ETV Bharat / state

ଲିଙ୍ଗୁଇଷ୍ଟିକ ସୋସାଇଟି ଅଫ୍‌ ଇଣ୍ଡିଆର ୪୪ତମ ଅନ୍ତର୍ଜାତୀୟ ସମ୍ମିଳନୀ

author img

By

Published : Nov 25, 2022, 12:03 PM IST

ଖୋର୍ଦ୍ଧାରେ ଅନୁଷ୍ଠିତ ଲିଙ୍ଗୁଇଷ୍ଟିକ ସୋସାଇଟି ଅଫ ଇଣ୍ଡିଆର ୪୪ ତମ ଅନ୍ତର୍ଜାତୀୟ ସମ୍ମିଳନୀ ଯୋଗଦେଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ । ଅଧିକ ପଢ଼ନ୍ତୁ

44th international conference of linguistic society of india
ଲିଙ୍ଗୁଇଷ୍ଟିକ ସୋସାଇଟି ଅଫ ଇଣ୍ଡିଆର ୪୪ ତମ ଆନ୍ତର୍ଜାତୀୟ ସମ୍ମିଳନୀ

ଖୋର୍ଦ୍ଧା: ଲିଙ୍ଗୁଇଷ୍ଟିକ ସୋସାଇଟି ଅଫ୍‌ ଇଣ୍ଡିଆର ୪୪ତମ ଅନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ । ଭାଷାବିଜ୍ଞାନୀମାନଙ୍କୁ ନେଇ ଗଠିତ ଲିଙ୍ଗୁଇଷ୍ଟିକ୍ ସୋସାଇଟି ଅଫ୍ ଇଣ୍ଡିଆର ଅନ୍ତର୍ଜାତୀୟ ସମ୍ମିଳନୀ ପ୍ରଥମ ଥର ଓଡ଼ିଶାର ସେଞ୍ଚୁରିଅନ ୟୁନିଭରସିଟିରେ ଅନୁଷ୍ଠିତ ହୋଇଛି । ଏହି ସମ୍ମିଳନୀରେ ବାଂଲାଦେଶ, କାନାଡା, ଜର୍ମାନୀ, ଜାପାନ, ଜୋର୍ଡାନ, କୁଏତ, ନେପାଳ, ପୋଲାଣ୍ଡ, ସାଉଦି ଆରବ, ୟୁକ୍ରେନ, ଭାରତ ଏବଂ ଆମେରିକା ଭଳି ଅନେକ ଦେଶରୁ ବହୁ ପ୍ରତିନିଧି ଯୋଗ ଦେଇଛନ୍ତି ।

ଲିଙ୍ଗୁଇଷ୍ଟିକ ସୋସାଇଟି ଅଫ୍‌ ଇଣ୍ଡିଆର ୪୪ତମ ଅନ୍ତର୍ଜାତୀୟ ସମ୍ମିଳନୀ

ଉଦ୍‌ଘାଟନୀ ଅଧିବେଶନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ସାମିଲ ହୋଇଥିଲେ । ଭାଷାର ପରିବ୍ୟାପ୍ତି ବିଷୟରେ ବିସ୍ତୃତ ଭାବେ ବୁଝାଇ କହିଥିଲେ ଯେ, "ଭାଷା ବ୍ୟବହାର ପାଇଁ ଲିପି ହୁଏତ ଏକ ମାଧ୍ୟମ ହୋଇପାରେ ହେଲେ ମନରଭାଷା, ମସ୍ତିସ୍କର ଭାଷା, ଇସାରାର ଭାଷା ଆଦି ବ୍ୟବହାରରେ ଲିପିର ଆବଶ୍ୟକତା ନଥାଏ । ଭାଷା କିଭଳି, କେମିତି, କାହିଁକି, କେଉଁଠାରେ କୁହାଯାଉଛି ତାହାହିଁ ବଡକଥା ।"

ରାଜ୍ୟପାଳ ବିଭିନ୍ନ ଭାଷାର ଉଦାହରଣ ଦେଇ ମାତୃଭାଷାର ମହତ୍ଵ କଥା କହିଥିଲେ । ଭାଷା ଯୋଡ଼େ, ଭାଷା ଗଢେ ବୋଲି ମତଦେଇ ପ୍ରଫେସର ଗଣେଶୀ ଲାଲ ଏହି ଅନ୍ତର୍ଜାତୀୟ ସମ୍ମିଳନୀର ସଫଳତା କାମନା କରିଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.