ETV Bharat / state

ବିକ୍ରି ହେବ ଓପିଜିସିର 49 ପ୍ରତିଶତ ଅଂଶଧନ; ବିରୋଧୀଙ୍କ ଅସନ୍ତୋଷ, ସ୍ୱାଗତ କଲା ବିଜେଡି

2020 ରେ ଏଇଏସ କମ୍ପାନି ଓପିଜିସିରେ ଥିବା ତାର ଅଂଶଧନକୁ ରାଜ୍ୟ ସରକାରଙ୍କୁ ବିକ୍ରି କରିଥିଲା । ସେବେଠାରୁ ଓପିଜିସିର ଶତପ୍ରତିଶତ ମାଲିକ ହୋଇଥିଲେ ରାଜ୍ୟ ସରକାର । ପୂର୍ବରୁ କ୍ଷତିରେ ଚାଲୁଥିବା ଏହି ସଂସ୍ଥା ଏବେ ଲାଭରେ ଚାଲିଛି । କିନ୍ତୁ ରାଜ୍ୟ ସରକାର ଏବେ ସଂସ୍ଥାରୁ 49 ପ୍ରତିଶତ ଅଂଶଧନ ବିନିବେଶ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ

author img

By

Published : Jan 17, 2023, 5:56 PM IST

Updated : Jan 17, 2023, 8:58 PM IST

ଓପିଜିସି
ଓପିଜିସି
OPGC issue

ଭୁବନେଶ୍ବର: ବିକ୍ରି ହେବ ଓପିଜିସିର 49 ପ୍ରତିଶତ ଅଂଶଧନ । ଏନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ରାଜ୍ୟ ସରକାର । ଲାଭରେ ଚାଲିଥିବା ସଂସ୍ଥାର ଅଂଶଧନକୁ ରାଜ୍ୟ ସରକାର ବିକ୍ରି କରିବା ନେଇ ରାଜନୀତି ବଢିବାରେ ଲାଗିଛି । ସରକାରଙ୍କ ନିଷ୍ପତ୍ତିକୁ ବିରୋଧୀ ଓ ବୁଦ୍ଧିଜୀବୀ ନାପସନ୍ଦ କରୁଥିବାବେଳେ ବିଜେଡି ସ୍ୱାଗତ କରିଛି । ଓପିଜିସିରୁ ପୁଞ୍ଜି ପ୍ରତ୍ୟାହାର ହେଲେ ବିଜୁଳି ଉତ୍ପାଦନ ମହଙ୍ଗା ହେବ ବୋଲି ଆଶଙ୍କା ସୃଷ୍ଟି ହୋଇଛି ।

2020 ରେ ଏଇଏସ କମ୍ପାନି ଓପିଜିସିରେ ଥିବା ତାର ଅଂଶଧନକୁ ରାଜ୍ୟ ସରକାରଙ୍କୁ ବିକ୍ରି କରିଥିଲା । ସେବେଠାରୁ ଓପିଜିସିର ଶତପ୍ରତିଶତ ମାଲିକ ହୋଇଥିଲେ ରାଜ୍ୟ ସରକାର । ପୂର୍ବରୁ କ୍ଷତିରେ ଚାଲୁଥିବା ଏହି ସଂସ୍ଥା ଏବେ ଲାଭରେ ଚାଲିଛି । କିନ୍ତୁ ରାଜ୍ୟ ସରକାର ଏବେ ସଂସ୍ଥାରୁ 49 ପ୍ରତିଶତ ଅଂଶଧନ ବିନିବେଶ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ପକ୍ଷରୁ ଗ୍ଲୋବାଲ୍ ଟେଣ୍ଡର ଆହ୍ୱାନ କରାଯାଇଛି । ଆସନ୍ତା ଫେବ୍ରୁଆରୀ 28 ତାରିଖ ଅପରାହ୍ନ 5 ଟା ସୁଦ୍ଧା ଟେଣ୍ଡର ପକାଇବା ଲାଗି ଆହ୍ୱାନ କରାଯାଇଛି । ଉଭୟ ସରକାରୀ, ବେସରକାରୀ ଓ ଘରୋଇ ସଂସ୍ଥା ଟେଣ୍ଡର ପ୍ରକ୍ରିୟାରେ ସାମିଲ ହୋଇପାରିବେ ।

1984 ମସିହାରେ ଓପିଜିସିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । 1996/97 ମସିହାରେ ଓପିଜିସିରୁ ବିଦ୍ୟୁତ ଉତ୍ପାଦନ ଆରମ୍ଭ ହୋଇଥିଲା । 1999 ରେ ଓଡିଶା ବାତ୍ୟା ପ୍ରଭାବିତ ହେବା ପରେ ରାଜ୍ୟ ସରକାର ଏହାର 49 ପ୍ରତିଶତ ଅଂଶଧନ ଆମେରିକୀୟ ଏଇଏସ କମ୍ପାନିକୁ ବିକ୍ରି କରିଥିଲେ । ଓଡ଼ିଶାର ସ୍ବାର୍ଥ ବିରୋଧରେ କମ୍ପାନୀ କାର୍ଯ୍ୟ କରୁଥିବାରୁ ପ୍ରବଳ ବିରୋଧ ହେଉଥିଲା । ଫଳରେ କମ୍ପାନୀ 2020ରୁ ଏହି ପ୍ରକଳ୍ପରୁ ଓହରିଯାଇଥିଲା । ଫଳରେ ଗତ 2 ବର୍ଷ ଧରି କମ୍ପାନୀର ଶହେ ପ୍ରତିଶତ ଅଂଶଧନ ରାଜ୍ୟ ସରକାର ପାଖରେ ରହିଛି । ଏଇଏସ ଛାଡିବା ପରେ ଚଳିତ ବର୍ଷ କମ୍ପାନି ଲାଭ କରିଛି । ଫେଜ 1 ଓ 2 ରୁ 1740 ମେଗାୱାଟ ବିଦ୍ୟୁତ ଉତ୍ପାଦନ ହେଉଛି । ଯଦି 49 ପ୍ରତିଶତ ବିନିବେଶ ହୁଏ, ତେବେ ମଧ୍ୟ 51 ପ୍ରତିଶତ ଅଂଶଧନ ସହ ଓପିଜିସିର ମାଲିକାନା ସରକାରଙ୍କ ପାଖରେ ରହିବ । ତେବେ ସରକାରଙ୍କ ନିଷ୍ପତ୍ତିକୁ ନେଇ ବିଭିନ୍ନ ରାଜନୈତିକ ଦଳ ଓ ବୁଦ୍ଧିଜୀବୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏକ ଲାଭଜନକ ସଂସ୍ଥାରୁ 49 ପ୍ରତିଶତ ଅଂଶଧନ ବିକ୍ରି ନେଇ ବିରୋଧ କରୁଛନ୍ତି । ଓପିଜିସିରୁ ପୁଞ୍ଜି ପ୍ରତ୍ୟାହାର ହେଲେ ବିଜୁଳି ଉତ୍ପାଦନ ମହଙ୍ଗା ହେବ । ତେବେ ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ବିଜେଡି ବିଧାୟକ ଧ୍ରୁବ ସାହୁ ଓ ସମ୍ବିତ ରାଉତରାୟ ।

ସମ୍ବିତ ରାଉତରାୟ କହିଛନ୍ତି ଯେ, ଆମେ ଏଇଟା କଲୁ ବୋଲି ବିରୋଧୀ ଦଳକୁ ଦେଖାଯାଉଛି । କେନ୍ଦ୍ର ସରକାର ଯାହା କରୁଛନ୍ତି, ତାହା କଣ ଦେଖା ଯାଉନାହିଁ । ସରକାରୀ ସଂସ୍ଥା ନିଜକୁ ଧଳା ହାତୀ ବୋଲି ଭାବୁଛନ୍ତି । ଘରୋଇ ସଂସ୍ଥାର ଭାଗିଦାରୀ ରହିଲେ, ଉକ୍ତ ସଂସ୍ଥାର ଫରଫର୍ମାନ୍ସ ଭଲ ହେବ । ସରକାରୀ ସଂସ୍ଥାରେ ଘରୋଇ ଭାଗୀଦାରୀ ରହିଲେ ଲାଭ ଅଧିକ ହେବ । ଯେତିକି ସରକାରୀ ସଂସ୍ଥା ରହିଛି, ସବୁ ସ୍ଥାଣୁ ହେବାରେ ଲାଗିଲେଣି । ବିରୋଧୀ ଦଳ କହିବା କଥା କହିବେ । ମୋଦି ସରକାର ଅନେକ ରାଷ୍ଟ୍ରାୟତ ସଂସ୍ଥାରୁ ବାହାରି ଆସିଲେଣି । ତେଣୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଠିକ ଓ ସ୍ୱାଗତ ଯୋଗ୍ୟ । ସେହିପରି ଧ୍ରୁବ କହିଛନ୍ତି ଯେ, ଓପିଜିସି ପ୍ରଥମରୁ ଏକ ଯୌଥ ଉଦ୍ୟୋଗ । ଓପିଜିସି ଏକ ଲାଭଦାୟକ ସଂସ୍ଥା । ଏହାର ୟୁନିଟର ଅବିବୃଦ୍ଧି କରିବାକୁ ସରକାର ଚାହୁଁଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 17, 2023, 8:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.