କେନ୍ଦୁଝର: ଭିଜିଲାନ୍ସ ଜାଲରେ ଜଣେ ସରକାରୀ ବାବୁ । ଲାଞ୍ଚ ନେଉଥିବା ବେଳେ କେନ୍ଦୁଝର ଟାଉନ ପ୍ଲାନିଂ କାର୍ଯ୍ୟାଳୟର ଅମିନ ଅନ୍ତର୍ଯ୍ୟାମୀ ଦାସଙ୍କୁ ଗିରଫ କରିଛି ଭିଜିଲାନ୍ସ। ସେ ଘର ପ୍ଲାନ ଅନୁମୋଦନ ପାଇଁ ଜଣେ ବ୍ୟକ୍ତିଙ୍କୁ ଠାରୁ 10 ହଜାର ଟଙ୍କା ଲାଞ୍ଚ ନେଉଥିଲେ ।
ଭିଜିଲାନ୍ସ ପକ୍ଷରୁ କାର୍ଯ୍ୟାଳୟ ଓ କେନ୍ଦୁଝର ବାସଭବନ ସ୍ଥିତ ଏକକାଳୀନ ଚଢାଉ କରାଯାଇଥିଲା। ଦୀର୍ଘଦିନ ଧରି ଅନ୍ତର୍ଯ୍ୟାମୀଙ୍କ ନାମରେ ଅଭିଯୋଗ ହୋଇ ଆସୁଥିଲା। ଶେଷରେ ଆଜି ତାଙ୍କୁ ଗିରଫ କରିବାରେ ସଫଳ ହୋଇଛି ଭିଜିଲାନ୍ସ ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ