ETV Bharat / state

ଦୋଳ ପୂର୍ଣ୍ଣିମାରେ ଅଘଟଣ, ବାଣ ଫୁଟି ଯୁବକଙ୍କ ମୃତ୍ୟୁ ! - ନିଆଳିରେ ବାଣ ବିସ୍ଫୋରଣ

ଦୋଳ ପୂର୍ଣ୍ଣିମା ସମୟରେ ନିଆଳୀ ବାଲିପାଟଣା ଅଞ୍ଚଳରେ ଅଘଟଣ । ବାଣ ଫୁଟି ଜଣେ ଯୁବକ ମୃତ । ଅଧିକ ପଢନ୍ତୁ

ଦୋଳ ପୂର୍ଣ୍ଣିମାରେ ଅଘଟଣ, ବାଣ ଫୁଟି ଜଣେ ଯୁବକ ମୃତ

author img

By

Published : Mar 19, 2022, 9:31 AM IST

Updated : Mar 19, 2022, 10:23 AM IST

ନିଆଳୀ: ଦୋଳ ପୂର୍ଣ୍ଣିମାରେ ଅଘଟଣ । ଦୋଳ ମେଳଣ ସମୟରେ ବାଣ ଫୁଟି ଯୁବକ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି । ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ନରିଶୋ ଅଞ୍ଚଳରେ ଏହି ଦୁଃଖଦ ଘଟଣା ଘଟିଛି । ମୃତକ ହେଉଛନ୍ତି ନରିଶୋ ଶାସନ ଗାଁର ୨୮ ବର୍ଷୀୟ ସ୍ମୃତି ରଞ୍ଜନ ଷଡ଼ଙ୍ଗୀ । ସେ ଦୋଳ ମେଳଣ ଦେଖୁଥିବା ସମୟରେ ଏକ ବାଣ ବାଜିବାରୁ ତାଙ୍କର ମୃତ୍ୟୁ ଘଟିଛି ।

ଦୋଳ ପୂର୍ଣ୍ଣିମାରେ ଅଘଟଣ, ବାଣ ଫୁଟି ଯୁବକଙ୍କ ମୃତ୍ୟୁ !

ସୂଚନା ଅନୁଯାୟୀ, ନରିଶୋ ଅଞ୍ଚଳବାସୀ ନରିଶୋ ଦୋଳ ଦେବୀ ପୋଖରୀରେ ଗତକାଲି(ଶୁକ୍ରବାର) ବାଣ ଫୁଟାଇ ଦୋଳ ଉତ୍ସବକୁ ଧୁମଧାମରେ ପାଳନ କରୁଥିଲେ । ଏହି ସମୟରେ ଏକ ବାଣ ସେଠାରେ ଛିଡା ହୋଇଥିବା ସ୍ମୃତି ରଞ୍ଜନଙ୍କ ଦେହରେ ବାଜିଥିଲା । ତାଙ୍କୁ କଟକ ବଡ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ତେବେ ଏହି ଘଟଣାରେ ଅଞ୍ଚଳବାସୀ କାହାରିକୁ ଦାୟୀ କରିନାହାନ୍ତି କିମ୍ବା ପୋଲିସରେ ମଧ୍ୟ ଅଭିଯୋଗ କରିନଥିବା ସୂଚନା ମିଳିଛି ।

ନିଆଳୀରୁ ଉମେଶ ମଲ୍ଲିକ, ଇଟିଭି ଭାରତ

Last Updated : Mar 19, 2022, 10:23 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.