ETV Bharat / state

ଓଏମବିଏଡିସିର ନିର୍ଦ୍ଦେଶକ ମଣ୍ଡଳୀ ପରିଷଦ ବୈଠକ ଅନୁଷ୍ଠିତ

author img

By ETV Bharat Odisha Team

Published : Dec 1, 2023, 8:01 AM IST

ଓଏମବିଏଡିସିର ୨୭ତମ ନିର୍ଦ୍ଦେଶକ ମଣ୍ଡଳୀ ପରିଷଦ ବୈଠକ ଅନୁଷ୍ଠିତ । ଅଧିକ ପଢନ୍ତୁ

Ombadc
Ombadc

ଭୁବନେଶ୍ବର: ଲୋକସେବା ଭବନରେ ଓଡ଼ିଶା ଖଣିଜ ଉତ୍ପାଦନ କ୍ଷେତ୍ର ଉନ୍ନୟନ ନିଗମ ଓଏମବିଏଡିସିର ୨୭ତମ ନିର୍ଦ୍ଦେଶକ ମଣ୍ଡଳୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ୨୦୨୨/୨୩ ଆର୍ଥିକ ବର୍ଷ ପାଇଁ ଓଏମ୍ବିଏଡିସିର ବାର୍ଷିକ ରିପୋର୍ଟ ଉନ୍ମୋଚିତ କରାଯାଇଥିଲା । ମୁଖ୍ୟ ଶାସନ ସଚିବ ତଥା ଓଏମବିଏଡିସି ଅଧ୍ୟକ୍ଷ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଗୁରୁବାର ଆୟୋଜିତ ଏହି ବୈଠକରେ ଉନ୍ନୟନ କମିଶନର ଅନୁ ଗର୍ଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ ଓ ଅନ୍ୟ ନିର୍ଦ୍ଦେଶକମାନେ ଉପସ୍ଥିତ ଥିଲେ । ଅନ୍ୟ ସଦସ୍ୟମାନେ ଭିସିରେ ଯୋଗ ଦେଇଥିଲେ ।

ଓଡ଼ିଶା ସରକାରଙ୍କ ଦ୍ୱାରା ଖଣିଜ ଅଞ୍ଚଳରେ ବିକାଶମୂଳକ କାର୍ଯ୍ୟ ନିମନ୍ତେ ଉଦ୍ଦିଷ୍ଟ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇ କମ୍ପାନି ଆଇନ, ୨୦୧୩ର ଧାରା ୮ ଅଧୀନରେ ଓଏମବିଏଡିସି ୨ ଡିସେମ୍ବର ୨୦୧୪ରେ ଗଠନ ହୋଇଛି । ରାଜ୍ୟର ଖଣିଜ ସମ୍ପଦ ସମ୍ପନ୍ନ ଅଞ୍ଚଳରେ ଜନଜାତିଙ୍କ କଲ୍ୟାଣ ଓ ଅଞ୍ଚଳର ବିକାଶ କାର୍ଯ୍ୟ କରିବା ଏହି କମ୍ପାନିର ମୁଖ୍ୟ ଉଦ୍ଦେଶ୍ୟ । ଓଏମବିଏଡିସିର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜି. ରାଜେଶ ଗତ ବୋର୍ଡ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଉପରେ କାର୍ଯ୍ୟାନୁଷ୍ଠାନ ସଂପର୍କରେ ବୋର୍ଡ ସଦସ୍ୟମାନଙ୍କୁ ଅବଗତ କରାଇଥିଲେ । ଏହା ବ୍ୟତୀତ ଖଣିଜ ଅଞ୍ଚଳ ପ୍ରଭାବିତ ଲୋକଙ୍କୁ କ୍ଷତିପୂରଣ ଅର୍ଥ ପାଣ୍ଠିର ଉପଯୋଗ ସମ୍ପର୍କରେ ମତ କହିଥିଲେ ।

ଏହା ମଧ୍ୟ ପଢନ୍ତୁ-ସଚିବସ୍ତରୀୟ ବୈଠକ: DMF-OMBADC ପାଣ୍ଠିରେ ଭିତ୍ତିଭୂମି ଓ ଜୀବିକା ନିର୍ବାହ ପ୍ରକଳ୍ପକୁ ଗୁରୁତ୍ୱ

ଓଏମବିଏଡିସିର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ବୈଠକରେ ସୂଚନା ଦେଇ କହିଥିଲେ ଯେ, ଅକ୍ଟୋବର ୨୦୨୩ ସୁଦ୍ଧା ମୋଟ ୨୦,୭୦୦ କୋଟି ଟଙ୍କା ଆଦାୟ ହୋଇଛି । ୧୮,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ କ୍ଷେତ୍ର ଅଧୀନରେ ଥିବା ୬୦ଟି ପ୍ରକଳ୍ପ ପରିଷଦ ଦ୍ୱାରା ଅନୁମୋଦନ କରାଯାଇଛି । ରାଜ୍ୟ ସରକାରଙ୍କ ୧୮ଟି ବିଭାଗ ୧୦,୮୬୮ କୋଟି ଟଙ୍କା (୭୨%) ଅର୍ଥ ସଫଳତାର ସହ ବିନିଯୋଗ କରିଛନ୍ତି । ଯେଉଁ ବିଭାଗଗୁଡ଼ିକୁ ପ୍ରଦାନ କରାଯାଇଥିବା ଅର୍ଥର ୬୦ ପ୍ରତିଶତରୁ ଅଧିକ ବ୍ୟବହାର କରିଛନ୍ତି ସେମାନେ ହେଲେ ପଞ୍ଚାୟତିରାଜ ଓ ପାନୀୟ ଜଳ (୮୪%), ବିଦ୍ୟାଳୟ ଓ ଗଣଶିକ୍ଷା (୬୩%), ଗୃହ ନିର୍ମାଣ ଓ ନଗର ଉନ୍ନୟନ (୯୩%), ଗ୍ରାମ୍ୟ ଉନ୍ନୟନ (୮୪%), ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା (୭୨%), କୃଷି ଓ କୃଷକ ସଶକ୍ତି କରଣ ଏବଂ ପ୍ରାଣୀ ସମ୍ପଦ ବିକାଶ (୭୩%) ବିଭାଗ ।

''ଓଏମବିଏଡିସିର କେତେକ ପ୍ରମୁଖ ସଫଳତା ବିଷୟରେ ମଧ୍ୟ ବୋର୍ଡକୁ ଅବଗତ କରାଯାଇଛି । ଓଏମବିଏଡିସି ୮ଟି ଖଣି ଜିଲ୍ଲା ପାଇଁ ଆଡହକ କାମ୍ପା ପାଣ୍ଠିରୁ ପାଣ୍ଠି ପ୍ରାପ୍ତ ଗୃହ ଓ ପାନୀୟ ଜଳ ଭଳି ପ୍ରକଳ୍ପର ପ୍ରଭାବ ଆକଳନ ଶେଷ କରିଛି । ଏହି ପ୍ରକଳ୍ପଗୁଡ଼ିକ ସେମାନଙ୍କ ଉଦ୍ଦେଶ୍ୟ ପୂରଣ କରିଥିବାରୁ ଏହାର ଫଳାଫଳ ଅତ୍ୟନ୍ତ ଉତ୍ସାହଜନକ ରହିଛି । ଯୋଗ୍ୟ ହିତାଧିକାରୀଙ୍କୁ ୨୮ ହଜାରରୁ ଅଧିକ ପକ୍କା ଘର ଆବଣ୍ଟନ କରାଯାଇଛି । ସେହିପରି ୮ଟି ଖଣି ଜିଲ୍ଲାର ୫୮ ହଜାର ପରିବାରକୁ ଟ୍ୟାପ୍ ଯୋଗେ ଜଳ ଯୋଗାଣ କରାଯାଉଛି । ୨୦୧୯ ଆର୍ଥିକ ବର୍ଷରେ ଅନୁମୋଦନ ହୋଇଥିବା ଅନେକ ବୃହତ ଜଳ ଯୋଗାଣ ପ୍ରକଳ୍ପର ୯୦% କାର୍ଯ୍ୟ ଶେଷ ହୋଇଛି । ଏବଂ ୨୦୨୪ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସେସବୁ କାର୍ଯ୍ୟକ୍ଷମ ହେବ ବୋଲି ଆଶା କରାଯାଉଛି । ''

ଓଏମବିଏଡିସିର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଆହୁରି ମଧ୍ୟ କହିଛନ୍ତି ଯେ, ଯାଜପୁର ଜିଲ୍ଲାରେ ନିର୍ମାଣ କରାଯାଉଥିବା ଏମସିଏଚ ହସ୍ପିଟାଲ ଓଏମବିଏଡିସିର ଅନ୍ୟତମ ପ୍ରମୁଖ ପ୍ରକଳ୍ପ, ଯାହା ଖୁବଶୀଘ୍ର ଶେଷ ହେବାକୁ ଯାଉଛି । ଓଏମବିଏଡିସି ମଧ୍ୟ ମହିଳା ସଶକ୍ତିକରଣ ପାଇଁ କାର୍ଯ୍ୟ କରୁଛି । ମିଶନ ଶକ୍ତି ବିଭାଗ ସହଯୋଗରେ ଯାଜପୁରରେ ମିଶନ ଶକ୍ତି ଭବନ ସମ୍ପୂର୍ଣ୍ଣ କରିଛି । ବହୁ ସଂଖ୍ୟକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସେମାନଙ୍କର ପାରମ୍ପରିକ ଉତ୍ପାଦ ପ୍ରଦର୍ଶନ ଏବଂ ବିକ୍ରୟ ମାଧ୍ୟମରେ ଉନ୍ନତ ଜୀବିକା ଅର୍ଜନ କରୁଛନ୍ତି । ଖଣି ଜିଲ୍ଲାରେ ଅନେକ ଅତ୍ୟାଧୁନିକ ଆଇସିୟୁ ଓ ଓଟି କାର୍ଯ୍ୟକ୍ଷମ ହୋଇ ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି । ୫ଟି ଉପକ୍ରମ ଅଧୀନରେ ୧୩୦୦ରୁ ଅଧିକ ହାଇସ୍କୁଲରେ ଉନ୍ନତ ଭିତ୍ତିଭୂମି ଏବଂ ସ୍ମାର୍ଟ କ୍ଲାସ ରୁମ ଯୋଗାଇ ଦିଆଯାଇଛି । ଛାତ୍ରଛାତ୍ରୀ ଏହି ପରିବର୍ତ୍ତନ ଦ୍ୱାରା ଉପକୃତ ହେଉଛନ୍ତି ।

''୯୬ କୋଟି ଟଙ୍କାର ନୂଆ ପ୍ରସ୍ତାବ ବୋର୍ଡ ସଦସ୍ୟଙ୍କ ନିକଟରେ ଉପସ୍ଥାପନ କରାଯାଇଛି । ପ୍ରସ୍ତାବିତ ପ୍ରକଳ୍ପ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାର ମୋରଡ଼ା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ରାସ୍ତା ନିର୍ମାଣ ସହ ଶିମିଳିପାଳ ଜଙ୍ଗଲ ଅଧୀନରେ ଭଣ୍ଡନ ନଦୀ ଉପରେ ଗୋଟିଏ ପୋଲ ନିର୍ମାଣ ସହିତ ୮ଟି ପ୍ରକଳ୍ପ ଓ ୬ଟି ପ୍ରସ୍ତାବ ଓଏମବିଏଡିସି ସହଯୋଗରେ ୮ଟି ଖଣି ଜିଲ୍ଲାରେ ଥିବା ସରକାରୀ ଆଇଟିଆଇ ଏବଂ ପଲିଟେକ୍ନିକରେ ଟେକ୍ନୋଲୋଜି ଉନ୍ନତିକରଣ ଏବଂ ଯୁବକମାନଙ୍କୁ ନିଯୁକ୍ତି ସମ୍ବନ୍ଧୀୟ ତାଲିମ ପ୍ରଦାନ ସଂପର୍କରେ ପ୍ରସ୍ତାବ ଆଗତ କରାଯାଇଛି । ଓଏମବିଏଡିସିର ସବ କମିଟି ସୁପାରିସ କରିଥିବା ସମସ୍ତ ପ୍ରକଳ୍ପ ଉପରେ ବିସ୍ତୃତ ଆଲୋଚନା ହୋଇଛି । ''

ସ୍ୱାସ୍ଥ୍ୟକ୍ଷେତ୍ର ଏବଂ ପାନୀୟ ଜଳ କ୍ଷେତ୍ର ଅଧୀନରେ ପୂର୍ବରୁ ଅନୁମୋଦିତ ପ୍ରକଳ୍ପଗୁଡ଼ିକ ଜମି ସମ୍ବନ୍ଧୀୟ ସମସ୍ୟା କାରଣରୁ କେତେକ ଉପାଦାନରେ ବିଳମ୍ବିତ ହୋଇଥିବାରୁ ନିର୍ଦ୍ଦେଶକ ମଣ୍ଡଳୀ ଦ୍ୱାରା ସମୟ ବୃଦ୍ଧି କରାଯାଇଛି । କେତେକ ସଡ଼କ ପ୍ରକଳ୍ପରେ ଶ୍ରମ ହାର ବୃଦ୍ଧି ଏବଂ କାର୍ଯ୍ୟସୂଚୀ ହାରରେ ପରିବର୍ତ୍ତନ ହେତୁ ଅତିରିକ୍ତ ପାଣ୍ଠିର ଆବଶ୍ୟକତା ଥିଲା, ଯାହାକୁ ବୋର୍ଡ ଦ୍ୱାରା ଅନୁମୋଦନ କରାଯାଇଥିବା ମତ ରଖିଥିଲେ ଓଏମବିଏଡିସିର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ।

ବୈଠକ ଶେଷରେ ମୁଖ୍ୟ ଶାସନ ସଚିବ ତଥା ଓଏମବିଏଡିସିର ଅଧ୍ୟକ୍ଷ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଓଏମବିଏଡିସିର ବାର୍ଷିକ ବିବରଣୀ, ଓଏମବିଏଡିସିର ଦ୍ୱାରା ପ୍ରକାଶିତ ପୁସ୍ତିକା, ଓଏମ୍ବିଏଡିସି ପାଣ୍ଠିରେ ଦକ୍ଷତା ବିକାଶ, ଶିକ୍ଷା ଆଦି ପ୍ରକଳ୍ପ ସମ୍ପର୍କିତ କ୍ଷୁଦ୍ର ପ୍ରାମାଣିକ ଚିତ୍ର ଉନ୍ମୋଚିତ କରାଯାଇଥିଲା । ଓଏମବିଏଡିସିର ସଂଶୋଧିତ ୱେବସାଇଟକୁ ମଧ୍ୟ ଅଧ୍ୟକ୍ଷ ଉନ୍ମୋଚନ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.