ଭୁବନେଶ୍ବର: ଆଜି ବିଡିଏର ୪୧ତମ ପ୍ରତିଷ୍ଠା ଦିବସରେ ରାଜଧାନୀବାସୀଙ୍କୁ ବାସପଯୋଗୀ ସହର କରିବାକୁ ପ୍ରତିଶ୍ରୁତି ଦେଇଛି ବିଡିଏ ।ଗୋଠପାଟଣା ଓ ଦାସପୁର ମୌଜାରେ ନ୍ୟୁ ସିଟି ଗଢ଼ି ତୋଳିବାକୁ ଯୋଜନା କରାଯାଇଛି । ୧୦ ଲକ୍ଷ ଲୋକଙ୍କ ପାଇଁ ପ୍ରାୟ ୮ ଶହ ୨୧ ଏକର ପରିମିତ ଜମିରେ ଜାଗା ନିର୍ଦ୍ଧାରଣ ହୋଇଛି । ୮ ହଜାର କୋଟି ବ୍ୟୟ ଅଟକଳରେ ଗଢି ଉଠିବ ଏହି ନୂଆ ସହର । ଏହାସହ ଭୁବନେଶ୍ୱରରେ ୧୦ଟି ନୂଆ ପାର୍କ, ୨୦ଟି ଖେଳପଡ଼ିଆ, ସଫେଇ ପାଇଁ ୭ଟି ନୂଆ ଟ୍ରିଟମେଣ୍ଟ ପ୍ଲାଣ୍ଟ, ୩ ନିର୍ବାଚନ ମଣ୍ଡଳୀର ୩ଟି ଶ୍ମଶାନ, ଟ୍ରକ ଟର୍ମିନାଲ, ବିଡିଏ ଷ୍ଟାଫ୍ଙ୍କ ପାଇଁ ନୂଆ ଘର ଭଳି ଉନ୍ନୟନମୂଳକ କାର୍ଯ୍ୟ ଖୁବଶୀଘ୍ର ଶେଷ କରିବାକୁ ଯୋଜନା କରିଛି ବିଡିଏ ।
ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି ମାଥିଭାଥନନ କହିଛନ୍ତି,"ନୂଆ ପ୍ରୋଜେକ୍ଟକୁ ନେଇ ଚମକିବ ରାଜଧାନୀ ଉପକଣ୍ଠ ଗଢ଼ି ଉଠିବ ଭୁବନେଶ୍ବରର ନୂଆ ସହର । ଏନେଇ ପଞ୍ଚଦଶ ଅର୍ଥ କମିଶନ ସୁପାରିଶ କ୍ରମେ ଦେଶର ୮ଟି ସହରରେ ନ୍ୟୁ ସିଟି ନିର୍ମାଣ କରିବାକୁ ଯୋଜନା ହୋଇଛି । ଏହି ଯୋଜନାରେ ୨ ଲକ୍ଷ ଲୋକଙ୍କ ରହଣି ସହ ୫୦ ହଜାର ଫ୍ଲାଟ୍ ନିର୍ମାଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ନୂଆ ସହରଟି ପରିବେଶ ଉପଯୋଗୀ ହୋଇଥିବା ବେଳେ ୧୫ ମହଲା ଟାଓ୍ବାର ସହ, ପାର୍କ, ଜିମ, ମାର୍କେଟ କମ୍ପ୍ଲେକ୍ସ ସ୍କୁଲ୍, ସିନେମା ହଲ, ସୁଇମିଂପୁଲ୍ ପ୍ଲେ' ଗ୍ରାଉଣ୍ଡ ଭଳି ପ୍ରତିଟି ଗୃହ ଉପଯୋଗୀ ଆବଶ୍ୟକୀୟ ସେବାକୁ ନେଇ କାର୍ଯ୍ୟକାରୀ ହେବ ।"
ଅଧିକ ପଢନ୍ତୁ... ବିଏମସି ପାଳିଲା ସ୍ୱାୟତ୍ତ ଶାସନ ଦିବସ: ମୁଖପତ୍ର ‘ଆହ୍ୱାନ’ ଉନ୍ମୋଚିତ, ବିଭିନ୍ନ ବ୍ୟକ୍ତିଙ୍କୁ ନଗରବନ୍ଧୁ ସମ୍ମାନ
ବିଡିଏ ଉପାଧ୍ୟାକ୍ଷ ବଲବନ୍ତ ସିଂ କହିଛନ୍ତି, ‘‘ଭୁବନେଶ୍ୱରକୁ ଏକ ଆଧୁନିକ ସର୍ବାଙ୍ଗୀନ ଭାବେ ଉନ୍ନତ ଏବଂ ସ୍ଵଚ୍ଛ ସୁନ୍ଦର ମହାନଗରୀ ଭାବରେ ଗଢି ତୋଳିବା ପାଇଁ ବିଡିଏ ସର୍ବଦା ଅଗ୍ରଣୀ ଭୂମିକା ନେଇଛି । ଚନ୍ଦ୍ରଶେଖରପୁର, ଗାଡ଼କଣ, ଘାଟିକିଆ, ଶାନ୍ତି ନଗର ତଥା ସୁବୁଦ୍ଧିପୁର ଠାରେ ସହରାଞ୍ଚଳର ଅଭାବୀ ବର୍ଗର ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଏହି ଯୋଜନାରେ ସୁବୁଦ୍ଧିପୁରଠାରେ ୩୪୨ ଗୋଟି ୟୁନିଟ୍ ସଂପୂର୍ଣ୍ଣ ହୋଇସାରିଛି । ସେହିପରି ଶାନ୍ତି ନଗରଠାରେ ପ୍ରଥମ ପର୍ଯ୍ୟାୟରେ ୫୬୦ ଗୋଟିଫ୍ଲାଟ୍, ଚନ୍ଦ୍ରଶେଖରପୁର AHPରେ ୮୨୦ ଗୋଟି ୟୁନିଟ୍ ସଂପୂର୍ଣ୍ଣ ହୋଇସାରିଛି । ସର୍ବ ସାଧାରଣଙ୍କ ପାଇଁ କଳିଙ୍ଗ ନଗର ୧୨୮ଟି ଆବାସିକ ଫ୍ଲାଟ ଓ ସୁବୁଦ୍ଧିପୁରରେ ୭୭୪ଟି ଆବସିକ ପ୍ଲଟ ଯୋଗାଇ ଦିଆଯିବ ।’’
ଇଟିଭି ଭାରତ, ଭୁବନେଶ୍ବର