ETV Bharat / state

ବନ କର୍ମଚାରୀଙ୍କୁ ସହଯୋଗ ପାଇଁ ରାଜ୍ୟ ବାହାରୁ ଆସୁଛନ୍ତି ୫୦ ଅଫିସର

'ଫନି' ବାତ୍ୟାର ପବନରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳ । ବେହାଲ ହୋଇପଡିଛି ପାଶ୍ବବର୍ତ୍ତୀ ଜଙ୍ଗଲ । ପୁର୍ନବାର ସେମାନଙ୍କର ସୁରକ୍ଷା ପାଇଁ ବିଭାଗ ହୋଇଉଠିଛି ତତ୍ପର । ବନକର୍ମଚାରୀଙ୍କୁ ସହଯୋଗ କରିବା ପାଇଁ ତଥା ବନ୍ୟପ୍ରାଣୀ ଓ ଜଙ୍ଗଲର ସଂରକ୍ଷଣ ପାଇଁ ରାଜ୍ୟ ବାହାରୁ ଆସିଛନ୍ତି 50 ଜଣ ରେଞ୍ଜର ଅଫିସର । ଅଭୟାରଣ୍ୟ

author img

By

Published : May 10, 2019, 7:53 PM IST

ଫଟୋ ସୌଜନ୍ୟ : ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: 'ଫନି' ବାତ୍ୟାର ପବନରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳ । ବେହାଲ ହୋଇପଡିଛି ପାଶ୍ବବର୍ତ୍ତୀ ଜଙ୍ଗଲ । ପବନର ପ୍ରଭାବରେ ମଣିଷଠୁ ଆରମ୍ଭ କରି ପଶୁପକ୍ଷୀ ସମସ୍ତେ ହୋଇପଡ଼ିଛନ୍ତି ଭୟଭିତ । ପୁର୍ନବାର ସେମାନଙ୍କର ସୁରକ୍ଷା ପାଇଁ ବିଭାଗ ହୋଇଉଠିଛି ତତ୍ପର । ବନକର୍ମଚାରୀ ମାନଙ୍କୁ ସହଯୋଗ କରିବା ପାଇଁ ତଥା ବନ୍ୟପ୍ରାଣୀ ଓ ଜଙ୍ଗଲର ସଂରକ୍ଷଣ ପାଇଁ ରାଜ୍ୟ ବାହାରୁ ଆସୁଛନ୍ତି 50 ଜଣ ରେଞ୍ଜର ଅଫିସର ।

ଭିଡି଼ଓ ସୌଜନ୍ୟ : ସମ୍ବାଦଦାତା, ଭୁବନେଶ୍ବର

କୋଣାର୍କରେ ଥିବା ବାଲୁଖଣ୍ଡ ଅଭୟାରଣରେ ଲକ୍ଷ ଲକ୍ଷ ଗଛ ଉପୁଡ଼ି ପଡିଛି । ଯାହାର ଆନୁମାନିକ କ୍ଷତି ଆକଳନ ପ୍ରାୟ 25 କୋଟି ଟଙ୍କା ହୋଇଥିବା ଅନୁମାନ କରାଯାଉଛି । ଏହା ଛଡା ଆସନ୍ତା 15 ତାରିଖରେ ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବ ନନ୍ଦନକାନନ ଓ ଚନ୍ଦକା । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ବନ ସଂରକ୍ଷକ ଡଃ. ଅଜୟ କୁମାର ମହାପାତ୍ର ।

ଆସନ୍ତା ଜୁଲାଇ ମାସରୁ ପୁନର୍ବାର ବୃକ୍ଷ ରୋପଣ ଆରମ୍ଭ କରାଯିବ । କିଛି ବର୍ଷ ପର୍ଯ୍ୟନ୍ତ ବୃକ୍ଷ ରୋପଣ ଉପରେ ଗୁରୁତ୍ବ ଦିଆଯିବ । ବାତ୍ୟା ଫନି ପ୍ରଭାବରେ ବାଲୁଖଣ୍ଡ ଜଙ୍ଗଲରେ ଏପର୍ଯ୍ୟନ୍ତ ଗୋଟିଏ ହରିଣର ମୃତ୍ୟୁ ହୋଇଥିବା ସୂଚନା ରହିଛି । ସେହିପରି ଅଭୟାରଣ ଭିତରେ କୌଣସି ହରିଣଙ୍କର ମୃତାହତର ସୂଚନା ଜାଣିବା ପାଇଁ ଖୋଜା ଖୋଜି ଆରମ୍ଭ କରାଯିବ । ଏହା ଛଡା ଯଦି ଗାଁ ଭିତରେ କୌଣସି ହରିଣ ବାତ୍ୟା ସମୟରେ ରହିଯାଇ ଥାନ୍ତି ତେବେ ବନ ବିଭାଗକୁ ତୁରନ୍ତ ଜଣାଇବାକୁ କହିଛନ୍ତି ଶ୍ରୀ ମହାପାତ୍ର ।

କୋଣାର୍କର ବାଲୁଖଣ୍ଡ ଅଭୟାରଣ୍ୟ ରହୁଥିବା ହରିଣ, ବିଲୁଆ, ହେଟାବାଘ, ଆଦି ପ୍ରଜାତିର ପ୍ରାଣୀମାନେ ବାତ୍ୟାରେ ଭୟଭୀତ ହୋଇପଡ଼ିଛନ୍ତି । ପ୍ରାଣୀ ମାନଙ୍କ ପାଇଁ ରହିଥିବା ସୁବିଧା ସବୁ କାର୍ଯ୍ୟକାରୀ କରାଇବାକୁ ଅନେକ ଜଙ୍ଗଲରେ କୃତ୍ରିମ ପୋଖରୀ, ସହ ଟ୍ୟାଙ୍କର ଯୋଗେ ପାଣିର ବ୍ୟବସ୍ଥା ବିଭାଗ ପକ୍ଷରୁ କରାଯାଇଛି । ସେହିପରି ଜଙ୍ଗଲ ମଧ୍ୟରେ ପଡି ରହିଥିବା ସମସ୍ତ ଗଛ ଗୁଡିକୁ ସଫା କରିବା ପାଇଁ ବନ ବିଭାଗ କାର୍ଯ୍ୟ ତ୍ବରାନିତ କରିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Intro:Body:

BREAKING

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.