ଖୋର୍ଦ୍ଧା: ସର୍ବାଧିକ କୋରୋନା ସଂକ୍ରମଣରେ ଦେଶ ଏବେ ପଞ୍ଚମ ସ୍ଥାନରେ । ପ୍ରବାସୀଙ୍କ ଫେରିବା ପରେ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହା ସରକାରଙ୍କ ମୁଣ୍ଡବ୍ୟଥାର କାରଣ ପାଲିଟିଛି । ଏପଟେ ଖୋର୍ଦ୍ଧା ସବଡିଭିଜନରେ ପୁଣି ମଙ୍ଗଳବାର 14 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ବୋଲଗଡ ବ୍ଲକରୁ 7, ବେଗୁନିଆ ବ୍ଲକ 4 ଏବଂ ବାଲୁଗାଁରୁ 3ଜଣ ଚିହ୍ନଟ ହୋଇଛନ୍ତି ।
ସମସ୍ତ ଆକ୍ରାନ୍ତ ସଙ୍ଗରୋଧ କେନ୍ଦ୍ରରେ ରହୁଥିଲେ । ଏବେ ସମସ୍ତଙ୍କୁ ଭୁବନେଶ୍ବର ସ୍ଥିତ କୋଭିଡ ମେଡିକାଲକୁ ପଠାଇ ଦିଆଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ