ETV Bharat / state

ରମାଦେବୀ ବିଶ୍ବବିଦ୍ୟାଳୟର ପାଚେରୀ ପୁନଃ ନିର୍ମାଣ ପାଇଁ 14 ଲକ୍ଷ, ଫାଟକ ନିର୍ମାଣରେ ବ୍ୟୟ ୯୩ ଲକ୍ଷ - ଲ୍ୟାଣ୍ଡସ୍କେପ ବିକାଶ

ରମାଦେବୀ ବିଶ୍ବବିଦ୍ୟାଳୟ ଦୁଇଟି ନବନିର୍ମିତ ଫାଟକ ପାଇଁ ୯୩ ଲକ୍ଷ ୧୦ ହଜାର ୮୦୦ ଟଙ୍କା ଅନୁମୋଦନ । ଅଧିକ ପଢନ୍ତୁ

Ramadevi University
Ramadevi University
author img

By

Published : Jun 17, 2023, 9:56 AM IST

ଭୁବନେଶ୍ବର: ରମାଦେବୀ ବିଶ୍ବବିଦ୍ୟାଳୟର ଭୁଶୁଡ଼ି ପଡ଼ିଥିବା ପାଚେରୀ ପୁନଃ ନିର୍ମାଣ ପାଇଁ ୧୩ ଲକ୍ଷ ୮୮ ହଜାର ୨୦୦ ଟଙ୍କା ମଞ୍ଜୁର । ସେହିପରି ବିଶ୍ବବିଦ୍ୟାଳୟ ଦୁଇଟି ନବନିର୍ମିତ ଫାଟକ ପାଇଁ ୯୩ ଲକ୍ଷ ୧୦ ହଜାର ୮୦୦ ଟଙ୍କା ଅନୁମୋଦନ କରାଯାଇଛି । ତେବେ ପୂର୍ବରୁ ୫୫ ଲକ୍ଷ ୧୪ ହଜାର ୧୦୨ ଟଙ୍କା ମଞ୍ଜୁର ହୋଇଥିବା ବେଳେ ଏବେ ୩୭ ଲକ୍ଷ ୯୬ ହଜାର ୩୯୮ ଟଙ୍କା ବିଶ୍ବବିଦ୍ୟାଳୟକୁ ପ୍ରଦାନ କରାଯାଇଛି ।

ଓଏଫଡିସି ନିୟମ ଅନୁସାରେ, ଲ୍ୟାଣ୍ଡସ୍କେପ ବିକାଶ ବାବଦରେ ୨ କୋଟି ୯୫ ଲକ୍ଷ ୨୦ ହଜାର ୧୮୯ ଟଙ୍କାରୁ ପ୍ରଥମ କିସ୍ତିରେ ୧ କୋଟି ୫୦ ଲକ୍ଷ ଏବଂ ଦ୍ବିତୀୟ କିସ୍ତିରେ ୭୨ ଲକ୍ଷ ୬୦ ହଜାର ମଞ୍ଜୁର ହୋଇଥିଲା । ଏବେ ଶେଷ କିସ୍ତି ବାବଦକୁ ୭୨ ଲକ୍ଷ ୬୦ ହଜାର ୧୮୯ ଟଙ୍କା ମଞ୍ଜୁର ହୋଇଛି । ପ୍ରକଳ୍ପ ଗୁଡ଼ିକ ପାଇଁ ମଞ୍ଜୁର ହୋଇଥିବା ଅନୁଦାନର ବିନିଯୋଗ ପ୍ରମାଣପତ୍ର ଆସନ୍ତା ଡିସେମ୍ବର ୩୧ ସୁଦ୍ଧା ଦାଖଲ କଲେ ତାହା ପରବର୍ତ୍ତୀ ପାଣ୍ଠି ମଞ୍ଜୁର କରାଯିବ ବୋଲି ଜଣାପଡ଼ିଛି ।

ଅନ୍ୟପଟେ ଚଳିତ ଆର୍ଥିକ ବର୍ଷ ୨୦୨୩-୨୪ରେ ଭିତ୍ତିଭୂମି ବିକାଶ ବାବଦରେ ବିଭିନ୍ନ ପ୍ରକଳ୍ପ ପାଇଁ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟକୁ ୧ କୋଟି ୨୪ ଲକ୍ଷ ୪୪ ହଜାର ୭୮୭ ଟଙ୍କା ମଞ୍ଜୁର କରାଯାଇଛି । ଯାହା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ଅର୍ଥ ମଞ୍ଜୁର ହୋଇଥିଲା । ବିଶ୍ବବିଦ୍ୟାଳୟ ଦୁଇଟି ନବନିର୍ମିତ ଫାଟକ ପାଇଁ ୯୩ ଲକ୍ଷ ୧୦ ହଜାର ୮୦୦ ଟଙ୍କା ଅନୁମୋଦନ କରାଯାଇଛି । ପୂର୍ବରୁ ୫୫ ଲକ୍ଷ ୧୪ ହଜାର ୧୦୨ ଟଙ୍କା ମଞ୍ଜୁର ହୋଇଥିବାବେଳେ ଏବେ ୩୭ ଲକ୍ଷ ୯୬ ହଜାର ୩୯୮ ଟଙ୍କା ବିଶ୍ବବିଦ୍ୟାଳୟକୁ ପ୍ରଦାନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ - ମହିମା ପୀଠର ହେବ ସମ୍ପୂର୍ଣ୍ଣ ରୁପାନ୍ତରଣ; ମହିମା ସାଧୁ ଓ ଶ୍ରଦ୍ଧାଳୁଙ୍କ ମନରେ ଆନନ୍ଦର ଲହରୀ

ପ୍ରକାଶ ଥାଉକି, ନିମ୍ନମାନର କାମ ଯୋଗୁଁ ମାତ୍ର ୨ ମାସ ବି ତିଷ୍ଠିଲାନି ପାଚେରୀ । ନିର୍ମାଣ ହେବାର ଦୁଇ ମାସ ପରେ ଭାଙ୍ଗିଥିଲା ପାଚେରୀ । ତେବେ ରୂପାଲି ଛକ ପାର୍ଶ୍ବରେ ତିଆରି ହୋଇଥିବା ୧୦୦ ଫୁଟ୍ ଲମ୍ବା ନୂଆ ପାଚେରୀ ହେଲେ ୨ ମାସ ନ ପୁରୁଣୁ ଏବେ ପାଚେରୀ ମାଟିରେ ମିଶି ଯାଇଥିଲା । ରାଷ୍ଟ୍ରପତି ରମାଦେବୀ ବିଶ୍ଵବିଦ୍ୟାଳୟକୁ ଆସିବା ପୂର୍ବରୁ ବିଶ୍ଵବିଦ୍ୟାଳୟର ପାଚେରୀ ଏବଂ ଦୁଇଟି ମୁଖ୍ୟ ଗେଟକୁ ନିର୍ମାଣ କରାଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.