ETV Bharat / state

ଫିଟୁନି ସମାଧାନ ବାଟ, ଆନ୍ଦୋଳନରେ କ୍ୟାପିଟାଲ ହସ୍ପିଟାଲର ସଫେଇ କର୍ମଚାରୀ

୨ଦିନରେ ପହଞ୍ଚିଲା କ୍ୟାପିଟାଲ ହସ୍ପିଟାଲରେ ସଫେଇ କର୍ମଚାରୀ କାର୍ଯ୍ୟ ବନ୍ଦ ଆନ୍ଦୋଳନ । ସମାଧାନର ବାଟ ଖୋଜୁଛି ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Sep 13, 2023, 11:02 AM IST

କ୍ୟାପିଟାଲ ହସ୍ପିଟାଲ: ୨ଦିନରେ ପହଞ୍ଚିଲା ସଫେଇ କର୍ମଚାରୀ କାର୍ଯ୍ୟ ବନ୍ଦ ଆନ୍ଦୋଳନ

ଭୁବନେଶ୍ବର: ଦୁଇଦିନ ଧରି ଧାରଣାରେ ବସିଛନ୍ତି କ୍ୟାପିଟାଲ ସଫେଇ କର୍ମଚାରୀ । ଜଟିଳ ହେବାରେ ଲାଗିଛି ହସ୍ପିଟାଲ କର୍ତ୍ତୃପକ୍ଷ ଏବଂ ସଫେଇ କର୍ମଚାରୀ ମଧ୍ୟରେ ଲାଗିରହିଥିବା ବିବାଦ । ଏହି ଭିତରେ ସମାଧାନର ବାଟ ଖୋଜୁଛି ଜିଲ୍ଲା ପ୍ରଶାସନ । ପିଜିଆଇଏମ୍‌ଇଆର୍‌ ଆଣ୍ଡ୍ କ୍ୟାପିଟାଲ ହସ୍ପିଟାଲରେ ସଫେଇ ବନ୍ଦ କରି ଦୁଇଦିନ ଧରି ଧାରଣାରେ ସଫେଇ କର୍ମଚାରୀ । ନୂଆ ସଂସ୍ଥାକୁ ବିରୋଧ କରି ଆନ୍ଦୋଳନ କରୁଛନ୍ତି ସଫେଇ କର୍ମଚାରୀ । ଯଦିଓ କିଛି ସମୟ ପାଇଁ ନୈତିକତା ଦୃଷ୍ଟିରୁ ଓ ମଧ୍ୟମ ବିଧାୟକଙ୍କ ଆଲୋଚନା ପରେ ଧାରଣାରୁ ଉଠି କାର୍ଯ୍ୟ କରିଛନ୍ତି । ହେଲେ ଯେପର୍ଯ୍ୟନ୍ତ ତାଙ୍କ ଦାବି ପ୍ରଶାସନ ପୂରଣ ନ କରିଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ।

ଅନ୍ୟପଟେ ସଫେଇ କର୍ମଚାରୀଙ୍କ ସଫେଇ କାର୍ଯ୍ୟ ବନ୍ଦ ଯୋଗୁ ବାଧା ପ୍ରାପ୍ତ ହୋଇଛି କ୍ୟାପିଟାଲ ସଫେଇ କାର୍ଯ୍ୟ । ଯୁଆଡେ ଦେଖିବା ଜମିରହିଛି କୁଢ଼ କୁଢ଼ ଅଳିଆ । ଏହାକୁ ନେଇ କ୍ୟାପିଟାଲ ହସ୍ପିଟାଲର ପରିମଳ ସ୍ଥିତି ବିଗିଡି ଥିବାବେଳେ ଉଦବେଗ ପ୍ରକାଶ କରିଛନ୍ତି ହସ୍ପିଟାଲକୁ ଆସିଥିବା ରୋଗୀ । କ୍ୟାପିଟାଲ ହସ୍ପିଟାଲ ରାଜ୍ୟ ରାଜଧାନୀର ମୁଖ୍ୟ ଚିକିତ୍ସାଳୟ ହୋଇଥିବା ବେଳେ ଏଠାକୁ ଦୈନିକ ସହ ସହ ରୋଗୀ ଆସିଥାନ୍ତି । ରୋଗୀ ସଂଖ୍ୟାକୁ ନେଇ ହସ୍ପିଟାଲ ପରିସର ସର୍ବଦା ଭିଡ଼ ଲାଗିରହୁଥିବା ବେଳେ ଅଳିଆ ନ ଉଠିବାରୁ ଅସ୍ୱାସ୍ଥ୍ୟକର ପରିବେଶ ଭିତରେ କିଭଳି ରୋଗୀ ସେବା ସଠିକ ହୋଇପାରିବ ବୋଲି ଲୋକେ ପ୍ରଶ୍ନ କରିଛନ୍ତି ସାଧାରଣ ଲୋକେ ।

ଏହା ମଧ୍ୟ ପଢନ୍ତୁ..ମୁଖ୍ୟ ଶାସନ ସଚିବ ଡେଙ୍ଗୁରେ ପୀଡ଼ିତ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ

ସେପଟେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି "ସରକାରଙ୍କ ତରଫରୁ ଜଣେ ସଂସ୍ଥାକୁ ଟେଣ୍ଡର ପାଇଁ ମନୋନୀତ ଦିଆଯାଇଛି । ସଂସ୍ଥାର ସର୍ତ୍ତାବଳୀ ଅନୁଯାୟୀ ସଫେଇ କର୍ମଚାରୀଙ୍କ କୌଣସି ଦାବି ବାଧାପ୍ରାପ୍ତ ହେଉନାହିଁ କି ସେମାନଙ୍କ ଦରମାରେ କୌଣସି ଅସଙ୍ଗତି ହେବନାହିଁ । EPF ହେଉ ଅବା ESI ରେ ମଧ୍ୟ ସେମାନଙ୍କର କୌଣସି ଅସୁବିଧା ହେବନାହିଁ ।ଏହି ବିଷୟରେ ସେମାନଙ୍କୁ ଭଲ ଭାବରେ ବୁଝା ଯାଇଛି । ଏହାପରେ ପ୍ରଶାସନ ଯାହା ନିଷ୍ପତ୍ତି ନେବ । ସେମାନଙ୍କର ସମସ୍ୟାକୁ ସ୍ୱାସ୍ଥ୍ୟ ବିଭାଗ ଠାରୁ ଆରମ୍ଭ କରି ଜିଲ୍ଲାପାଳ ଓ ସ୍ଥାନୀୟ ବିଧାୟକଙ୍କୁ ଜଣାଇଛି । ପ୍ରଶାସନ ଉପରେ ଏହି ସମାଧାନର ଦାୟିତ୍ୱ ନ୍ୟସ୍ତ ଥିବା ବେଳେ ପ୍ରଶାସନ ଯାହା ନିଷ୍ପତ୍ତି ନେବେ ସେହି ମୁତାବକ କର୍ମଚାରୀ ମାନେ କାର୍ଯ୍ୟ କରିବେ । "

ଅନ୍ୟପଟେ କର୍ମଚାରୀ ମାନେ କହିଛନ୍ତି, "ପୁରୁଣା ସଂସ୍ଥାର ଦରମା ଅନୁସାରେ ଆମକୁ ନୂଆ ସଂସ୍ଥା ଦରମା ଦେବନାହିଁ । କି କୌଣସି ପ୍ରକାର ସୁଵିଧା ସୁଯୋଗ ଦେବା ବୋଲି ସିଧାସଳଖ ମନା କରିଦେଇଛନ୍ତି । ତେଣୁ ଆମକୁ ନୂଆ ସଂସ୍ଥା ସହ କାର୍ଯ୍ୟ କରିବାର ନାହିଁ । ଯଦି କାର୍ଯ୍ୟ କରିବୁ ତେବେ ଦରମା ପୂର୍ବ ବର୍ଦ୍ଧିତ ଅନୁସାରେ ଦେବା ସହ ଆମକୁ ସମସ୍ତ ସୁବିଧା ସୁଯୋଗ ଯୋଗାଇବା ନୂଆ ସଂସ୍ଥା ନଚେତ ଆମେ କାର୍ଯ୍ୟ କରିବୁ ନାହିଁ । ଖାଲି ସେତିକି ନୁହେଁ ଆମର ଏହି ଆନ୍ଦୋଳନ ପାଇଁ କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ ଦାୟୀ ବୋଲି ସିଧାସଳଖ କହିଛନ୍ତି । ଆମେ ଜାଣିଛୁ ଏହା ଏକ ଗୁରୁତ୍ୱପୂର୍ଣ ଓ ଜରୁରୀକାଳୀନ ବିଭାଗ ତେଣୁ ଆମେ ସବୁ ପରିସ୍ଥିତିରେ କାର୍ଯ୍ୟ କରୁଛୁ । ଏହାପରେ ବି ଆମ ପେଟକୁ ଜିଲ୍ଲା ପ୍ରଶାସନ, ହସ୍ପିଟାଲ ପ୍ରଶାସନ ଓ ସରକାର ମିଶି ଲାତ ମାରୁଛନ୍ତି । ଏହାକୁ ନେଇ ଆମେ ବାଧ୍ୟ ହୋଇ ଧାରଣାରେ ବସିବା ସହ ଆନ୍ଦୋଳନ ଓ ବିକ୍ଷୋଭ କରୁଛୁ । ଏହା ପରେ ବି ଆମ ସମସ୍ୟାର ସମାଧାନ ହେଉନାହିଁ । ତେଣୁ ଯେ ପର୍ଯ୍ୟନ୍ତ ଆମ ଦାବି ପୁରଣ ନ ହୋଇଛି ଆମେ ପୁଣି ଆନ୍ଦୋଳନରେ ବସିରହିବୁ । "

ସୂଚନାଯୋଗ୍ୟ ଆସନ୍ତା ୧୫ ଠାରୁ ପୁରୁଣା ସଂସ୍ଥାର ଅବଧି ସରୁଥିବାବେଳେ, ସଫେଇ ଓ ସୁରକ୍ଷା ଦିଗରେ ନୂଆ ସଂସ୍ଥାକୁ କ୍ବିସ୍‌ କାର୍ଯ୍ୟ ଭାର ଦିଆଯାଇଛି । ଏନେଇ ହସ୍ପିଟାଲ ପକ୍ଷରୁ ସ୍ପଷ୍ଟ କରାଯାଇଥିବାବେଳେ ଏହାକୁ ବିରୋଧ କରିଛନ୍ତି ସଫେଇ କର୍ମୀ । ଯାହାକୁ ନେଇ ସୋମବାର ସକାଳ ୭ଟାରୁ ହସ୍ପିଟାଲରେ ସଫେଇ କାର୍ଯ୍ୟ ତ୍ବରାନ୍ବିତ ହୋଇପାରିନାହିଁ । ହସ୍ପିଟାଲ କର୍ତ୍ତୃପକ୍ଷ ସଫେଇ କର୍ମୀଙ୍କ ସହିତ ଆଲୋଚନା କରିଥିଲେ ହେଁ ସଫଳ ହୋଇନଥିଲେ ।

ଇଟିଭି ଭାରତ ,ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.