ETV Bharat / state

Jail DG Retired: ଅବସର ନେଲେ ଜେଲ ଡିଜି ମନୋଜ ଛାବ୍ରା, ରଣଜି ଖେଳାଳିରୁ IPS ଅଫିସର - ରଣଜି ଖେଳାଳିରୁ IPS ଅଫିସର

୧୯୮୮ ବ୍ୟାଚର ଏହି ଅଫିସର ଓଡିଶା ସରକାରଙ୍କ ପୋଲିସ ବିଭାଗରେ ବହୁ ଗୁରୁତ୍ବପୂର୍ଣ୍ଣ ପଦବୀରେ କାମ କରିଛନ୍ତି। ଜେଲ ଡିଜି ଭାବେ ଦାୟିତ୍ବ ନେବା ପରେ କଏଦିଙ୍କ ଗୋଡ଼ରେ ଜିପିଏସ ଲଗାଇବା ଭଳି ପ୍ରସ୍ତାବ ପାଇଁ ସେ ରାଜ୍ୟ ତଥା ଦେଶ ସ୍ତରରେ ଚର୍ଚ୍ଚାକୁ ଆସିଥିଲେ। ଏପରିକି ପୋଲିସ ବିଭାଗରେ ମେଣ୍ଟାଲ ହେଲଥ ନେଇ ତାଙ୍କର ଗବେଷଣା ବେଶ ଉଚ୍ଚକୋଟୀର ଥିଲା । ତାଙ୍କ କାର୍ଯକାଳର ଆଜି ଥିଲା ଶେଷ ଦିନ। ଅଧିକ ପଢନ୍ତୁ

Jail DG Retires: ଅବସର ନେଲେ ଜେଲ ଡିଜି ମନୋଜ ଛାବ୍ରା, ରଣଜି ଖେଳାଳିରୁ IPS ଅଫିସର

author img

By ETV Bharat Odisha Team

Published : Oct 31, 2023, 8:32 PM IST

ଭୁବନେଶ୍ବର: ଦୀର୍ଘ ୩୭ ବର୍ଷ ଭାରତୀୟ ପୋଲିସ ସେବାରେ କାର୍ଯ୍ୟ କରିବା ପରେ ଅବସର ନେଇଛନ୍ତି ଆପିଏସ ଅଫିସର ମନୋଜ ଛାବ୍ରା। ୧୯୮୮ ବ୍ୟାଚର ଓଡିଶା କ୍ୟାଡର ଆପିଏସ ଅଫିସର ଅବସର ସମୟରେ ଜେଲ ଡିଜି ଭାବେ କାର୍ଯ୍ୟରୁ ନେଇଛନ୍ତି ନିବୃତି । ଜେଲ ଡିଜି ସମୟରେ ସଂସ୍କାରମୂଳକ ପଦକ୍ଷେପ ନେଇ ଚର୍ଚ୍ଚାରେ ଥିଲେ ମନୋଜ କୁମାର ଛାବ୍ରା। ଯେକି ଜଣେ ଯୁବ ବୟସରେ ରଣଜୀ ଖେଳାଳିରୁ ଆଇପିଏସ ଭାବେ ପରିଚିତ ଥିଲେ।

Jail DG Retires: ଅବସର ନେଲେ ଜେଲ ଡିଜି ମନୋଜ ଛାବ୍ରା, ରଣଜି ଖେଳାଳିରୁ IPS ଅଫିସର
Jail DG Retires: ଅବସର ନେଲେ ଜେଲ ଡିଜି ମନୋଜ ଛାବ୍ରା, ରଣଜି ଖେଳାଳିରୁ IPS ଅଫିସର

୧୯୮୮ ବ୍ୟାଚର ଏହି ଅଫିସର ଓଡିଶା ସରକାରଙ୍କ ପୋଲିସ ବିଭାଗର‌େ ବହୁ ଗୁରୁତ୍ବପୂର୍ଣ୍ଣ ପଦବୀରେ କାମ କରିଛନ୍ତି। ଜେଲ ଡିଜି ଭାବେ ଦାୟିତ୍ବ ନେବା ପରେ କଏଦିଙ୍କ ଗୋଡ଼ରେ ଜିପିଏସ ଲଗାଇବା ଭଳି ପ୍ରସ୍ତାବ ପାଇଁ ସେ ରାଜ୍ୟ ତଥା ଦେଶ ସ୍ତରରେ ଚର୍ଚ୍ଚାକୁ ଆସିଥିଲେ। ଏପରିକି ପୋଲିସ ବିଭାଗରେ ମେଣ୍ଟାଲ ହେଲଥ ନେଇ ତାଙ୍କର ଗବେଷଣା ବେଶ ଉଚ୍ଚ କୋଟୀର ଥିଲା। ତାଙ୍କ କାର୍ଯ୍ୟକାଳର ଆଜି ଥିଲା ଶେଷ ଦିନ। ଏହି ଅବସରରେ ତାଙ୍କୁ ଅନେକ ବରିଷ୍ଠ ଆଇପିଏସ ଅଫିସର ଭେଟି ସମ୍ବର୍ଦ୍ଧନା ଦେବା ସହ ତାଙ୍କର ପୋଲିସ ବିଭାଗ ପାଇଁ ଥିବା ଗୁରୁଦାୟିତ୍ଵର ତାରିଫ କରିଛନ୍ତି। ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଅତିରିକ୍ତ କମିସନର ଉମାଶଙ୍କର ଦାସ, ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା ଭୁବନେଶ୍ବର ଡିସିପି ପ୍ରମୁଖ ତାଙ୍କ କାର୍ଯାଳୟରେ ଭେଟି ତାଙ୍କୁ ସମ୍ବର୍ଦ୍ଧନା ଜଣାଇଛନ୍ତି। ତାଙ୍କର ପୋଲିସ କାର୍ଯ୍ୟକାଳ ସମୟରେ ସେ ଅନେକ ବିଭାଗରେ କାମ କରିଛନ୍ତି‌। ପୋଲିସ ହାଉସିଂ କର୍ପୋରେସନ ଠାରୁ ଆରମ୍ଭ କରି ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ,ଅସ୍ତ୍ରଶସ୍ତ୍ର କାରାଗାର ନିର୍ଦ୍ଦେଶାଳୟ ସମେତ ଜେଲ ଓ କଏଦୀ ନିର୍ଦ୍ଦେଶାଳୟ ସହ ବିଏସଏଫ ଭଳି ନକ୍ସଲ ଦମନ କ୍ଷେତ୍ରରେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିଭାଇଛନ୍ତି।

ଅଧିକ ପଢନ୍ତୁ- IPS Reshuffle in Odisha: ଦଣ୍ଡ ନା ଉପହାର ? ଟ୍ଵିନସିଟି ଅତିରିକ୍ତ କମିଶନର ହେଲେ ବ୍ରିଜେଶ ରାଏ

ଏନେଇ ଆଇପିଏସ ଛାବ୍ରା କହିଛନ୍ତି, ‘‘ସରକାର ତାଙ୍କୁ ଯେଉଁ ବିଭାଗର‌ ଦାୟିତ୍ବ ଦେଇଛନ୍ତି ସେ ତାକୁ ଅତି ଗୁରୁତ୍ବପୂର୍ଣ୍ଣ ଭାବେ ତୁଲାଇଛନ୍ତି।’’ ଜେଲ ଓ କଏଦୀ କାରଗାର‌ ନିର୍ଦ୍ଦେଶାଳୟରେ ଡିଜି ରହିବା ସମୟରେ ତାଙ୍କର ଦେଢ ବର୍ଷ କାର୍ଯକାଳ ତାଙ୍କ ପାଇଁ ଅନେକ ଗୁରୁ ଦାୟିତ୍ବ ଆଣିଥିଲା। ସେହି ସମୟରେ ସେ କଏଦୀ ଓ ଜେଲ ସଂସ୍କାରରରେ ଅନେକ ଗୁରୁ ଦାୟିତ୍ବ ନେଇ ରାଜ୍ୟ ତଥା ଦେଶ ସ୍ତରରେ ଚର୍ଚ୍ଚାକୁ ଆସିଥିଲେ। ସେ ଥିବା ସମୟରେ ଝାରପଡ଼ା ଜେଲରେ ନୂତନ କୋଠାର ପ୍ରକଳ୍ପ ଓ ଜେଲ ଆଧୁନୀକିରଣ କ୍ଷେତ୍ରରେ ଅନେକ ସଫଳତା ମୂଳକ ପଦକ୍ଷେପ ନେଇଛନ୍ତି। ଜେଲ ପରିସରରେ କମ୍ୟୁନିଟି ରେଡିଓ ଜରିଆରେ କଏଦୀଙ୍କୁ ସୁଧାରିବା, ଜେଲ ଭିତରେ ଅଧିକ କ୍ଷମତା ନରଖି ଅପରାଧୀଙ୍କୁ ଜିପିଏସ ଜରିଆରେ ଟ୍ରାକ କରିବା ଭଳି ପଦକ୍ଷେପ ପାଇଁ ପ୍ରସ୍ତାବ ଦେଇଥିଲେ । ପ୍ରିଜନ ମର୍ଡନାଇଜେସନ ଜରିଆରେ ଜେଲ ଭିତରେ ନର୍ସିଂ ଟ୍ରେନିଂ ,ପ୍ଲମ୍ବି, ଭଳି ଅନେକ ଧନ୍ଦା ମୂଳକ ଶିକ୍ଷା ଦେଇ ମୁଖ୍ୟସ୍ରୋତରେ ସାମିଲ କରିବା ଭଳି ୭ଟି ଜେଲରେ ପଦକ୍ଷେପ ଅନେକ ତାଙ୍କୁ ପ୍ରଂଶସା କରିଛନ୍ତି। ବିଏସଏଫରେ ଥିବା ବେଳେ ପୋଲିସର‌ ଚାପ ମ୍ୟାନେଜମେଣ୍ଟ ଓ ମେଣ୍ଟାଲ ହେଲଥ ଉପରେ ଅନେକ ଗବେଷଣା ସହ ସେ ଦିଗରେ‌ ପରିବର୍ତ୍ତନ ଆଦି କରିବା ତାଙ୍କ ପାଇଁ ଏକ ସଫଳତା ଆଣିଦେଇଥିଲା । ପୋଲିସ ହାଉସିଂ ବୋର୍ଡରେ ଥିବା ସମୟରେ ପୋଲିସ ବିଲ୍ଡିଂ ନିର୍ମାଣ ସହ ସିସିଟିଭି ଇନଷ୍ଟଲେସନ ଭଳି ପଦକ୍ଷେପ ତାଙ୍କ ସମୟରେ ନିଆଯାଇଥିଲା।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.