ETV Bharat / state

ମହିଳାଙ୍କ ମଦ ବିରୋଧୀ ଅଭିଯାନ, ଢାଳିଲେ 15 ଲିଟରରୁ ଊର୍ଦ୍ଧ୍ବ ଦେଶୀମଦ

author img

By

Published : Oct 17, 2019, 1:01 PM IST

କେନ୍ଦୁଝର ଶୋଷ ଥାନା ଅନ୍ତର୍ଗତ ଠୁଣୀଗା ଗ୍ରାମରେ ଶତାଧିକ ମହିଳା 15 ଲିଟରରୁ ଊର୍ଦ୍ଧ୍ବ ଦେଶୀମଦ ଜବତ କରି ଏହାକୁ ଢାଳି ନଷ୍ଟ କରିଛନ୍ତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର

ଆନନ୍ଦପୁର: ମଦକୁ ମହିଳାଙ୍କ ବିରୋଧ । ଏହି କ୍ରମରେ କେନ୍ଦୁଝର ଶୋଷ ଥାନା ଅନ୍ତର୍ଗତ ଠୁଣୀଗା ଗ୍ରାମରେ ଶତାଧିକ ମହିଳା ଗୁରୁବାର 15 ଲିଟରରୁ ଊର୍ଦ୍ଧ୍ବ ଦେଶୀମଦ ଜବତ କରି ଏହାକୁ ଢାଳି ନଷ୍ଟ କରିଛନ୍ତି ।

ସୂଚନାନୁସାରେ, ଠୁଣୀଗା ଗ୍ରାମରେ 41ଟି ଘର ଥିବାବେଳେ ସେଠାରେ 102 ପରିବାର ବସବାସ କରୁଛନ୍ତି । ଉକ୍ତ ଗ୍ରାମରେ ମଦ କାରବାର ହେଉଥିବାବେଳେ ଲୋକମାନେ ମଦ ପିଇ ନିଜ ସ୍ତ୍ରୀ ଏବଂ ପିଲାଙ୍କୁ ମାଡପିଟ୍ କରୁଛନ୍ତି । ଏନେଇ ଗ୍ରାମର ମହିଳା ସ୍ଥାନୀୟ ପୋଲିସ ଓ ଅବକାରୀ ବିଭାଗକୁ ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେମାନଙ୍କ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ଫଳରେ ବାଧ୍ୟ ହୋଇ ଅକ୍ଟୋବର 15 ତାରିଖରେ ଗ୍ରାମର ମହିଳାମାନେ ଏକତ୍ରିତ ହୋଇ ମଦ ବିରୋଧୀ ଅଭିଯାନ ଆରମ୍ଭ କରିଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର

ଗୁରୁବାର ଗ୍ରାମର ମହିଳା 15 ଲିଟର ମଦ ଜବତ କରିବା ସହ ଏହାକୁ ଅନ୍ୟତ୍ର ଢାଳି ନଷ୍ଟ କରିଛନ୍ତି । ତେବେ ଅନେକ ସମୟରେ ମଦକୁ ବିରୋଧ କରାଯାଉଥିବାବେଳେ କେବେ ପ୍ରଶାସନ ଏଥିପ୍ରତି ସଚେତନ ହେବ ତାହାକୁ ନେଇ ଏବେ ପ୍ରଶ୍ନ ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

Intro:ଆନନ୍ଦପୁର
ଆଙ୍କର-କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶୋଷ ଥାନା ଅନ୍ତର୍ଗତ ଠୁଣୀଗା ଗ୍ରାମରେ ଦେଶୀ ମଦ କାରବାର ଚାଲୁଚି ଏଥି ପ୍ରତି ସେହି ଗ୍ରାମର ମହିଳା ମାନେ ଅବକାରୀ ବିଭାଗ ସ୍ଥାନୀୟ ପୋଲିସ କୁ ଜଣାଇଥିଲେ ମଧ୍ୟ କେହି ଶୁଣୁନାହାନ୍ତି ଏହି ଗ୍ରାମର ୪୧ ଘର ଓ ୧୦୨ ପରିବାର ବସ ବାସ କରୁଛନ୍ତି ଏମିତି କି ମଦ ପି ଦୁନିଆ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ଘରେ ନିଜ ସ୍ତ୍ରୀ ପିଲାଙ୍କୁ ପିଟା ମରା କରୁଛନ୍ତି ତେଣୁ ବାଧ୍ୟ ହୋଇ ଗ୍ରାମର ମହିଳା ଏକତ୍ରିତ ହୋଇ ଗତ ୧୫ ୧୦ ୧୯ ରିଖ ଠାରୁ ମଦ ବିରୋଧୀ ଅଭିଯାନ ଆରମ୍ଭ କରି ଆଜି ପ୍ରାୟ ୧୫ ଲିଟର ରୁ ଉର୍ଦ୍ଧ ଦେଶୀମଦ ଜବତ କରି ସେଇ ମଦକୁ ଅନ୍ୟ ଏକ ଜାଗାରେ ଢାଳି ଦେଉଛନ୍ତି ବାରମ୍ବାର ପ୍ରଶାସନ ଶୁଣୁ ନଥିବା ହେତୁ ଏପରି କାମ କରୁଛନ୍ତି କିନ୍ତୁ ପ୍ରଶ୍ନ ଉଠୁଛି ପ୍ରଶାସନ କରୁଛି କଣ କେବେ ପ୍ରଶାସନ ର ନିଦ ଭାଙ୍ଗିବ ଯାହାକି ବୁଦ୍ଧି ଯିବି ମହଲରେ ନିନ୍ଦା କରାଯାଇଛି ଯଦି ମହିଳା ଗୋଷ୍ଠୀ ଏକତ୍ରିତ ହୋଇ ମଦ ବନ୍ଦ କରୁଛନ୍ତି ପ୍ରଶାସନ ର କେବେ ନିଦ ଭାଙ୍ଗିବ ଆଲୋଚନାର ବିଷୟ ପାଲଟିଛି।Body:XConclusion:X
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.