ETV Bharat / state

ବଜ୍ରପାତରେ ଦୁଇ ମୃତ, ଜଣେ ଗୁରୁତର

author img

By

Published : Apr 24, 2020, 7:00 PM IST

ବଜ୍ରାଘାତରେ ଝୁମ୍ପୁରା ଥାନା ଅନ୍ତର୍ଗତ ନାରଦପୁର ପଞ୍ଚାୟତର ଦୁଇ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଅଧିକ ପଢନ୍ତୁ..

Two dead in the lightning strike
ପ୍ରତିକାତ୍ମକ ଫଟୋ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଆଜି ଅପରାହ୍ନରେ ବିଭିନ୍ନ ସ୍ଥାନରେ ତାଣ୍ଡବ ରଚିଛି କାଳ ବୈଶାଖୀ । ଏହି କାଳ ବୈଶାଖୀ ସମୟରେ ପ୍ରବଳ ବଜ୍ରପାତ ହୋଇଥିଲା । ଫଳରେ ବଜ୍ରାଘାତରେ ଝୁମ୍ପୁରା ଥାନା ଅନ୍ତର୍ଗତ ନାରଦପୁର ପଞ୍ଚାୟତର ଦୁଇ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି ।

ଉକ୍ତ ପଞ୍ଚାୟତର ବଳଭଦ୍ରପୁର ଗ୍ରାମର ଉର୍ମିଳା ମୁଦି ଓ ଯାତ୍ରୀ ମହାକୁଡ଼ ବ୍ୟାଙ୍କରୁ ଟଙ୍କା ଉଠାଇ ଆସୁଥିବା ବେଳେ ବଜ୍ରାଘାତ ହୋଇଥିଲା । ଫଳରେ ଉର୍ମିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଯାତ୍ରୀ ଗୁରୁତର ହୋଇ ଚମ୍ପୁଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ସେହିପରି ଉକ୍ତ ପଞ୍ଚାୟତର ସରୁ ପତଳା ଗ୍ରାମର ରାଣ୍ଡ ମୁଣ୍ଡା ନାମକ ମହିଳା ବିଲକୁ ଯାଇଥିବା ବେଳେ ବଜ୍ରାଘାତରେ ମୃତ୍ୟୁ ହୋଇଛି । ତାଙ୍କୁ ଝୁମ୍ପୁରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବ୍ୟବଚ୍ଛେଦ ପାଇଁ ଭର୍ତ୍ତି କରାଯାଇଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.