କେନ୍ଦୁଝର: ପ୍ରଧାନ ଶିକ୍ଷୟତ୍ରୀଙ୍କ ଟିସି ପାଇଁ ଟଙ୍କା ମଗା ଭିଡିଓ ଭାଇରାଲ ହେବାରେ ଲାଗିଛି । କେନ୍ଦୁଝର ଜିଲ୍ଲା ସ୍ବାମପାଟଣା ସ୍ଥିତ ଗୋପୀନାଥ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ କଳ୍ପନା ସିଂହ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଠାରୁ ଟିସି ଓ ଏସଏଲସି ବାବଦକୁ ଟଙ୍କା ନେଉଥିବାର ଭିଡିଓ ମୋବାଇଲରୁ ମୋବାଇଲକୁ ଘୁରିବୁଲୁଛି । ଯାହା ଏବେ ଚର୍ଚ୍ଚାର ବିଷୟ ହୋଇଛି ।
ସରକାରୀ ସ୍କୁଲ ଗୁଡିକରେ ଟିସି ଓ ଏସଏଲସି ପାଇଁ ଛାତ୍ରଛାତ୍ରୀ ମାନଙ୍କ ଠାରୁ ଟଙ୍କା ନେବାର ନିୟମ ନଥିବା ବେଳେ ପ୍ରଧାନ ଶିକ୍ଷୟତ୍ରୀ କିପରି ପିଲାମାନଙ୍କ ଠାରୁ ଟଙ୍କା ନେଉଛନ୍ତି, ଭିଡିଓରେ ଦେଖାଯାଇଛି । କୋରୋନା ସମୟରେ ଛାତ୍ରଛାତ୍ରୀଙ୍କ ଠାରୁ ଏଭଳି ଟଙ୍କା ମାଗିବାକୁ ନେଇ ଚର୍ଚ୍ଚା ହୋଇଛି । ଏହି ଭିଡ଼ିଓ ଭାଇରଲ ପରେ ଶିକ୍ଷୟତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି । କିନ୍ତୁ ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଯୋଗାଯୋଗ ହୋଇ ପାରିନାହିଁ l
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ