ETV Bharat / state

ଏଣିକି ଭୁବନେଶ୍ବର ଜଗିବେ 2 ଡିସିପି

ଏଣିକି ରାଜଧାନୀ ଭୁବନଶ୍ବରରେ ଦାୟିତ୍ବ ସମ୍ଭାଳିବେ ଦୁଇ ଜଣ ଡ଼ିସିପି । ଗଠନ ହେବ ତିନି ନୂଆ ଥାନା । ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ପୋଲିସ କମିଶନର ସତ୍ଯଜିତ ମହାନ୍ତି ।

author img

By

Published : Jul 19, 2019, 6:42 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଜଣକ ବଦଳରେ ରାଜଧାନୀରେ ରହିବେ ୨ଜଣ ଡିସିପି । ସହରରେ ଜନସଂଖ୍ୟା ବୃଦ୍ଧି ଯୋଗୁଁ ପୋଲିସ ଜିଲ୍ଲାକୁ ଦୁଇ ଭାଗ କରାଯିବ ନେଇ ସୂଚନା ଦେଇଛନ୍ତି କମିଶନର ସତ୍ୟଜିତ ମହାନ୍ତି ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ରାଜଧାନୀରେ ଜନସଂଖ୍ଯା ବୃଦ୍ଧି ସହ ଗାଡି, ଅପରାଧ ମଧ୍ୟ ବଢ଼ିବାରେ ଲାଗିଛି । ସହରକୁ ଅପରାଧ ମୁକ୍ତ କରିବାକୁ ଏପରି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି କମିଶନର । ଏଥିସହିତ ସହରରେ 3ଟି ନୂଆ ଥାନା ଗଠନ ପାଇଁ ଡ଼ିଜିପିଙ୍କୁ ପ୍ରସ୍ତାବ ମଧ୍ୟ ସେ ଦେଇଛନ୍ତି । ସହିଦ ନଗର, ଖଣ୍ଡଗିରି ଓ ମାନେଶ୍ୱର ଥାନାକୁ ବିଭକ୍ତ କରାଯିବ । ସେହିପରି ରାଜଧାନୀକୁ ଦୁଇଟି ୟୁପିଡ଼ିରେ ବିଭକ୍ତ କରାଯିବ । ଯଥା ଉତ୍ତର ଜୋନ ଏବଂ ଅନ୍ଯଟି ଦକ୍ଷିଣ ଜୋନ୍ ।

ଗୋଟିଏ ଜୋନ ଅଧିନରେ 11ଟି ଲେଖାଏଁ ଥାନା ରହିବ । ତେବେ ଉତ୍ତର ଜୋନରେ ଚନ୍ଦ୍ରଶେଖରପୁର ଥାନା, ଚନ୍ଦକା ଥାନା, ଖଣ୍ଡଗିରି ଥାନା, ନାୟପାଲି ଥାନା ଇନଫୋସିଟି ଥାନା ଇତ୍ୟାଦି ରହିବ । ସେହିପରି ଦକ୍ଷିଣ ଜୋନରେ ସହିଦନଗର, ବାଲିଅନ୍ତା, ଧଉଳି, କ୍ୟାପିଟାଲ ଓ ଲକ୍ଷ୍ମୀସାଗର ଥାନା ରହିବ । ଏହା ଦ୍ୱାରା ସହରରେ ମୁଖ୍ୟତଃ ଅପରାଧ ନିୟନ୍ତ୍ରଣ ହେବା ସହ କ୍ରାଇମ୍ ଉପରେ ବିଶେଷ ଧ୍ୟାନ ଦିଆଯାଇ ପାରିବ ବୋଲି କମିଶନର ସତ୍ଯଜିତ ମହାନ୍ତି କହିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.