପରୀକ୍ଷାମୂଳକ ଭାବେ ଉନ୍ନତିମୂଳକ କରାଯାଉଛି । 5T ଅଧିନରେ "ଆମ ହସ୍ପିଟାଲ୍" କୁ ଉନ୍ନତ କରିବା ଲଗାଇ ନିଆଯାଉଛି ଅନେକ ପଦକ୍ଷେପ। ଏନେଇ ହସ୍ପିଟାଲ ଗୁଡ଼ିକରେ ହାଇ-କେସ୍ ଲୋଡ୍ ସୁବିଧା ପରିବର୍ତ୍ତନ ପାଇଁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ତେବେ ପ୍ରଥମ ପର୍ଯ୍ୟୟରେ 30 ଟି ଜିଲ୍ଲା ରେ 147 ଟି ହସପିଟାଲକୁ ସାମିଲ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଅର୍ଥାତ୍ 2023 ଅକ୍ଟୋବର ମାସ ସୁଦ୍ଧା ଆମ ହସ୍ପିଟାଲ୍ ଅଧୀନରେ ବିଭିନ୍ନ ସ୍ୱାସ୍ଥ୍ୟ ସେବା ଉପରେ ଏକ ପରିବର୍ତ୍ତନ ଅଣାଯାଇଛି।

"ଆମ ହସ୍ପିଟାଲ" ଯୋଜନା ଅନ୍ତର୍ଗତ କାର୍ଯ୍ୟକଳାପର ଅଗ୍ରଗତି ଉପରେ ମଧ୍ୟ ଜିଲ୍ଲା ସ୍ତରୀୟ କମିଟି ନଜର ରଖିବ। ଏହି ଯୋଜନାକୁ କାର୍ଯ୍ୟକାରୀ ପାଇଁ ରାଜ୍ୟ ବଜେଟରୁ ପ୍ରଦାନ କରାଯିବ। ଯାହା ଜିଲ୍ଲାପାଳ ନିକଟରେ ଏହି ଅର୍ଥ ରହିବ। DMF ଏବଂ OMBADC ପାଣ୍ଠି ପାଇଥିବା ଜିଲ୍ଲାମାନେ ସେମାନଙ୍କ ଜିଲ୍ଲାରେ "ଆମ ହସ୍ପିଟାଲ୍" ଯୋଜନା କାର୍ଯ୍ୟକାରୀ କରିବା ପାଇଁ ବ୍ୟବହାର କରିପାରିବେ। ଯଦି କୌଣସି ଅଭାବ ହେଲେ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ କୁ ରାଜ୍ୟ ବଜେଟରୁ ଅର୍ଥ ପ୍ରଦାନ ପାଇଁ ପରାମର୍ଶ ଦିଆଯିବ। ତେବେ 30 ଜିଲ୍ଲା ରେ 147 ଟି ହସ୍ପିଟାଲକୁ ଆମ ହସ୍ପିଟାଲରେ ସାମିଲ କରାଯାଇ ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦିଆଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.