ETV Bharat / state

ବଡବିଲରେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା

author img

By

Published : May 1, 2023, 1:09 PM IST

ବଡ଼ବିଲ ଅଞ୍ଚଳରେ ଗୁଳିକାଣ୍ଡ । ଦୁର୍ବୃତ୍ତଙ୍କ ଗୁଳି ମାଡରେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

young man shot dead in keonjhar
young man shot dead in keonjhar
ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା

କେନ୍ଦୁଝର: ସକାଳୁ ସକାଳୁ ବଡ଼ବିଲ ଅଞ୍ଚଳରେ ଫୁଟିଲା ଗୁଳି । ଦୁର୍ବୃତ୍ତଙ୍କ ଗୁଳି ମାଡରେ ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଥିବା ସୂଚନା । ମୃତ ଯୁବକ ଜଣକ ବଡ଼ବିଲ ପୌରପରିଷଦ ୬ ନମ୍ବର ୱାର୍ଡର ସୁନୀଲ ସିହ୍ନା । କେଉଁ କାରଣରୁ ସୁନୀଲଙ୍କୁ ସ୍ପଷ୍ଟ ଦିବାଲୋକରେ ଗୁଳି କରି ହତ୍ୟା କରାଗଲା ତାହା ଅସ୍ପଷ୍ଟ ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ପାଖାପାଖି 9 ଘଟିକା ସମୟରେ ବଡ଼ବିଲ ଅଞ୍ଚଳରେ ଗୁଳିକାଣ୍ଡ ଘଟିଥିଲା । କିଛି ଦୁର୍ବୃତ୍ତ ଆସି ସୁନୀଲ ସିହ୍ନାଙ୍କ ଉପରକୁ ଗୁଳି ଚଳାଇଥିଲେ । ଫଳରେ ଘଟଣା ସ୍ଥଳରେ ହିଁ ସୁନିଲଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁର୍ବୃତ୍ତ ମାନେ ଫେରାର ହୋଇଯାଇଥିଲେ । ସୁନୀଲ ବିଜେଡି ଦଳର ସକ୍ରିୟ ସଦସ୍ୟ ଥିବାରୁ ରାଜନୈତିକ ଶତ୍ରୁତା ଯୋଗୁ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । କିନ୍ତୁ ଏହାର ପ୍ରକୃତ କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନି । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ତେବେ ପୂର୍ବ ଶତ୍ରୁତାକୁ ନେଇ ସୁନୀଲଙ୍କୁ ହତ୍ୟା କରାଯାଇଛି ନା ଏହା ପଛରେ ଅନ୍ୟ କିଛି କାରଣ ରହିଛି ତାହା ପୋଲିସର ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ବର୍ତ୍ତମାନ ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ପୋଲିସ ତଦନ୍ତ ଆରମ୍ଭ କରିଛି । ଗୁଳିମାଡ କରିଥିବା ଦୁର୍ବୃତ୍ତଙ୍କ ପରିଚୟ ମଧ୍ୟ ପୋଲିସ ନିକଟରେ ହସ୍ତଗତ ହୋଇନାହିଁ । ସେମାନେ କେନ୍ଦୁଝର ଜିଲ୍ଲାର ନା ଅନ୍ୟ କେଉଁ ଜିଲ୍ଲାର ତାହା ମଧ୍ୟ ଅସ୍ପଷ୍ଟ ରହିଛି । ପୋଲିସର ତଦନ୍ତ ପରେ ହତ୍ୟାକାଣ୍ଡର କାରଣ ଜଣାପଡିବ । ମୃତ ଯୁବକଙ୍କ ପରିବାର ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ପରିବାର ଲୋକଙ୍କୁ ପୋଲିସ ପଚରାଉଚରା କରିପାରେ ।

ଏହା ମଧ୍ୟ ପଢନ୍ତୁ-ପୁଅର ମୃତ୍ୟୁ ଖବର ଶୁଣି ବାପାର ଉଡିଗଲା ପ୍ରାଣବାୟୁ, ଏକାଠି ଜଳିଲା ଜୁଇ

ଗତ କିଛିଦିନ ତଳେ ବୌଦ୍ଧ ଜିଲ୍ଲାରେ ପାଟ୍ରୋଲିଂ ବେଳେ ବନ କର୍ମଚାରୀଙ୍କୁ ଗୁଳିମାଡ ହୋଇଥିଲା । ଦୁଇ ଜଣ ପୋଲିସ କର୍ମଚାରୀ ସେମାନଙ୍କ ଉପରକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଗୁଳିକାଣ୍ଡରେ ଆହତ ହୋଇଥିବା ବନ କର୍ମଚାରୀଙ୍କ ଉକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଜିଲ୍ଲାର ବଘିଆପଡା ନିକଟସ୍ଥ ଖଲିଆପାଲି ଅଞ୍ଚଳରେ ବନ କର୍ମଚାରୀ ପାଟ୍ରୋଲିଂ କରିଥିବା ସମୟରେ ସେମାନଙ୍କ ଉପରେ ଗୁଳିମାଡ଼ ହୋଇଥିଲା । ଫଳରେ ଦୁଇ ଜଣ କର୍ମଚାରୀ ଆହତ ହୋଇଥିଲେ ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.