ETV Bharat / state

ମୋ ସ୍କୁଲ ଅଭିଯାନର ୫ ବର୍ଷ ରେ ୫୦ହଜାର ସ୍କୁଲ ଅନ୍ତର୍ଭୁକ୍ତ, ଡିଜିଟାଲ ଭିତ୍ତିଭୂମିକୁ ଗୁରୁତ୍ଵ - ୫ ବର୍ଷ ରେ ୫୦ହଜାର ସ୍କୁଲ ଅନ୍ତର୍ଭୁକ୍ତ

ମୋ ସ୍କୁଲ ଅଭିଯାନରେ ୫ ବର୍ଷରେ ୫୦ହଜାର ସ୍କୁଲ ଅନ୍ତର୍ଭୁକ୍ତ ହୋଇଥିବା ରେକର୍ଡ ହୋଇଛି । ଅଧିକ ପଢନ୍ତୁ

Etv Bharatମୋ ସ୍କୁଲ ଅଭିଯାନର ୫ ବର୍ଷ ରେ ୫୦ହଜାର ସ୍କୁଲ ଅନ୍ତର୍ଭୁକ୍ତ, ଡିଜିଟାଲ ଭିତ୍ତିଭୂମିକୁ ଗୁରୁତ୍ଵ

author img

By

Published : Nov 16, 2022, 5:46 PM IST

ଭୁବନେଶ୍ବର : ମୋ ସ୍କୁଲ ଅଭିଯାନରେ ୫ ବର୍ଷରେ ୫୦ହଜାର ସ୍କୁଲ ଅନ୍ତର୍ଭୁକ୍ତ ହୋଇଥିବା ରେକର୍ଡ ହୋଇଛି । ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ୨୦୧୭ ମସିହା ନଭେମ୍ବର ୧୪ ତାରିଖରେ ଆରମ୍ଭ ହୋଇଥିଲା ମୋ ସ୍କୁଲ ଅଭିଯାନ । ଉଭୟ ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ପଢୁଥିବା ୩୦ ଲକ୍ଷ୍ୟରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ନିଜ ସ୍କୁଲ ସହ ଯୋଡ଼ି ହୋଇଛନ୍ତି ।

ସ୍କୁଲର ସର୍ବାଙ୍ଗୀନ ବିକାଶରେ ସାମିଲ ହୋଇଛନ୍ତି । ଏନେଇ ବିଦେଶରେ ରହୁଥିବା ଅନେକ ଓଡ଼ିଆଙ୍କ ସ୍କୁଲ ପ୍ରତି ଆଗ୍ରାହ୍ୟ ବଢ଼ିଛି । ମୋ ସ୍କୁଲ ଅଭିଯାନରେ ପୁରାତନ ଛାତ୍ରଛାତ୍ରୀଙ୍କ ସହଯୋଗରେ ସ୍କୁଲ ଗୁଡିକରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ କରାଯାଇଛି । ଯାହା ମଧ୍ୟରେ ଶ୍ରେଣୀଗୃହ ନିର୍ମାଣ, ନବୀକରଣ, ସ୍ମାର୍ଟ କ୍ଲାସ, ପାଠାଗାର, ପାନୀୟଜଳ ଓ ଶୌଚାଳୟ ବ୍ୟବସ୍ଥା, ସୌନ୍ଦର୍ଯ୍ୟକରଣ ଏବଂ ସ୍କୁଲ ପାରିପାର୍ଶ୍ବିକ ପରିବେଶର ବିକାଶ ଦିଗ ଆଦି ରହିଛି । ଏହା ସହ ସ୍କୁଲ ଗୁଡିକରେ ଡିଜିଟାଲ ଭିତ୍ତିଭୂମିକୁ ସୁଦୃଢ଼ କରିବା ଉପରେ ମଧ୍ୟ ଗୁରୁତ୍ଵ ଦିଆଯାଉଛି । ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଜାତୀୟ ଓ ଆନ୍ତର୍ଜାତୀୟ ସଂଗଠନ ସହ ମିଳିତ ଭାବରେ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କ ର ଦକ୍ଷତା ବିକାଶ ଦିଗରେ ମଧ୍ୟ ମୋ ସ୍କୁଲ କାର୍ଯ୍ୟ କରୁଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.