ETV Bharat / state

ମଦ ନିଶାରେ ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ - Wife killed her husband in keonjhar

ମଦ ନିଶାରେ ସ୍ବାମୀଙ୍କୁ ମାଡି ମାରି ସ୍ତ୍ରୀ ହତ୍ୟା କରିଥିବା ଅଭିଯୋଗ। ଘଟଣାସମ୍ପର୍କରେ ଟାଉନ ଥାନା ପୋଲିସ ଜାଣିବା ପରେ ଗ୍ରାମରେ ପହଞ୍ଚି ତଦନ୍ତ କରୁଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର
author img

By

Published : Nov 4, 2019, 9:35 PM IST

କେନ୍ଦୁଝର: ମଦ ନିଶାରେ ସ୍ବାମୀଙ୍କୁ ମାଡି ମାରି ସ୍ତ୍ରୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆସିଛି କେନ୍ଦୁଝର ଟାଉନ ଥାନା ତଳଚମ୍ପେଇ ପଞ୍ଚାୟତର ସାନରଢୁଆଁ ଗ୍ରାମରେ। ମୃତକ ହେଲେ ଢେଣା ଜୁଆଙ୍ଗ।

ସାନରଢୁଆଁ ଗ୍ରାମର ଢେଣା ଜୁଆଙ୍ଗ ଓ ତାଙ୍କ ସ୍ତ୍ରୀ ନେତ ଜୁଆଙ୍ଗ ଶନିବାର କାଠ ବିକିବାକୁ ଯାଇଥିଲେ। ଫେରିବା ବେଳେ ଉଭୟେ ଦେଶୀ ମଦ ପିଇଥିଲେ। ମଦ ନିଶାରେ ନେତ ତା' ସ୍ବାମୀ ଢେଣାକୁ ମାରିଥିବା ସନ୍ଦେହ କରାଯାଉଛି।ସକାଳୁ ଗ୍ରାମବାସୀ ଢେଣା ମରିଥିବା ଦେଖି ଦୂରରେ କାମ କରୁଥିବା ତାଙ୍କ ତିନି ପୁଅଙ୍କୁ ଡକାଇଥିଲେ। ଏହା ପରେ ରବିବାର ରାତିରେ ଗ୍ରାମବାସୀ ମୃତ ଢ଼େଣାର ଅନ୍ତିମ ସଂସ୍କାର କରିଥିଲେ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ତେବେ ପାରିବାରିକ କଳହ କିମ୍ବା ମଦ ନିଶାରେ ନେତ, ଢେଣାକୁ ମାରିଥିବା ପରିବାର ଏବଂ ସ୍ଥାନୀୟବାସୀ ସନ୍ଦେହ କରୁଛନ୍ତି । ସେପଟେ ଘଟଣା ସମ୍ପର୍କରେ ଟାଉନ ଥାନା ପୋଲିସ ଜାଣିବା ପରେ ଗ୍ରାମରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲାଗ- ତଳରଢୁଆଁ ଗ୍ରାମରେ ମଦ୍ୟପ ସ୍ତ୍ରୀର ମାଡରେ ସ୍ୱାମୀର ମୃତ୍ୟୁBody: ଅଭିଯୋଗ,ମୃତ୍ୟୁ ପରେ ପୋଡି ଦେଲେ ମୃତଦେହକୁ
ଆଙ୍କର- ଟାଉନ ଥାନା ଅନ୍ତର୍ଗତ ତଳଚମ୍ପେଇ ପଞ୍ଚାୟତର ତଳରଢୁଆଁ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ମଦ୍ୟପ ସ୍ତ୍ରୀ ସ୍ୱାମୀକୁ ମାଡ଼ ମାରି ମାରିଦେଇଥିବା ଅଭିଯୋଗ ହୋଇଛି । ମୃତକ ହେଲେ ଢେଣା ଜୁଆଙ୍ଗ । ଖବର ଅନୁସାରେ ତଳରଢୁଆଁ ଗ୍ରାମର ଢେଣା ଜୁଆଙ୍ଗ ଓ ନେତ ଜୁଆଙ୍ଗ ଦୁହେଁ ସ୍ୱାମୀସ୍ତ୍ରୀ ଶନିବାର କାଠ ବିକିବାକୁ ଯାଇଥିଲେ । ଫେରିବାବେଳେ ଅତ୍ୟଧିକ ଦେଶୀ ମଦ ପିଇଥିଲେ । ଏହି ମଦ ନିଶାରେ ନେତ ତା ସ୍ବାମୀ ଢେଣା କୁ ମାରିଥିବା ସନ୍ଦେହ କରାଯାଉଛି । ସକାଳୁ ଗ୍ରାମବାସୀ ଢେଣା ମରିଥିବା ଦେଖି ଦୂରରେ ଚାକିରୀ କରୁଥିବା ତାଙ୍କ ତିନି ପୁଅଙ୍କୁ ଡକେଇଥିଲେ । ପରେ ରବିବାର ରାତି ଗ୍ରାମବାସୀ ମୃତ ଢ଼େଣାକୁ ପୋଡି ଦେଇଥିଲେ । ମୃତ ଢେଣା ର ପୁଅ କିମ୍ବା ଗ୍ରାମବାସୀ ନେତ ତା ସ୍ବାମୀ କୁ ମାରିଥିବା ସନ୍ଦେହ କରୁଥିବା କରୁଥିବା ଜଣା ପଡିଛି । ଏନେଇ ଟାଉନ ଥାନା ଜାଣିବା ପରେ ଗ୍ରାମରେ ପହଁଚି ତଦନ୍ତ ଆରମ୍ଭ କରିଛି ।
ବାଇଟ-୧- ନେତ ଜୁଆଙ୍ଗ ( ମୃତ ଢେଣା ର ସ୍ତ୍ରୀ)

ବାଇଟ-୨- ଅନାମ ଜୁଆଙ୍ଗ ( ମୃତ ଢେଣା ର ବଡ଼ ପୁଅ)ନାଲି ଗଞ୍ଜି ପିନ୍ଧିଥିବା ପିଲା

ବାଇଟ-୩-ମକୁରୁ ଜୁଆଙ୍ଗ ( ଗ୍ରାମବାସୀ)ବେକରେ ଗାମୁଛା ପକେଥିବା ଲୋକConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.