ଖୋର୍ଦ୍ଧା: ନଭେମ୍ବର 29 ତାରିଖରେ ବ୍ରହ୍ମପୁରରୁ ଭୁବନେଶ୍ବର ଆସୁଥିବା ଦେଢ଼ସହ କ୍ବିଣ୍ଟାଲ ସୋୟାବଡି ବୋଝେଇ ପିକଅପ ଭ୍ୟାନ ବାଣପୁର-ବାଲୁଗାଁ ବାଇପାସ ନିକଟରୁ 3 ରୁ 4 ଜଣ ଦୁର୍ବୃତ୍ତ ଲୁଟ କରିଥିଲେ। ଏ ସମ୍ପର୍କରେ ବାଣପୁର ଥାନାରେ ଏକ ମାମଲା ରୁଜୁ ହୋଇଥିଲା ।
ଘଟଣାରେ ବାଲୁଗାଁ ଏସଡିପିଓଙ୍କ ନେତୃତ୍ବରେ ଏକ ଟିମ ଗଠନ କରାଯାଇ ସୋମବାର ରାତିରେ 4 ଜଣ ଦୁର୍ବୃତ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ସେମାନଙ୍କ ଠାରୁ ଏକ ବୋଲେରୋ ପିକଅପ ଭ୍ୟାନ, ଗୋଟିଏ କ୍ବାଲିସ କାର, ଖଣ୍ଡା ଓ କଟୁରୀ ଜବତ କରିଛି ପୋଲିସ।
ଗିରଫ ଅଭିଯୁକ୍ତ ମାନେ ହେଲେ ସେରାଜୁଦ୍ଦିନ ଖାନ, ଅବଦୁଲ ମାନସୁର, ସମୀର ଖାନ ଏବଂ ଏସକେ ମନୋହର। ଅଭିଯୁକ୍ତଙ୍କ ନାଁରେ ଜିଲ୍ଲା ଏବଂ ଜିଲ୍ଲା ବାହାରେ ଅନେକ ମାମଲା ଥିବା ନେଇ ମଙ୍ଗଳବାର ଖୋର୍ଦ୍ଧା ଏସପି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ