ETV Bharat / state

ପାନୀୟ ଜଳ ପାଇଁ ରାସ୍ତା ଅବରୋଧ କଲେ ମହିଳା - water problem in keonjhar

କେନ୍ଦୁଝର ଜିଲ୍ଲାର ଘଷିପୁରା ବ୍ଲକ କେଶଦୁରାପାଳ ଗ୍ରାମରେ ପାନୀୟ ଜଳ ସମସ୍ୟା ପାଇଁ ମହିଳାମାନେ ଆନ୍ଦୋଳନ କରିଥିବା ଜଣାପଡିଛି । ଅଧିକ ପଢନ୍ତୁ...

Women blocks road for drinking water problem in keonjhar
ପାନୀୟ ଜଳ ସମସ୍ୟା ପାଇଁ ମହିଳାଙ୍କ ରାସ୍ତାରୋକ
author img

By

Published : Nov 7, 2020, 3:27 PM IST

ଆନନ୍ଦପୁର: ଜିଲ୍ଲାର ଘଷିପୁରା ବ୍ଲକ କେଶଦୁରାପାଳ ଗ୍ରାମରେ ଦୀର୍ଘ ଦିନ ଧରି ପାନୀୟ ଜଳ ସମସ୍ୟା ଦେଖାଦେଉଛି । ତେବେ ଏ ନେଇ ଶନିବାର ଗ୍ରାମର ମହିଳାମାନେ ରାସ୍ତାରୋକ କରିଥିବା ସୂଚନା ମିଳିଛି ।

ପାନୀୟ ଜଳ ସମସ୍ୟା ପାଇଁ ମହିଳାଙ୍କ ରାସ୍ତାରୋକ

ଦୀର୍ଘଦିନ ଧରି ଗ୍ରାମରେ ପାନୀୟ ଜଳ ସମସ୍ୟା ଦେଖାଯାଉଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ଏହାର ସ୍ଥାୟୀ ସମାଧାନ କରୁନାହାନ୍ତି । ନଦୀ, ନାଳ ଓ ପୋଖରୀ ଆଦିର ଦୂଷିତ ପାଣି ବ୍ୟବହାର କରି ଗ୍ରାମବାସୀ ନାନା ରୋଗ ସହିତ ଚର୍ମ ରୋଗର ମଧ୍ୟ ଶିକାର ହେଉଛନ୍ତି । ଗ୍ରାମବାସୀ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ନିଜ ସମସ୍ୟା ସଂପର୍କରେ ଅବଗତ କରାଇବା ପରେ ମଧ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି ।

ବାରମ୍ବାର ଅଭିଯୋଗ ପରେ ମଧ୍ୟ ସମସ୍ୟାର ସମାଧାନ ନ ହେବାରୁ ଗ୍ରାମର ଶତାଧିକ ମହିଳା ଶନିବାର ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଛନ୍ତି । ସେମାନେ କେଶଦୁରାପାଳ-ବ୍ରାହ୍ମଣୀପାଳ ରାସ୍ତାକୁ ଅବରୋଧ କରିଥିବା ସୂଚନା ମିଳିଛି । ଏହି ଜଳ ସମସ୍ୟାର ସମାଧାନ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.