ETV Bharat / state

ଅଟୋକୁ ଧକ୍କାଦେଲା କାର: 11 ଆହତ - ଦୁର୍ଘଟଣାରେ 11 ଆହତ ଖୋର୍ଦ୍ଧା

ଖୋର୍ଦ୍ଧା ବାଘମାରି ଅଞ୍ଚଳରେ ଅଟୋକୁ ଧକ୍କାଦେଲା କାର । 11 ଆହତ ହୋଇଥିବାବେଳେ ଆହତଙ୍କ ମଧ୍ୟରେ ଛୋଟଛୁଆ ଥିବା ସୂଚନା । ଅଧିକ ପଢନ୍ତୁ...

ଅଟୋକୁ ଧକ୍କାଦେଲା କାର: 11 ଆହତ
ଅଟୋକୁ ଧକ୍କାଦେଲା କାର: 11 ଆହତ
author img

By

Published : Apr 13, 2021, 5:16 PM IST

Updated : Apr 13, 2021, 5:30 PM IST

ଖୋର୍ଦ୍ଧା: ସିମର ନିକଟରେ ସଡକ ଦୁର୍ଘଟଣା । ଏକ ଅଟୋକୁ କାର ଧକ୍କାଦେବା ଫଳରେ ମୋଟ 11 ଜଣ ବ୍ୟକ୍ତି ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଜଣେ ଛୋଟଛୁଆ ଥିବାବେଳେ 6 ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ସହ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଅଟୋକୁ ଧକ୍କାଦେଲା କାର: 11 ଆହତ

ସୂଚନା ଅନୁଯାୟୀ ବାଘମାରି ଥାନା ଅନ୍ତର୍ଗତ ପଙ୍ଗାରସିଂହ ଗ୍ରାମରୁ ଏକ ଅଟୋରେ କେତେକ ଲୋକ ବୈଦେଶ୍ୱର ଥାନା ଅନ୍ତର୍ଗତ କଢାମଲ ଗ୍ରାମକୁ ଯାଉଥିଲେ । ଏହି ସମୟରେ ସିମର ପଞ୍ଚାୟତ ନିକଟରେ ବିପରୀତ ଦିଗରୁ ଦ୍ରୁତଗତିରେ ଆସୁଥିବା ଏକ କାର ଅଟୋକୁ ଧକ୍କା ଦେଇଥିଲା । ଫଳରେ ଅଟୋରେ ଥିବା ଯାତ୍ରୀ ରାସ୍ତାକଡ଼କୁ ଛିଟିକି ପଡ଼ିଥିଲେ । ସ୍ଥାନୀୟ ଲୋକେ 108 ଆମ୍ବୁଲାନ୍ସ ଯୋଗେ ସମସ୍ତ ଆହତଙ୍କୁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ଏଥିସହ କାର ଚାଳକକୁ ଅଟକ ରଖି ବାଘମାରି ଥାନା ପୋଲିସକୁ ଜିମା ଦେଇଛନ୍ତି ସ୍ଥାନୀୟ ଲୋକେ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Apr 13, 2021, 5:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.