ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ହସ୍ପିଟାଲ କ୍ୟାମ୍ପସ କାଜୁ ଜଙ୍ଗଲରେ ହାତୀପଲଙ୍କ ଉତ୍ପାତ । ଗତକାଲି ବିଳମ୍ବିତ ରାତିରେ 18 ଟିକିଆ ହାତୀ ପଲ ମେଡିକାଲର ପାଚେରୀ ଭାଙ୍ଗି ପଶିଛନ୍ତି । ହାତୀ ଘଉଡେଇବା ପାଇଁ ଘଟଣାସ୍ଥଳରେ 20 ଜଣିଆ ଟିମ ହାତୀ ପଲକୁ ଜଗିରହିଛନ୍ତି ।
ସେହିପରି ବର୍ତ୍ତମାନ ହାତୀ ଥିବା କାଜୁ ଜଙ୍ଗଲ ଉପରେ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ଲାଇନ ଯାଇଥିବାରୁ ଅଘଟଣ ଆଶଙ୍କା କରି ବିଦ୍ୟୁତ ବିଭାଗର ଟିମ ମଧ୍ୟ ଉପସ୍ଥିତ ରହିଛନ୍ତି । ସେହିଭଳି ପୂର୍ବରୁ ମଧ୍ୟ ମେଡିକାଲ ଭିତରେ ଦୁଇଟି ହାତୀ ପଶି ପାଚେରୀ ଭାଙ୍ଗିଥିବା ନଜିର ରହିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ