ETV Bharat / state

୧୯୯୯ ମହାବାତ୍ୟାକୁ ୨୪ବର୍ଷ: ବଦଳିଯାଇଥିଲା ଓଡ଼ିଶା ମାନଚିତ୍ରର ରୂପରେଖ, ଯାଇଥିଲା ଅନେକଙ୍କ ଜୀବନ

author img

By ETV Bharat Odisha Team

Published : Oct 29, 2023, 5:05 PM IST

ବର୍ଷ ପରେ ବର୍ଷ ବିତିଚାଲିଛି । ହେଲେ ଅକ୍ଟୋବର ୨୯ ତାରିଖ ଆଜି ବି ଓଡ଼ିଶାବାସୀଙ୍କ ମନରୁ ଲିଭିନି । ଏହି ଦିନଟି ଆସିଲେ ମନେ ପଡିଯାଏ ୧୯୯୯ ମସିହାର ସେହି କାଳ ରାତ୍ରି ଶୁକ୍ରବାର । କେତେ ଯେ ଜୀବନ ଯାଇଥିଲା ତାହା କହିବା ମୁସ୍କିଲ । ଯିଏ ଅଙ୍ଗେ ନିଭେଇଛି, ସେ ଜାଣିଛି କେମିତି ଥିଲା ସେ କାଳରାତି । ଅଧିକ ପଢନ୍ତୁ

24 years to 1999 super cyclone
24 years to 1999 super cyclone

ଭୁବନେଶ୍ବର: ୧୯୯୯ ମହାବାତ୍ୟାକୁ ପୁରିଛି ୨୪ ବର୍ଷ । ହେଲେ ଆଜି ବି ସେହି ଦିନ କଥା ଭାବିଲେ ଶିହରି ଉଠେ ଦେହ ଆଉ ଥରି ଉଠେ ଛାତି । ମହାବାତ୍ୟାର ଭୟଙ୍କର ତାଣ୍ଡବର ସାକ୍ଷୀ ଥିବା ପ୍ରଭାବିତ ଆଜି ବି ସେହି କଥାକୁ ମନେ ପକାଇଲେ ଆଖିରେ ଜକାଏ ପାଣି । ବାତ୍ୟାରେ ଯେଉଁମାନଙ୍କର ଅକାଳ ବିୟୋଗ ଘଟିଥିଲା ତାହାକୁ ଆତ୍ମୀୟସ୍ବଜନ ଆଜି ଭୁଲି ପାରିନାହାନ୍ତି । ସେହି ଛାତିଥରା ଦିନକୁ ଶବ୍ଦରେ ବୟାନ କରିବା ବହୁ କଷ୍ଟକର । ବର୍ଷ ପରେ ବର୍ଷ ବିତିଯାଉଛି । ହେଲେ ଅକ୍ଟୋବର ୨୯ ତାରିଖ ଆସିଲେ ପ୍ରତ୍ୟକ୍ଷଦର୍ଶୀଙ୍କ ଆଖି ସାମ୍ନାରେ ନାଚି ଉଠେ ସେହି ସମୟ । ଘଣ୍ଟାପ୍ରତି ୩୦୦କିମି ବେଗରେ ପବନ ସାଙ୍ଗକୁ ଆର୍ତ୍ତ ଚିତ୍କାର, ଭୟଙ୍କର ଶବ୍ଦ ଶୁଣି ଏହି କଣ ସୃଷ୍ଟିର ବିନାଶ ବୋଲି ଭାବି ନେଇଥିଲେ ଲୋକେ । ଇତିମଧ୍ୟରେ ୨୪ବର୍ଷ ବିତିଯାଇଥିଲେ ସୁଦ୍ଧା ଓଡ଼ିଶାବାସୀ ସେହି ରାତିକୁ ଆଜି ବି ଭୁଲିପାରିନାହାନ୍ତି ।

ସେଦିନ ଥିଲା ୧୯୯୯ ମସିହା ଅକ୍ଟୋବର ମାସ ୨୯ ତାରିଖ । ହଠାତ୍ ଆକାଶରେ ଘୋଟି ଆସିଥିଲା କଳା ବାଦଲ । ଭୟଙ୍କର ଗର୍ଜନ କରି ବହିଲା ପବନ । ଚମକାଇ ଦେଲା ଭଳି ବିଜୁଳି ସାଙ୍ଗକୁ ମୂଷଳଧାରାରେ ବର୍ଷା ଆରମ୍ଭ ହୋଇଥିଲା । ଧୀରେ ଧୀରେ ଅଶାନ୍ତ ହୋଇଉଠିଥିଲା ସମୁଦ୍ର । ଏହାପରେ ଆଖି ଯାହା ଦେଖିଲା ତାହା ବିଶ୍ବାସ କରିବା କଷ୍ଟକର । ପବନ ମାଡ଼ରେ ଉପୁଡିଥିଲା ବଡ ବଡ ଗଛ ଆଉ ଭାଙ୍ଗିଲା ଶହ ଶହ ଘର । ଦିନ ସାରା ଲାଗି ରହିଥିଲା ଏହି ତାଣ୍ଡବ । ଆଉ ସକାଳ ପାହିବା ପରେ ଆଖି ଆଗରେ ପଡ଼ିଥିଲା କୁଢ କୁଢ ମୃତଦେହ । ନିଶ୍ଚିହ୍ନ ହୋଇଗଲା ଗାଁଗଣ୍ଡା । ମହାବାତ୍ୟାର କୋପରେ ବେଶୀ ପ୍ରଭାବିତ ହୋଇଥିଲା ଜଗତସିଂହପୁର ଜିଲ୍ଲାର ଏରସମା ଓ ବାଲିକୁଦା ଅଞ୍ଚଳ । ଚାରିଆଡେ ପ୍ରଳୟର ପାଦ ଚିହ୍ନ ଛାଡିଯାଇଥିଲା ୧୯୯୯ ମସିହା ମହାବାତ୍ୟା ।

ଏହା ବି ପଢନ୍ତୁ- 1999 CYCLONE: ପୁରିଛି ୨୩ବର୍ଷ, ଆଜିବି ମହାବାତ୍ୟାର ମହାକ୍ଷତି ଅପୂରଣୀୟ

ଅକ୍ଟୋବର ୨୯ ତାରିଖରେ ଜଗତସିଂହପୁରର ମହାବାତ୍ୟା ଏରସମାରେ ସ୍ଥଳଭାଗ ଛୁଇଁଥିଲା । ସେହି ସମୟରେ ଘଣ୍ଟାପ୍ରତି ୨୮୦ରୁ ୩୦୦ କିଲୋମିଟର ବେଗରେ ପବନ ବହିଥିଲା । ସମୁଦ୍ରରୁ ପାଖାପାଖି ୩୦ ଫୁଟ ଉଚ୍ଚ ଜୁଆର ଉଠିଥିଲା । ନିମିଷକେ ମଧ୍ୟରେ ସବୁ କିଛି ଛାରଖାର ହୋଇଯାଇଥିଲା । କେହି କିଛି ଜାଣିବା ପୂର୍ବରୁ ଏରସମା ବ୍ଲକର ଜପା, ଦହିବର, ଟାଙ୍କଳ ଆଦି ଗ୍ରାମକୁ ମାଡି ଆସିଲା ପାଣି । କିଏ ବାପାକୁ ହରାଇଥିଲା ତ କିଏ ସ୍ବାମୀକୁ । ଘରର ମୁରବିକୁ ହରାଇ ହତବାକ୍‌ ହୋଇପଡିଥିଲା କେତେ ଯେ ପରିବାର । କେଉଁଠି ମା'ଥିଲେ ଛୁଆ ନଥିଲା, ଆଉ କେଉଁଠି କୋମଳମତୀ ଶିଶୁ ଆଗରେ ପଡ଼ିଥିଲା ପିତାମାତାଙ୍କ ମୃତଦେହ । ଘର ହୋଇଥିଲା ମୁରବି ଶୂନ୍ୟ । ଅନାଥ ହୋଇଥିଲେ ଅନେକ ଶିଶୁ ।

ରିପୋର୍ଟ ଅନୁସାରେ ବାତ୍ୟାରେ ପ୍ରାୟ ୧୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । ପଶୁପକ୍ଷୀଙ୍କ ମୃତ୍ୟୁର ହିସାବ ଆକଳନ ବାହାରେ ଥିଲା । ଅନ୍ଧାର ରାତି ଓ ଭୋକ ଉପାସରେ କେତେ ଯେ ରାତି କଟିଥିଲା ତାହା ମନେକାଇଲେ ଆଜି ବି ପ୍ରଭାବିତଙ୍କ ଦେହ ଶିହରି ଉଠେ । ପରିବାର ଲୋକ ଓ ଆତ୍ମୀୟଙ୍କୁ ହରାଇ ଆଜି ବି କାନ୍ଦୁଛନ୍ତି ପରିବାର ଲୋକ । ସେ ଦିନଟା ଏମିତି ଥିଲା ଯେ ସମସ୍ତେ ସୃଷ୍ଟିର ପ୍ରଳୟ ନିଶ୍ଚିତ ବୋଲି ମାନି ନେଇଥିଲେ । ଘରଦ୍ବାରା ହରାଇ ପାଖ ପଡ଼ୋଶୀଙ୍କ କୋଠାଘରକୁ ଦୌଡ଼ିଥିଲେ ଲୋକେ । ଆଉ ସେହି ସମୟରେ ଯେଉଁ ପଡ଼ୋଶୀ ପେଟକୁ ଦାନା ଓ ମୁଣ୍ଡ ଉପରେ ଛାତ ଦେଇଥିଲା, ସେ ପାଲଟିଥିଲା ଭଗବାନ । ଲୋକେ ପଡ଼ୋଶୀଙ୍କ ଏହି ଅବଦାନକୁ ଆଜି ବି ମନେ ରଖିଛନ୍ତି ।

ଏହା ବି ପଢନ୍ତୁ- ମହାବାତ୍ୟାକୁ ୨୩ ବର୍ଷ: ଏବେବି ମିଳିନି ସରକାରୀ ସହାୟତା, ବିପର୍ଯ୍ୟୟ ଦିବସ ପାଳୁଛି ପ୍ରଶାସନ

କ୍ଷଣିକେ କ୍ଷଣିକେ ଜୀବନ ଚାଲିଯିବାର ଭୟ ସମସ୍ତଙ୍କ ମନରେ ଲାଗି ରହିଥିଲା । ପବନ ଶବ୍ଦ ସମୁଦ୍ର ଗର୍ଜନ ଠାରୁ କୌଣସି ମତେ କମ ନଥିଲା । ରାତି ବଢିବା ସାଙ୍ଗକୁ ଭୟର ପାରା ମଧ୍ୟ ବଢୁଥିଲା । ସେହି ଛାତିଥରା ଦିନକୁ ଶବ୍ଦରେ ବୟାନ କରିବା ବହୁ କଷ୍ଟକର । ୟିଏ ଅଙ୍ଗେ ନିଭେଇଛି, ସେ ଜାଣିଛି କେମିତି ଥିଲା ସେ କାଳରାତି । ତେବେ ସେତେବେଳେ ଏପରି ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିନଥିଲା ଓଡ଼ିଶା । ହେଲେ ଏହି ବାତ୍ୟା ପରେ ଓଡ଼ିଶା ସରକାର ଚିହିଁକି ଉଠିଥିଲେ । ଚାରିଆଡ଼େ ବାତ୍ୟା ଆଶ୍ରୟସ୍ଥଳୀ ସାଙ୍ଗକୁ ଏ ନେଇ ଲୋକଙ୍କୁ ସଚେତନ କରାଗଲା ।

ଆଜି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶା ୧ ନମ୍ବର ରହିଛି । ବାତ୍ୟା ମୁକାବିଲା ନେଇ ରାଜ୍ୟ ସରକାର ଡିଜାଷ୍ଟାର ମ୍ୟାନେଜମେଣ୍ଟ ଆକ୍ଟ ମଧ୍ୟ ଆଣିଛନ୍ତି । ଆଗ ଭଳି ଆଉ ପ୍ରାଣହାନି ଘଟୁନାହିଁ । ପ୍ରାକୃତିକ ବିପର୍ଯ୍ୟୟ ଆସିଲେ ସରକାର ସବୁବେଳେ ଜିରୋ କାଜୁଆଲିଟି ଉପରେ ଗୁରୁତ୍ବ ଦେଇଆସୁଛନ୍ତି । କିନ୍ତୁ ଓଡ଼ିଶା ଉପକୂଳବର୍ତ୍ତୀ ରାଜ୍ୟ ହୋଇଥିବାରୁ ଭବିଷ୍ୟତରେ ଏପରି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବା ଲାଗି ପ୍ରଶାସନ ସାଙ୍ଗକୁ ଲୋକେ ସଜାଗ ଓ ସତର୍କ ହେବା ଉଚିତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.