ଭୁବନେଶ୍ବର: ଚଳିତ ବର୍ଷର ପ୍ରଥମ ରୋଜଗାର ମେଳାରେ ଆଜି କେନ୍ଦ୍ର ସରକାର 71 ହଜାର ଯୁବବଯୁବତୀଙ୍କୁ ନିଯୁକ୍ତି ଦେଇଛନ୍ତି । ଏଥିରୁ ଓଡିଶାର 128 ଜଣ ରହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଭିଡିଓ କନଫରେନ୍ସିଂ ଯୋଗେ ସାମିଲ ହୋଇ ନିଯୁକ୍ତିଦାତାଙ୍କୁ ନିଯୁକ୍ତି ପତ୍ର ବାଣ୍ଚିଥିଲେ । ଭୁବନେଶ୍ବରରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହି 128 ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ।
-
ଭୁବନେଶ୍ୱର ସ୍ଥିତ @csirimmt ଠାରେ #RozgarMela ଅବସରରେ ଭାରତ ସରକାରଙ୍କ ବିଭିନ୍ନ ବିଭାଗରେ 128 ଜଣ ନବନିଯୁକ୍ତ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ବିତରଣ କରି ମୁଁ ଆନନ୍ଦିତ । ନିଯୁକ୍ତି ପାଇ ନୂତନ ଜନ ସେବକ ହେବା ପାଇଁ ପ୍ରସ୍ତୁତ ଯୁବବର୍ଗଙ୍କୁ ସ୍ୱାଗତ ଓ ଅଭିନନ୍ଦନ ଜଣାଉଛି । pic.twitter.com/K8RQFCE5DU
— Dharmendra Pradhan (@dpradhanbjp) January 20, 2023 " class="align-text-top noRightClick twitterSection" data="
">ଭୁବନେଶ୍ୱର ସ୍ଥିତ @csirimmt ଠାରେ #RozgarMela ଅବସରରେ ଭାରତ ସରକାରଙ୍କ ବିଭିନ୍ନ ବିଭାଗରେ 128 ଜଣ ନବନିଯୁକ୍ତ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ବିତରଣ କରି ମୁଁ ଆନନ୍ଦିତ । ନିଯୁକ୍ତି ପାଇ ନୂତନ ଜନ ସେବକ ହେବା ପାଇଁ ପ୍ରସ୍ତୁତ ଯୁବବର୍ଗଙ୍କୁ ସ୍ୱାଗତ ଓ ଅଭିନନ୍ଦନ ଜଣାଉଛି । pic.twitter.com/K8RQFCE5DU
— Dharmendra Pradhan (@dpradhanbjp) January 20, 2023ଭୁବନେଶ୍ୱର ସ୍ଥିତ @csirimmt ଠାରେ #RozgarMela ଅବସରରେ ଭାରତ ସରକାରଙ୍କ ବିଭିନ୍ନ ବିଭାଗରେ 128 ଜଣ ନବନିଯୁକ୍ତ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ବିତରଣ କରି ମୁଁ ଆନନ୍ଦିତ । ନିଯୁକ୍ତି ପାଇ ନୂତନ ଜନ ସେବକ ହେବା ପାଇଁ ପ୍ରସ୍ତୁତ ଯୁବବର୍ଗଙ୍କୁ ସ୍ୱାଗତ ଓ ଅଭିନନ୍ଦନ ଜଣାଉଛି । pic.twitter.com/K8RQFCE5DU
— Dharmendra Pradhan (@dpradhanbjp) January 20, 2023
ନବନିଯୁକ୍ତ କର୍ମଚାରୀମାନେ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗରେ ବିଭିନ୍ନ ପଦରେ କାମ କରିବେ । ଯେଉଁଥିରେ ରହିଛନ୍ତି କନିଷ୍ଠ ଯନ୍ତ୍ରୀ, ଲୋକୋ ପାଇଲଟ, ଟେକନିସିଆନ, ଇନ୍ସପେକ୍ଟର, ସବଇନ୍ସପେକ୍ଟର, କନଷ୍ଟେବଳ, ଷ୍ଟେନୋଗ୍ରାଫର, ଜୁନିଅର ଆକାଉଣ୍ଟଣ୍ଟ, ଗ୍ରାମୀଣ ଡାକସେବକ, ଆୟକର ଇନ୍ସିପେକ୍ଟର, ଶିକ୍ଷକ, ନର୍ସ, ଡାକ୍ତର, ସାମାଜିକ ନିରାପତ୍ତା ଅଧିକାରୀ, ପିଏ, ଏମଟିଏସ ଅଧିକାରୀ କର୍ମଚାରୀ ।
ରୋଜଗାର ମେଳାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ସାମିଲ ହୋଇ ନିଯୁକ୍ତି ପାଇଥିବା ଯୁବକ ଯୁବତୀଙ୍କ ସହ ଆଲୋଚନା କରିଥିଲେ । ରୋଜଗାର ମେଳାରେ 10 ଲକ୍ଷ ଯୁବକଯୁବତୀମାନଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯିବ । ଏନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ସୁଦ୍ଧା ରୋଜଗାର ମେଳାର ୩ଟି ସଂସ୍କରଣ ଆୟୋଜନ ହୋଇଥିବା ବେଳେ ପ୍ରତି ସଂସ୍କରଣରେ ୭୦ ହଜାରରୁ ଅଧିକ ଊର୍ଦ୍ଧ୍ବ ଯୁବକଯୁବତୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି ।
ଭୁବନେଶ୍ବରରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇ କହିଛନ୍ତି, "ରୋଜଗାର ମେଳାରେ 10 ଲକ୍ଷ ଯୁବକ ଯୁବତୀଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯିବ। ଏନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ରେଳବାଇ, ଇଏଆଇସି, ସେଲ୍ ଭଳି ସଂସ୍ଥାରେ ନୂଆ ରୋଜଗାର ସଂଜ୍ଞା ତିଆରି ହେଉଛି । ଆଗାମୀ ଦିନରେ ବିଶ୍ୱ ମାର୍କେଟରେ ଭାରତରେ ଉତ୍ପାଦିତ ଜିନ୍ସ ମିଳିବ । ଓଡ଼ିଶାରେ ବିମାନ ଜାଲ ବିଛା ଯାଉଛି । ଭୁବନେଶ୍ୱର ଉପକଣ୍ଠରେ ମାଡ୍ରାସ କଲିକତା ଲାଇନକୁ ଘରୋଇ କ୍ୟାପିଟାଲ ଯୋନ ରିଙ୍ଗ ରୋଡ ନିର୍ମାଣ କରାଯିବ । ବୈଷୟିକ କମ୍ପାନୀ ଏବେ ଓଡିଶା ମୁଁହା ହେଉଛନ୍ତି । ଭାରତରେ ବସି ଯୁବବର୍ଗ ଆମେରିକାରେ କାର୍ଯ୍ୟ କରିପାରିବେ ।"
ଏହି ଅବସରରେ ଭାରତୀୟ କଷ୍ଟମ ସେବା ବିଷୟରେ ଏକ ବୃତ୍ତଚିତ୍ର ପଦର୍ଶନ କରାଯାଇଥିଲା । ଭାରତର ଲକ୍ଷ୍ୟ କଣ ରହିଛି । ଅନ୍ୟପଟେ ଭୁବନେଶ୍ୱର ଆଇଆଇଟିର ସହକାରୀ ରେଜିଷ୍ଟ୍ରାର କହିଛନ୍ତି, "ଦେଶର ପ୍ରଗତି ପାଇଁ ଏହା ବହୁତ ସହାୟକ ହେବ । ଭାଇଭଉଣୀମାନେ ନିଜର କର୍ମ ନିଯୁକ୍ତିରେ ସନ୍ତୁଷ୍ଟ ହେବେ ଏବଂ ନିଜର ପରିବାରକୁ ନେଇ ଆଗକୁ ବଢ଼ିବେ ।"
ଇଟିଭି ଭାରତ, ଭୁବନେଶ୍ବର