ETV Bharat / state

ଗାଁରେ ସାବୁନ ବାଣ୍ଟି ସଚେତନ କଲେ ଗ୍ରାମବାସୀ - VILLAGERS DISTRIBUTE SOAP IN ANANDAPUR

ଏଭଳି ଘଡିସନ୍ଧି ମୂହୂର୍ତ୍ତରେ ଅଣ୍ଟା ଭିଡିଛନ୍ତି ଗ୍ରାମବାସୀ । ଗାଁରେ ଘରେ ଘରେ ବୁଲି ଲୋକଙ୍କୁ ସାବୁନ ବାଣ୍ଟିବା ସହ ଦେଉଛନ୍ତି ହାତ ଧୋଇବାକୁ ପରାମର୍ଶ । କେନ୍ଦୁଝର ଘସିପୁରା ବ୍ଲକ ବସନ୍ତପୁରା ଗ୍ରାମରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ଅଧିକ ପଢନ୍ତୁ...

aa
ଗାଁରେ ସାବୁନ ବାଣ୍ଟି ସଚେତନ କଲେ ଗ୍ରାମବାସୀ
author img

By

Published : Mar 27, 2020, 12:13 PM IST

ଆନନ୍ଦପୁର: କୋରୋନା ମହାମାରୀ ଏବେ ସାରା ବିଶ୍ବକୁ ଆତଙ୍କିତ କରିଦେଇଛି । ସାରା ଦେଶ ଏବେ ଲକ୍‌ଡାଉନ । ଏହି ସମୟରେ ଘରୁ ପଦାକୁ ନବାହାରିବା ସହିତ ସ୍ବଚ୍ଛତା ଓ ପରିଚ୍ଛନ୍ନତା ପ୍ରତି ଅଧିକ ଗୁରୁତ୍ବ ଦିଆଯାଉଛି । ସରକାରଙ୍କ ତରଫରୁ ବିଭିନ୍ନ ସତର୍କତା ମୂଳକ ଭିଡିଓ ମଧ୍ୟ ସାମନାକୁ ଆସୁଛି । ଏତିକି ବେଳେ କେନ୍ଦୁଝର ଘସିପୁରା ବ୍ଲକ ବସନ୍ତପୁରା ଗ୍ରାମର କିଛି ଗ୍ରାମବାସୀ ଘରକୁ ଘର ବୁଲି ଏ ବିଷୟରେ ଲୋକମାନଙ୍କୁ ସଚେତନ କରିବା ସହିତ ସାବୁନ ବଣ୍ଟନ କରୁଥିବା ଦେଖିବାକୁ ମିଳିଛି।

ଗାଁରେ ସାବୁନ ବାଣ୍ଟି ସଚେତନ କଲେ ଗ୍ରାମବାସୀ

ଏହାସହ ଆବଶ୍ୟକ ନପଡ଼ିଲେ ଅଯଥା ବାହାରକୁ ଯାଆନ୍ତୁ ନାହିଁ ବୋଲି ସଚେତନ କରାଉଛନ୍ତି । ଲୋକମାନଙ୍କୁ ସାବୁନ ଦେଇ ବାହାରୁ ଆସିଲେ ସାବୁନରେ ୨୦ ସେକେଣ୍ଡ ପର୍ଯ୍ୟନ୍ତ ହାତକୁ ଭଲଭାବରେ ଧୋଇବା ପାଇଁ ପରାମର୍ଶ ଦେଉଛନ୍ତି।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.