ETV Bharat / state

INDIA Meeting in Bhubaneswar: ବିଜେପି-ବିଜେଡି ବିରୋଧରେ ଏକାଠି ହେଲେ ୧୭ଦଳ

author img

By

Published : Aug 11, 2023, 10:12 PM IST

ଓଡ଼ିଶାରେ ବିଜେଡି ଓ କେନ୍ଦ୍ରରେ ବିଜେପି ସରକାର ବିରୋଧରେ ଓଡ଼ିଶାରୁ ଯୁଦ୍ଧଂଦେହୀ ଡାକରା ଦେଲା ବିରୋଧୀ ମେଣ୍ଟ ଇଣ୍ଡିଆ । କଂଗ୍ରେସ ନେତୃତ୍ବରେ ଏକାଠି ହେଲେ ୧୭ ବିରୋଧୀ ଦଳ । ଅଧିକ ପଢ଼ନ୍ତୁ

ବିଜେପି-ବିଜେଡି ବିରୋଧରେ ଏକାଠି ହେଲେ ୧୭ ଦଳ
INDIA Meeting in Bhubaneswar

INDIA Meeting in Bhubaneswar

ଭୁବନେଶ୍ବର: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ଓଡ଼ିଶାରୁ ଯୁଦ୍ଧଂଦେହୀ ଡାକରା ଦେଲା ବିଜେପି ଓ ବିଜେଡି ବିରୋଧୀ ମେଣ୍ଟ ଇଣ୍ଡିଆ । ଆଜି ଏହି ବିରୋଧୀ ମେଣ୍ଟ ଇଣ୍ଡିଆର ଓଡ଼ିଶା ମିଳିତ ବିରୋଧୀ ଦଳ ଏକତାର ରାଜନୈତିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ୧୭ଟି ବିରୋଧୀ ରାଜନୈତିକ ଦଳକୁ ନେଇ ଅନୁଷ୍ଠିତ ହୋଇଛି ଏହି ସମ୍ମିଳନୀ । ଓଡ଼ିଶାକୁ ସର୍ବଶ୍ରେଷ୍ଠ ରାଜ୍ୟ କରିବା ପାଇଁ ଗାଁ ଗାଁରେ ଜୋରଦାର ଆନ୍ଦୋଳନ କରିବା ପାଇଁ ଏହି ସମ୍ମିଳନୀରେ ନିଷ୍ପତ୍ତି ହୋଇଛି ।

'ମୋଦି ହଟାଅ ଦେଶ ବଞ୍ଚାଅ, ନବୀନ ହଟାଅ ଓଡ଼ିଶା ବଞ୍ଚାଅ' ନାରା ଦେଇ ବିରୋଧୀ ଦଳ ଆଗକୁ ବଢିବ । ଆସନ୍ତା ଅଗଷ୍ଟ ୨୫ ତାରିଖରୁ ବେରୋଜଗାରୀ, ସାମାଜିକ ନ୍ୟାୟ, ବେକାରୀ ସମସ୍ୟା, ଦରଦାମ ବୃଦ୍ଧି ଭଳି ପ୍ରମୁଖ ମୁଦ୍ଦାକୁ ନେଇ ଜନସାଧାରଣଙ୍କ ପାଖକୁ ଯିବ ବିରୋଧୀ ମେଣ୍ଟ ଇଣ୍ଡିଆ । ମୋଦି ଏବଂ ନବୀନ ସରକାର ବିରୋଧରେ ଲଢେଇ କରିବା ପାଇଁ ବିରୋଧୀ ଏକାଠି ହୋଇଥିବାରୁ ଉଭୟ ସରକାର ଭୟଭୀତ ହୋଇଥିବା ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ।

ସେ କହିଛନ୍ତି, "ଲୋକସଭାରେ ପ୍ରଧାନମନ୍ତ୍ରୀ ମଣିପୁର କେବେ ଯିବେ ତାରିଖ ଘୋଷଣା କରିପାରିଲେନାହିଁ । ଓଡ଼ିଶା ସମ୍ବନ୍ଧରେ ଭୁଲ ତଥ୍ୟ ଦେଲେ । ଏହାକୁ ସମସ୍ତ ବିରୋଧୀ ଦଳ ନିନ୍ଦା କରୁଛୁ । ପ୍ରଧାନମନ୍ତ୍ରୀଙ୍କ ମନମୁତାବକ ଇଲେକ୍ସନ କମିଶନ ନିଯୁକ୍ତି ବିଲକୁ ମଧ୍ୟ ନିନ୍ଦା କରୁଛୁ । ଦେଶର ଆତ୍ମା ହେଉଛି ସମ୍ବିଧାନ । ଗଣତନ୍ତ୍ର ନାଁରେ ମୋଦି ସରକାରଙ୍କ ଅନ୍ୟାୟ ଚଳିବ ନାହିଁ । ନବୀନ ସରକାର ପୂର୍ବରୁ ବିଲ ଗୁଡିକୁ ସିଧାସଳଖ ସମର୍ଥନ କରୁନଥିଲେ । କିନ୍ତୁ ଏବେ ସିଧାସଳଖ ସମର୍ଥନ କରୁଛନ୍ତି । ବିଜେଡି ଏବଂ ବିଜେପିକୁ ଓଡ଼ିଶା ମାଟିରୁ ବରଖାସ୍ତ କରିବା ପାଇଁ ଆମେ ୧୭ଟି ଦଳ ଏକ ହୋଇଛୁ ।"

ଏହା ମଧ୍ୟ ପଢ଼ନ୍ତୁ...Opposition Unity: ଭୁବନେଶ୍ବରରେ ଏକାଠି ହେଲେ ୧୭ ରାଜନୈତିକ ଦଳ

ସେହିଭଳି ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି, "ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ମେଣ୍ଟରେ ଥିବା ୩୮ ଦଳ ଗୁଡ଼ିକ ମଧ୍ୟରୁ କେବଳ ବିଜେପିକୁ ଛାଡ଼ିଦେଲେ ଅନ୍ୟ ଦଳ ଗୁଡ଼ିକର ସ୍ଥିତି ନାହିଁ । ସେମାନଙ୍କର ଜନାଧାର ନାହିଁ । ହେଲେ ଇଣ୍ଡିଆ ମେଣ୍ଟର ସମସ୍ତ ଦଳର ଜନାଧାର ରହିଛି । ତେଣୁ ଆସନ୍ତା ନିର୍ବାଚନରେ ବିଜେପିର ସ୍ଥିତି ସମସ୍ତଙ୍କୁ ଜଳଜଳ ଦେଖାଗଲାଣି । ସେଥିପାଇଁ ଜାତି, ଧର୍ମ, ସମ୍ପ୍ରଦାୟ ମଧ୍ୟରେ ସେମାନେ ଦଙ୍ଗା ଭିଆଉଛନ୍ତି ।" ମଣିପୁର ଓ ହରିୟାଣାରେ ହେଉଥିବା ହିଂସା ବିଜେପି ଏବଂ ଏନ୍‌ଡିଏର ହତାଶାର ପ୍ରତିଫଳନ ବୋଲି କହିଛନ୍ତି ପ୍ରସାଦ ହରିଚନ୍ଦନ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.