ETV Bharat / state

ଖୋର୍ଦ୍ଧାରେ ବ୍ରାଉନ ସୁଗାର ଜବତ, ଦମ୍ପତି ସମେତ 3 ଗିରଫ

ଖୋର୍ଦ୍ଧାରେ କମୁନି ବ୍ରାଉନସୁଗାର କାରବାର । ଦିନକ ତଳେ ନୂଆ ବସଷ୍ଟାଣ୍ଡରୁ ଜଣେ ବ୍ରାଉନସୁଗାର ବ୍ୟବସାୟୀ ଗିରଫ ହୋଇଥିବାବେଳେ ଶୁକ୍ରବାର ଦୁଇଟି ସ୍ଥାନରୁ 3 ଜଣଙ୍କୁ ଗିରଫ କରିଛି ପୋଲିସ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
author img

By

Published : Jul 19, 2019, 9:36 PM IST

Updated : Jul 19, 2019, 10:57 PM IST

ଖୋର୍ଦ୍ଧା : ନିଶା ମାଫିଆ ଛୋଟାକୁ ଏସ୍‌ଟିଏଫ୍‌ ରିମାଣ୍ଡରେ ନେବାପରେ ଜଣକ ପରେ ଜଣେ ନିଶା ବେପାରୀଙ୍କୁ ପୋଲିସ ଓ ଅବକାରୀ ବିଭାଗ ଗିରଫ କରୁଛି । ଦିନକ ତଳେ ନୂଆ ବସଷ୍ଟାଣ୍ଡରୁ ଜିଲ୍ଲା ଅବକାରୀ ବିଭାଗ ଜଣେ ବ୍ରାଉନସୁଗାର ବ୍ୟବସାୟୀକୁ ଗିରଫ କରିଥିବାବେଳେ ଶୁକ୍ରବାର ଜଟଣୀ ପୋଲିସ ଏହି ବ୍ୟବସାୟ ଚଳାଉଥିବା ଦମ୍ପତ୍ତିଙ୍କୁ ଗିରଫ କରିଛି । ସେପଟେ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଚର୍ଚ୍ଚା ହେଉଥିବା ଲେଡି ଡନର ସହଯୋଗୀକୁ ଧଳାଜହର ବିକ୍ରି କରୁଥିବା ଅଭିଯୋଗରେ ଗିରଫ କରିଛି ।

ଜଟଣୀ ନୂଆଗାଁ ଅଞ୍ଚଳର ଜଗମୋହନ ପଟ୍ଟନାୟକ ଓ ତାଙ୍କ ପତ୍ନୀ ଆଜି ବ୍ରାଉନସୁଗାର ବେପାର କରୁଥିବା ସମୟରେ ଅଚାନକ ଚଢାଉ କରି ପୋଲିସ ଦୁଇ ଜଣଙ୍କୁ ଗିରଫ କରିଥିଲା । ସେହିପରି ଆଦର୍ଶ ଥାନା ପୋଲିସ ଲେଡି ଡନର ସହଯୋଗୀ ସରସ୍ୱତୀ ପଲେଇକୁ ଗିରଫ କରିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଦମ୍ପତିଙ୍କ ଠାରୁ 8 ଗ୍ରାମ ବ୍ରାଉନସୁଗାର, 1200 ଟଙ୍କା ସହ ମୋବାଇଲ ଫୋନ ଓ ଗୋଟିଏ ବାଇକ୍‌ ଜବତ ହୋଇଛି । ଅନ୍ୟପଟେ ସରସ୍ବତୀଙ୍କ ଠାରୁ ନଗଦ 4ଲକ୍ଷ 43ହଜାର 990ଟଙ୍କା ଜବତ କରିବା ସହ 12ଗ୍ରାମ ବ୍ରାଉନସୁଗାର ଜବତ କରିଛି ପୋଲିସ । ଯାହାର ଆନୁମାନିକ ମୂଲ୍ୟ 20ହଜାର ଟଙ୍କା ହେବ ବୋଲି ଜଣାପଡିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:Body:

BLANK FOR LINK

Conclusion:
Last Updated : Jul 19, 2019, 10:57 PM IST

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.