ଖାର୍ଦ୍ଧା: ଟ୍ରେନରୁ ଲୁଟ କରୁଥିବା ମୋବାଇଲ ଲୁଟେରା ଗିରଫ । ଖୋର୍ଦ୍ଧା ଜିଲା ଜଟଣୀ ରେଳ ସୁରକ୍ଷାବଳ ଓ ସ୍ବତନ୍ତ୍ର ଜିଆରପି ଟିମ ସହଯୋଗରେ ଦୁଇ ମୋବାଇଲ ଲୁଟେରା ଓ ଏହି ଲୁଟ ମୋବାଇଲ କିଣିଥିବା 3ଜଣଙ୍କୁ ଗିରଫ କରାଯାଇଛି ।
ସୂଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲାର କୈଳାସ ବେହେରା ଓ ସନ୍ଦୀପ ସାହୁ ଦୁଇଜଣ ଯୁବକ ଦୀର୍ଘ ଦୁଇ ବର୍ଷ ଧରି ଟ୍ରେନରେ ଯାଉଥିବା ଯାତ୍ରୀମାନଙ୍କଠାରୁ ମୋବାଇଲ ଲୁଟ କରୁଥିଲେ । ଆସାମର ଜଣେ ଯାତ୍ରୀ ସିକନ୍ଦରାବାଦ ଗୌହାଟି ଟ୍ରେନରେ ଯାତ୍ରା କରୁଥିବା ବେଳେ ତାଙ୍କ ମୋବାଇଲ ଲୁଟ ହୋଇଥିଲା । ଆଉ ଲୁଟର ଶିକାର ହୋଇଥିବା ବ୍ୟକ୍ତି ଥାନାରେ ଅଭିଯୋଗ କରିଥିଲେ ।
ଅଭିଯୋଗ ପାଇବାପରେ ମୋବାଇଲ ଲୁଟ କରିଥିବା ଦୁଇ ଯୁବକ ଏବଂ ଲୁଟ ମୋବାଇଲ କିଣିଥିବା 3ଜଣ ବ୍ୟକ୍ତିଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଆରପି ଅଧିକାରୀ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ