ETV Bharat / state

କମ ସମୟରେ ଟଙ୍କା ଇନକମ କରିବା ନିଶା: ଚାର୍ଟିଂ ଆପରେ ଡାକି କରୁଥିଲେ ଲୁଟ୍, ଧରାପଡିଲେ ନାବାଳକ ଗ୍ୟାଙ୍ଗ - କଲେଜ ପଢୁଆ ନାବାଳକଙ୍କ କ୍ରାଇମ୍ କନେକ୍ସନ୍

ପାଠ ପଢିବା ବୟସରେ ଟଙ୍କା ଓ ଦାମି ମୋବାଇଲର ଲୋଭରେ ଅପରାଧ ଜଗତରେ ଥାପିଲେ ପାଦ ନାବାଳକ । କମ ସମୟରେ ଅଧିକ ଟଙ୍କା ରୋଜଗାର କରିବା ନିଶାରେ ଗିରଫ ହେଲେ 4 ନାବାଳକ ଓ ଜଣେ ଯୁବକ । ଅଧିକ ପଢନ୍ତୁ

ଅପରାଧ ଦୁନିଆରେ ପାଦ ଥାପୁଛନ୍ତି ନାବାଳକ
ଅପରାଧ ଦୁନିଆରେ ପାଦ ଥାପୁଛନ୍ତି ନାବାଳକ
author img

By ETV Bharat Odisha Team

Published : Oct 11, 2023, 10:24 PM IST

ଅପରାଧ ଦୁନିଆରେ ପାଦ ଥାପୁଛନ୍ତି ନାବାଳକ

ଭୁବନେଶ୍ବର: କଲେଜ ପଢୁଆ ନାବାଳକଙ୍କ କ୍ରାଇମ୍ କନେକ୍ସନ୍ ! ପାଠ ପଢିବା ବୟସରେ ଟଙ୍କା ଓ ଦାମି ମୋବାଇଲର ଲୋଭରେ ଅପରାଧ ଜଗତରେ ଥାପିଲେ ପାଦ । ଘରୁ ପାଠପଢିବାକୁ ଯାଉଛୁ କହି ଘଟାଉଥିଲେ ଅପରାଧ । ଲିଙ୍ଗରାଜ ଥାନା ଅଞ୍ଚଳରେ ୪ଟି ଅପରାଧିକ କେସରେ ତଦନ୍ତ ବେଳେ ଏମିତି କିଛି ରୋଚକ ତଥ୍ୟ ସାମ୍ନାକୁ ଆଣିଛି କମିଶନରେଟ୍ ପୋଲିସ । ଏହାସହ ଅପରାଧର ମାଷ୍ଟର ମାଇଣ୍ଡ ଥିବା ଜଣେ ଯୁବକକୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତର ନାଁ ମନୋଜ ଦୋରା ଘର ଗଞ୍ଜାମ ହୋଇଥିବା ବେଳେ ସେ ସାମନ୍ତରାପୁର ଲକ୍ଷ୍ମୀ ମଣ୍ଡପ ନିକଟରେ ରହୁଥିଲା ।

ଜୋନ ୨ ଏସିପି ଗିରିଜା ଚକ୍ରବର୍ତ୍ତୀ କହିଛନ୍ତି, ‘‘ ଗିରଫ ଅଭିଯୁକ୍ତ ଓ ୪ ଜଣ ନାବାଳକ ମିଶି ଏକ ଗ୍ୟାଙ୍ଗ ତିଆରି କରିଥିଲେ । ଏମାନେ ବିଶେଷ କରି ଏକାଠି ଖେଳାଖେଳି ଏକାଠି ଖଟି କରନ୍ତି । ହେଲେ ଏମାନେ ଟଙ୍କା ରୋଜଗାର‌ କରିବା, ନୂଆ ନୂଆ ଗାଡି ଚଲାଇବା ଓ‌ ମୋବାଇଲ ଧରିବା ନିଶା ଅପରାଧ ଦୁନିଆ ଆଡ଼କୁ ଟାଣି ହୋଇଥିଲେ । କଲେଜ ପଢୁଆ ଏହି ନାବାଳକମାନେ ମିଶି କିଛି ଫ୍ରେଣ୍ଡସିପ ଆପ୍ ଓ ଡେଟି ଆପରେ ଆଇଡି ତିଆରି କରି ଅନେକ ଯୁବପିଢିଙ୍କ ସହ ବନ୍ଧୁତା ସ୍ଥାପନା କରୁଥିଲେ ।ଏପରିକି ଅନେକ ସମୟରେ ବନ୍ଧୁତାର ଆଳରେ କିଛି କିଛି ଯୁବକଙ୍କୁ ଆକର୍ଷିତ କରାଇ ଡେଟ ପାଇଁ ଡାକୁଥିଲେ । ସମଲିଙ୍ଗି ସମ୍ପର୍କ ପାଇଁ ମଧ୍ୟ ଆକର୍ଷିତ କରୁଥିଲେ । ଯେଉଁମାନେ ଆଗ୍ରହୀ ହେଉଥିଲେ ସେମାନଙ୍କୁ ଡାକି ଲିଙ୍ଗରାଜ ଥାନା ଅଞ୍ଚଳର ଏକ ନିଛାଟିଆ ସ୍ଥାନକୁ ନେଇ ସମ୍ପର୍କ ରଖୁଥିଲେ । ଏବଂ ଅନ୍ୟ କିଛି ନାବାଳକ ଏହାର ଭିଡିଓ ସୁଟିଂ କରି ପରେ ବ୍ଲାକମେଲ କରୁଥିଲେ। ’’

ଏହା ମଧ୍ୟ ପଢନ୍ତୁ....ଅପରାଧ ଦୁନିଆରେ ପାଦ ଥାପୁଛନ୍ତି ନାବାଳକ, ଦ୍ରାରିଦ୍ର୍ୟତା ନା ପ୍ରବଣତା ?

‘‘ପ୍ରଥମେ ପ୍ରଥମେ ମୋବାଇଲରେ ‘ଫୋନ୍ ପେ’ରେ ଟଙ୍କା ନେଉଥିଲେ । ହେଲେ ଅଧିକ ଟଙ୍କା ଇନକମ ନିଶାରେ ବଡ଼ ପରିମାଣର ଟଙ୍କା ପାଇଁ ଜଣଙ୍କୁ ଡକି ଜବରଦସ୍ତ ପିନ କାର୍ଡ ନେଇ ୧ଲକ୍ଷ ୧୦ହଜାର ଟଙ୍କା ନେଇ ଛୁ ମାରିଥିଲେ । ଏହିପରି ୪ଟି କେସ ଲିଙ୍ଗରାଜ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ କରି ଟଙ୍କା ଯାଇଥିବା ଆକାଉଣ୍ଟ ଏବଂ ଅଭିଯୋଗକାରିଙ୍କ ତଥ୍ୟ ଆଧାରରେ ୪ ନାବାଳକଙ୍କ ସହ ଜଣେ ଯୁବକଙ୍କୁ କାବୁ କରିଥିଲେ । ତେବେ ସେମାନଙ୍କ ଠାରୁ ୩୪ ହଜାର ନଗଦ ଟଙ୍କା ସହ ୨୬ହଜାର ଦେଇ ଇନଷ୍ଟଲମେଣ୍ଟ କିଣିଥିବା ଏକ ଆଇଫୋନ ମୋବାଇଲ ମଧ୍ୟ ଜବତ କରିଥିଲେ । ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରିଥିଲା ପୋଲିସ । କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ୪ ନାବାଳକଙ୍କୁ ସୁଧାର ଗୃହକୁ ପଠାଯାଇଛି । ’’

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.