ETV Bharat / state

ସକ୍ଷମ ପକ୍ଷରୁ ବିଶ୍ବ ଦିବ୍ୟାଙ୍ଗ ଦିବସ ପାଳିତ - ସ୍ବେଚ୍ଛାସେବୀ ସଂଙ୍ଗଠନ

କେନ୍ଦୁଝର ଜିଲ୍ଲାର ପ୍ରୟାସ ଅନୁଷ୍ଠାନ ପରିସରରେ ଏହି ଦିବସକୁ ପାଳନ କରାଯାଇଛି । ପ୍ରତିବର୍ଷ ଡିସେମ୍ବର 3କୁ ବିଶ୍ବ ଦିବ୍ୟାଙ୍ଗ ଦିବସ ଭାବେ ପାଳନ କରାଯାଏ ।

World Disability Day
କେନ୍ଦୁଝରରେ ବିଶ୍ବ ଦିବ୍ୟାଙ୍ଗ ଦିବସ ପାଳିତ
author img

By

Published : Dec 3, 2020, 9:04 PM IST

କେନ୍ଦୁଝର: ଆଜି ହେଉଛି ବିଶ୍ବ ଦିବ୍ୟାଙ୍ଗ ଦିବସ । ଆଜିର ଏହି ଦିନକୁ ମନେ ପକାଇ ଦିବ୍ୟାଙ୍ଗଙ୍କ ପାଇଁ କାର୍ଯ୍ୟ କରୁଥିବା ଜାତୀୟ ସ୍ତରୀୟ ଅନୁଷ୍ଠାନ ସକ୍ଷମ ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

କେନ୍ଦୁଝରରେ ବିଶ୍ବ ଦିବ୍ୟାଙ୍ଗ ଦିବସ ପାଳିତ

କେନ୍ଦୁଝର ଜିଲ୍ଲାର ପ୍ରୟାସ ଅନୁଷ୍ଠାନ ପରିସରରେ ଏହି ଦିବସକୁ ପାଳନ କରାଯାଇଛି । ପ୍ରତିବର୍ଷ ଡିସେମ୍ବର 3କୁ ବିଶ୍ବ ଦିବ୍ୟାଙ୍ଗ ଦିବସ ଭାବେ ପାଳନ କରାଯାଏ । ଏହାର ମୁଖ୍ୟ ଉଦ୍ଦେଶ୍ୟ ଦିବ୍ୟାଙ୍ଗଙ୍କୁ ସଶକ୍ତ କରିବା, ସେମାନଙ୍କ ମୌଳିକ ଅଧିକାର ପାଇଁ ସଚେତନ କରିବା ।

ଏପରିକି ଭାରତରେ ଦିବ୍ୟାଙ୍ଗଙ୍କୁ ମାସିକ ଭତ୍ତା ମଧ୍ୟ ପ୍ରଦାନ କରାଯାଉଛି । ଏହି ଅବସରରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ରଙ୍ଗାରଙ୍ଗ ଓ ଖେଳକୂଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏହାସହ ବିଶ୍ବର ବିଭିନ୍ନ ଦେଶରେ ଥିବା ଦିବ୍ୟାଙ୍ଗଙ୍କମାନେ ଅବହେଳିତ ନୁହେଁ ବୋଲି ଜଣେଇବାର ଦିବସ । ଦିବ୍ୟାଙ୍ଗମାନେ ବର୍ତ୍ତମାନ ବହୁ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଛନ୍ତି । ସେମାନଙ୍କ ପାଇଁ ସରକାରୀ ଓ ବେସରକାରୀ ସଂସ୍ଥା ପକ୍ଷରୁ ବିଭିନ୍ନ ପ୍ରକାର ସାହାଯ୍ୟ ସହଯୋଗ ମଧ୍ୟ ଯୋଗାଇ ଦିଆଯାଉଛି।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.