କେନ୍ଦୁଝର: ଚୋରା ପିଆଶାଳ କାଠ ସହ ଗାଡ଼ି ଜବତ । ବଡ଼ବିଲ ରେଞ୍ଜ୍ ଅଧିନସ୍ଥ ପିଏଚଡି ସାନ୍ତବାହାଳ ଅଞ୍ଚଳରୁ ଚୋରା ପିଆଶାଳ କାଠ ବୋଝେଇ ଏକ ଟାଟା ଏସ୍ ଗାଡ଼ିକୁ ବନ ବିଭାଗ ଜବତ୍ କରିଥିବା ବେଳେ, ଗାଡ଼ିକୁ ଛାଡ଼ି ଡ୍ରାଇଭର ଫେରାର ହୋଇଯାଇଛି ।
ସୂଚନା ଅନୁଯାୟୀ ଓଡି-୦୯-୦୭୯୪ ଟାଟା ଏସ୍ ଗାଡ଼ିରେ ସାଇଜ୍ ପିଆଶାଳ ପଟା ଚୋରାଚାଲାଣ ହେଉଥିବା ନିର୍ଭରଯୋଗ୍ୟ ସୁତ୍ରରୁ ଖବରପାଇବା ପରେ ବଡବିଲ ବନବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା । ବନବିଭାଗର ଚଢାଉବେଳେ ଗାଡ଼ିକୁ ଛାଡ଼ିଦେଇ ଡ୍ରାଇଭର ସେଠାରୁ ଫେରାର ହୋଇଯାଇଛନ୍ତି । ଜବତ କାଠ ଗୁଡିକର ଆନୁମାନିକ ମୂଲ୍ୟ ପଚାଶ ହଜାରରୁ ଉର୍ଦ୍ଧ୍ବ ହେବ । ଜବତ୍ ଗାଡ଼ିଟି ମହମ୍ମଦ୍ ଆକବରଙ୍କ ନାଁରେ ରହିଥିବା ବେଳେ, ଏନେଇ ଅଧିକ ତଦନ୍ତ ଚାଲିଛି ଓ ଅଭିଯୁକ୍ତଙ୍କୁ ଧରାଯିବ ବୋଲି ବନବିଭାଗ ଫରେଷ୍ଟର କହିଛନ୍ତି । ବଡ଼ବିଲ ସାନ୍ତବାହାଲ ଅଞ୍ଚଳରୁ ବାରମ୍ବାର ଚୋରା କାଠ ଚାଲାଣ ହେଉଥିବା ବେଳେ, କାଠ ଜବତ୍ ହେଉଛି ସତ ହେଲେ ଅଭିଯୁକ୍ତମାନେ ଧରା ନ ପଡ଼ିବା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ