କେନ୍ଦୁଝର: ଜିଲ୍ଲାର ଯୋଡ଼ା ବ୍ଲକ ଅନ୍ତର୍ଗତ ଗୁଆଲି ଗ୍ରାମ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଆଜି ଅପରାହ୍ନରେ ଏକ ବାଇକରେ ଦୁଇ ଜଣ ଦୃତ ଗତିରେ ଆସି ଏକ ଟ୍ରକ ପଛରେ ନିଜେ ପିଟି ହୋଇଥିଲେ । ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହାତ ହୋଇଥିଲେ ।
ଆହାତ ଜଣଙ୍କୁ ଏକ ଆମ୍ବୁଲାନ୍ସ ଯୋଗେ ଯୋଡ଼ା ମେଡିକାଲକୁ ପଠାଯାଇଥିଲା । ସେଠାରେ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଦୁଇ ଜଣଙ୍କର ପରିଚୟ ମିଳି ପାରିନଥିବା ବେଳେ ସ୍ଥାନୀୟ ଅଞ୍ଚଳର ବୋଲି ସନ୍ଦେହ କରାଯାଉଛି । ଦୁର୍ଘଟଣା ଘଟିଥିବା ଟ୍ରକ ଡ୍ରାଇଭରକୁ ପୋଲିସ ଅଟକ ରଖି ତଦନ୍ତ ଚଳାଇଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ରାୟ, ଇଟିଭି ଭାରତ