କେନ୍ଦୁଝର: ଜିଲ୍ଲାରେ ଆଜିଠାରୁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହା ଆଗାମୀ 15 ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ମେଗା ଭୋଟର ଯାଞ୍ଚ କାର୍ଯ୍ୟକ୍ରମର ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶୁଭାରମ୍ଭ କରିଛନ୍ତି ।
ନିର୍ଭୂଲ ଭୋଟର ତାଲିକା ପ୍ରସ୍ତୁତ ଉଦ୍ଦେଶ୍ୟରେ ଏହି ଅଭିଯାନ ଆରମ୍ଭ ହୋଇଛି । ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ଭୋଟମାନେ ନିକଟସ୍ଥ ଜନସେବା କେନ୍ଦ୍ର, ତହସିଲ କାର୍ଯ୍ୟାଳୟ, ମୋବାଇଲ ହେଲ୍ପଲାଇଲ ତଥା ପୋର୍ଟାଲରେ ନିଜ ତ୍ରୁଟି ସୁଧାରିପାରିବେ ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ