ETV Bharat / state

ଖୋର୍ଦ୍ଧାରେ ବନ୍ଦ ହେବ ଚାରି ଶହ କ୍ରସର - crusher unit

ଏସଟିଏଫର ଚଢ଼ାଉ ପରେ ଖୋର୍ଦ୍ଧା ଆଞ୍ଚଳିକ କ୍ରସର ମାଲିକ ସଙ୍ଘ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ଏହା ପ୍ରଭାବରେ 4ଶହ କ୍ରସର ୟୁନିଟ ବନ୍ଦ ରହିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
author img

By

Published : Jul 29, 2019, 8:06 PM IST

ଖୋର୍ଦ୍ଧା: କ୍ରସର ୟୁନିଟ ଉପରେ ଏସଟିଏଫର ଚଢ଼ାଉ ପରେ ଖୋର୍ଦ୍ଧା ଆଞ୍ଚଳିକ କ୍ରସର ମାଲିକ ସଙ୍ଘ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ସଙ୍ଘ କାର୍ଯ୍ୟକାରୀ ସଭାପତି ପ୍ରକାଶ ସାମନ୍ତରାୟ ଏସଟିଏଫର ଚଢ଼ାଉକୁ ସ୍ବାଗତ କରିଥିବା ବେଳେ ପ୍ରକୃତ ଦୋଷୀ ଉପରେ ଏସଟିଏଫ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ସେହିପରି ନିଲାମ ଖଣି ଖଦାନ ଗୁଡିକୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଦେଶ ପ୍ରଦାନ କରିବାରେ ବିଳମ୍ବ କରିବାରୁ କ୍ରସର ଶିଳ୍ପ ଉପରେ ନିର୍ଭର କରୁଥିବା 4ଶହ କ୍ରସର ମାଲିକ ଏବଂ ଏଥିରେ କାମ କରୁଥିବା ପ୍ରାୟ 40ହଜାର ଶ୍ରମିକ ହାତବାନ୍ଧି ବସିଛନ୍ତି । ତେଣୁ ଖୋର୍ଦ୍ଧା ଏବଂ ଏହାର ଆଖପାଖ ଅଞ୍ଚଳରେ ଥିବା ପାଖାପାଖି 4ଶହ କ୍ରସର ୟୁନିଟକୁ ବନ୍ଦ କରାଯିବ ବୋଲି ସଙ୍ଘ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିନ୍ଦ୍ର ନାଥ ମିତ୍ର , କ୍ରସର ସଂଘର କର୍ମକର୍ତ୍ତା ଓ କ୍ରସର ମାଲିକମାନେ ଉପସ୍ଥିତ ଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ

Intro:ଖୋର୍ଦ୍ଧାରେ 4ସହ କ୍ରସର ୟୁନିଟ ବନ୍ଦ

ଖୋର୍ଦ୍ଧା : ଏସ୍ଟିଏଫର ଖୋର୍ଦ୍ଧା ଅଞ୍ଚଳରେ ଥିବା କ୍ରସର ୟୁନିଟ ଉପରେ ଚଢ଼ାଉ ପରେ ଖୋର୍ଦ୍ଧା ଆଞ୍ଚଳିକ କ୍ରସର ମାଲିକ ସଙ୍ଘ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ସଙ୍ଘ କାର୍ଯ୍ୟକାରୀ ସଭାପତି ପ୍ରକାଶ ସାମନ୍ତରାୟ ଏସ୍ଟିଏଫ ର ଚଢ଼ାଉକୁ ସ୍ୱାଗତ କରିଥିବା ବେଳେ ପ୍ରକୃତ ଦୋଷୀ ଉପରେ ଏସ୍ଟିଏଫ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିଛନ୍ତି ।

Body:ସେହିପରି ନିଲାମ ଖଣି ଖଦାନ ଗୁଡିକୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଦେଶ ପ୍ରଦାନ କରିବାରେ ବିଳମ୍ବ କରିବାରୁ କ୍ରସର ଶିଳ୍ପ ଉପରେ ନିର୍ଭର କରୁଥିବା 4ସହ କ୍ରସର ମାଲିକ ଏବଂ ଏହି ଶିଳ୍ପରେ କାମ କରୁଥିବା ପ୍ରାୟ 40ହଜାର ଶ୍ରମିକ ହାତବାନ୍ଧି ବସିଥିବା ସୂଚନା ଦେଇଛନ୍ତି । ତେଣୁ ଖୋର୍ଦ୍ଧା ଏବଂ ଏହାର ଆଖପାଖ ଅଞ୍ଚଳରେ ଥିବା ପାଖାପାଖି 4ସହ କ୍ରସର ୟୁନିଟକୁ ବନ୍ଦ କରାଯିବ ବୋଲି ସଙ୍ଘ ପକ୍ଷରୁ ସୂଚନା ଦିଆଯାଇଛି ।

Conclusion:ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିନ୍ଦ୍ର ନାଥ ମିତ୍ର , କ୍ରସର ସଂଘର କର୍ମକର୍ତ୍ତା ଓ କ୍ରସର ମାଲିକ ମାନେ ଉପସ୍ଥିତ ଥିଲେ ।

ବାଇଟ 1- ଜ୍ୟୋତିନ୍ଦ୍ର ନାଥ ମିତ୍ର,ବିଧାୟକ ଖୋର୍ଦ୍ଧା
2- ପ୍ରକାଶ ସାମନ୍ତରାୟ,କାର୍ଯ୍ୟକାରୀ ସଭାପତି

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.