ETV Bharat / state

ଖୋର୍ଦ୍ଧାରେ କଡାକଡି ସହ ପାଳନ ହେବ 14 ଦିନିଆ ଲକଡାଉନ

author img

By

Published : Jul 17, 2020, 5:58 PM IST

ଆଜି ରାତି 9ଟାରୁ 14 ଦିନ ପାଇଁ ଖୋର୍ଦ୍ଧା ଜିଲ୍ଲାରେ ଲାଗୁ ହେବ ଲକଡାଉନ । କୋରୋନା ସଂକ୍ରମଣରେ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଥିବା ବେଳେ ଜିଲ୍ଲାପାଳ ଲୋକଙ୍କୁ ସଚେତନ କରିବା ସହ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବାକୁ କହିଛନ୍ତି । ଅଧିକ ପଢନ୍ତୁ...

14-day lockdown will be strictly observed in Khordha
ଖୋର୍ଦ୍ଧାରେ କଡାକଡି ସହ ପାଳନ ହେବ 14 ଦିନିଆ ଲକଡାଉନ

ଖୋର୍ଦ୍ଧା: ଆଜି ରାତି 9ଟାରୁ 14 ଦିନ ପାଇଁ ଖୋର୍ଦ୍ଧା ଜିଲ୍ଲାରେ ଲାଗୁ ହେବ ଲକଡାଉନ । କୋରୋନା ସଂକ୍ରମଣରେ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ଏହି ଅବସରରେ ଶୁକ୍ରବାର ଜିଲ୍ଲାପାଳ ଲୋକଙ୍କୁ ସଚେତନ କରିବା ସହ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବାକୁ କହିଛନ୍ତି ।

ସେହିପରି ଶନିବାରଠୁ ଜିଲ୍ଲାରେ ଅତ୍ୟାବଶ୍ୟକ ଦୋକାନ କେବଳ ସକାଳ 6ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଖୋଲା ରହିବ । ସରକାରଙ୍କ ଏହି ନିର୍ଦ୍ଦେଶକୁ କଡାକଡି ପାଳନ କରିବା ପାଇଁ ବ୍ଲକ ସ୍ତରରେ ତହସିଲଦାରଙ୍କ ନେତୃତ୍ବରେ ଏକ ଟିମ ଗଢାଯାଇଥିବା କହିଛନ୍ତି ଜିଲ୍ଲାପାଳ । ବିନା କାମରେ ଘରୁ ବାହାରିଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସ ସଜାଗ ରହିଥିବା କହିଛନ୍ତି ଖୋର୍ଦ୍ଧା ଏସପି ।

ସେହିପରି ସପ୍ତାହନ୍ତ ସଟଡାଉନ ବଦଳରେ ଲକଡାଉନ ନିୟମ କଡାକଡି ପାଳନ ହେବ । ଜିଲ୍ଲାର ସମସ୍ତ କାର୍ଯ୍ୟାଳୟରେ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା କରାଯାଇଛି । ଜିଲ୍ଲାପାଳଙ୍କୁ ଅଭିଯୋଗ ଜଣାଇବାକୁ ଇମେଲ ଓ ହ୍ବାଟସଆପ ନମ୍ବର ଜାରି କରାଯାଇଛି । ଅତି ଜରୁରୀ କାମରେ ଆସୁଥିବା ଲୋକଙ୍କୁ ସ୍କ୍ରିନିଂ କରାଯାଇ ଭିତରକୁ ପ୍ରବେଶ କରାଯାଉଥିବା ଜଣାପଡିଛି ।

ପ୍ରକାଶ ଥାଉ କି, ଶୁକ୍ରବାର ଜିଲ୍ଲାରେ 150 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହ ଜିଲ୍ଲାରେ ମୋଟ ପଜିଟିଭ ସଂଖ୍ୟା 1,594ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା 1000 ଜଣ ସୁସ୍ଥ ହୋଇଥିବା ବେଳେ 13 ଜଣଙ୍କ ମୃତ୍ୟୁ ହୋଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.