ଖୋର୍ଦ୍ଧା: ଟାଉନଥାନା ଅନ୍ତର୍ଗତ ଗୁରୁଜଙ୍ଗ ଗ୍ରାମରେ ଥିବା ପଟ୍ଟନାୟକ ଜୁଏଲାରୀ ଦୋକାନରୁ ଜଣେ ଗ୍ରାହକ ଗହଣା କିଣିବା ଆଳରେ ଆସି ପ୍ରାୟ ୧୦ ଲକ୍ଷ ଟଙ୍କାର ସୁନାଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଏନେଇ ଅଭିଯୋଗ ପାଇ ଟାଉନ ପୋଲିସ ଦୋକାନ ନିକଟରେ ପହଞ୍ଚି ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ, ଆଜି(ରବିବାର) ସନ୍ଧ୍ୟା ସମୟରେ ଗ୍ରାହକ ଭାବେ ଜଣେ ମାକ୍ସ ପିନ୍ଧା ଯୁବକ ଆସି ପ୍ରଥମେ ଗୋଟିଏ ଲକେଟ୍ ୪ ହଜାର ଟଙ୍କା ଦେଇ କିଣିଥିଲେ । କିଣିବାର କିଛି ସମୟ ମଧ୍ୟରେ ପୁର୍ନବାର କାନଫୁଲ ଦେଖାଇବାକୁ କହି ଚଞ୍ଚକତା କରି ପ୍ରାୟ ୨ ଶହ ଗ୍ରାମର ଅନେକ କାନଫୁଲ ନେଇ ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି । ଦୋକାନୀ ଜଣକ କିଛି ବାଟ ଦୌଡ଼ି ଧରିବାକୁ ଚେଷ୍ଟା କରିଥିଲେ ମଧ୍ୟ ପଛରୁ ଦୃତ ଗତିରେ ଅନ୍ୟ ଏକ ବାଇକ ଆସି ଲୁଟେରାକୁ ନେଇ ଚାଲିଯାଇଥିବା ଜଣାପଡିଛି । ଏନେଇ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ